ସିରିଡି ସାଇବାବାଙ୍କ ଶରଣରେ ଶିଳ୍ପା ସେଟ୍ଟୀ, ପରିବାର ସହିତ ମିଶି କଲେ ପୂଜା

ବଲିଉଡର ଫିଟନେସ କୁଇନ ବୋଲାଉଥିବା ଶିଳ୍ପା ସେଟ୍ଟୀ ନିଜ ପରିବାର ସହିତ ସିରିଡିରେ ପହଞ୍ଚିଛନ୍ତି । ସିରିଡିରେ ପହଞ୍ଚି ସାଇବାବାଙ୍କୁ ଦର୍ଶନ କରି ଭକ୍ତିରେ ଲୀନ ହୋଇଛନ୍ତି । ଶିଳ୍ପଙ୍କ ଫଟୋ ଏବେ ଭାଇରଲ ହେବାରେ ଲାଗିଛି ।

ଶିଳ୍ପା ସେଟ୍ଟୀ ଫଟୋକୁ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଫଟୋରେ ଶିଳ୍ପା ସାଇବାବାଙ୍କୁ ପୂଜା କରି ଭକ୍ତିରେ ଲୀନ ଥିବା ଦେଖିବାକୁ ମିଳିଛନ୍ତି । ଶିଳ୍ପାଙ୍କ ସହିତ ସ୍ବାମୀ ରାଜ କୁନ୍ଦ୍ରା, ଝିଅ ଏବଂ ମା’ ମଧ୍ୟ ନଜର ଆସିଛନ୍ତି । ଅଭିନେତ୍ରୀ ଫଟୋ ସେୟାର କରି ଲେଖିଛନ୍ତି, ‘ଶାନ୍ତି, ଆଶୀର୍ବାଦ ଏବଂ ସୁରକ୍ଷାରେ… ଓମ ସାଇ ରାମ’ । ଫଟୋ ଦେଖିବା ପରେ ଫ୍ୟାନ୍ସ ବହୁତ ଭଲ ପାଉଛନ୍ତି ।

ଫଟୋରେ ଶିଳ୍ପା ସେଟ୍ଟୀ ଟ୍ରାଡିସନାଲ ଲୁକରେ ଦେଖିବାକୁ ମିଳିଛନ୍ତି । ପିଙ୍କ କଲରର ସୁଟ୍ ପିନ୍ଧିଥିବା ବେଳେ ଲାଇଟ୍ ମେକଅପ୍ କରିଛନ୍ତି । ସେହିପରି ରାଜ କୁନ୍ଦ୍ରା ହଳଦିଆ ରଙ୍ଗର କୁର୍ତ୍ତା ପିନ୍ଧିଥିଲେ । ରାଜ କୁନ୍ଦ୍ରା କୁନି ଝିଅକୁ ଧରିଥିବା ନଜର ଆସିଛନ୍ତି । ଫଟୋରେ ୩ ଜଣ ଯାକ ସାଇବାବାଙ୍କ ଆଶୀର୍ବାଦ ନେବା ସହିତ ପ୍ରସାଦ ଚଢାଉଥିବାର ନଜର ଆସିଛନ୍ତି ।

Also Read : ଦର୍ଶକଙ୍କ ହୃଦୟ ଜିତିଲା ‘କେଶରୀ ଚାପ୍ଟର ୨’, ନଜର ଆସିଲା ଅକ୍ଷୟ-ଅନନ୍ୟାଙ୍କ ଦମଦାର ଆକ୍ଟିଂ