ସ୍ୱାମୀଙ୍କୁ ଖରାପ ସମୟରୁ ଉଦ୍ଧାରିବା ପାଇଁ ମା‘ ବୈଷ୍ଣୋଦେବୀଙ୍କ ମନ୍ଦିରରେ ଶିଳ୍ପା ସେଟ୍ଟୀ
ମୁମ୍ବାଇ : ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ମା’ ବୈଷ୍ଣୋଦେବୀଙ୍କ ମନ୍ଦିରରେ ପହଞ୍ଚିଛନ୍ତି ସ୍ୱାମୀଙ୍କ ପାଇଁ ପ୍ରାର୍ଥନା କରିବାକୁ । ସ୍ୱାମୀ ରାଜ କୁନ୍ଦ୍ରାଙ୍କୁ ନେଇ ଏବେ ଶିଳ୍ପା ବହୁତ ଚିନ୍ତାରେ ଅଛନ୍ତି । ବ୍ଲୁ ଫିଲ୍ମ ନିର୍ମାଣ ନେଇ ରାଜ କୁନ୍ଦ୍ରାଙ୍କୁ ଗିରଫ କରାଯାଇଥିଲା ।
ରାଜଙ୍କ ବିରୋଧରେ ମୁମ୍ବାଇ କ୍ରାଇମ ବ୍ରାଞ୍ଚ୍ ଅଦାଲତରେ ୧୫୦୦ ପୃଷ୍ଟାର ଚାର୍ଜ ସିଟ୍ ଦାଖଲ କରିଛି । ଏବେ ବହୁତ ଅସୁବିଧା ମଧ୍ୟରେ ଗତିକରୁଛନ୍ତି ଶିଳ୍ପାଙ୍କ ପରିବାର । ତେଣୁ ରାଜ ତଥା ପରିବାରର ଭଲ ପାଇଁ ଶିଳ୍ପା ମା’ ବୈଷ୍ଣୋଦେବୀଙ୍କ ନିକଟରେ ଆଶିର୍ବାଦ ପାଇଁ ପହଞ୍ଚିଛନ୍ତି ।
View this post on Instagram
ମା’ ବୈଷ୍ଣୋଦେବୀଙ୍କ ପାଖରେ ପହଞ୍ଚିବା ପାଇଁ ଶିଳ୍ପା ଘୋଡ଼ା ଉପରେ ବସି ଯାଉଥିବାର ଫଟୋ ଓ ଭିଡିଓ ସୋସିଆଲ ମିଡ଼ିଆରେ ଦେଖିବାକୁ ମିଳିଛି । ଶିଳ୍ପା ଜମ୍ମୁ-କଶ୍ମୀର ରିୟାସୀ ଜିଲ୍ଲା କଟରାରେ ପହଞ୍ଚିବା ପରେ ମା’ଙ୍କ ଦର୍ଶନ ପାଇଁ ୧୩ କିଲୋମିଟର ପାଦରେ ଚାଲି ଚାଲି ଯାଇଛନ୍ତି । ମା’ଙ୍କ ଉପରେ ବହୁତ ବିଶ୍ୱାସ ରଖନ୍ତି ଶିଳ୍ପା । ନିକଟରେ ନିଜ ଘରେ ମଧ୍ୟ ଶିଳ୍ପା ଶ୍ରୀଗଣେଶଜୀଙ୍କ ମୂର୍ତ୍ତି ସ୍ଥାପନ କରିଥିଲେ । ଯାହାର କିଛି ଫଟୋ ମଧ୍ୟ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।