ଲକ୍‌ଡାଉନ ପାଇଁ ସଙ୍କଟରେ ସେଲିବ୍ରିଟି, କନ୍‌ଷ୍ଟ୍ରକ୍‌ସନରେ କାମ କରୁଛନ୍ତି ଅଭିନେତ୍ରୀ ଶିଳ୍ପା ଶିନ୍ଦେ

କରୋନା ଭାଇରସ ପାଇଁ ସାରା ଦେଶରେ ଦୀର୍ଘ ମାସ ଧରି ଲକ୍‌ଡାଉନ ଜାରି ରହିଛି । ଫଳରେ ଲୋକେ କାମ ଧନ୍ଦା ଛାଡ଼ି ଘରେ ହାତ ବାନ୍ଧି ବସିଛନ୍ତି । କିଛି ସେଲିବ୍ରେଟି ତ କାମ ଧନ୍ଧା ନପାଇ ଫଳ ଓ ପନି ପରିବା ବିକୁଛନ୍ତି । ଇତି ମଧ୍ୟରେ ଅଭିନେତ୍ରୀ ଶିଳ୍ପା ଶିନ୍ଦେଙ୍କ ଏକ ଭିଡ଼ିଓ ନଜରକୁ ଆସିଛି । ଯେଉଁଥିରେ ସେ ଏକ କନ୍‌ଷ୍ଟ୍ରକ୍‌ସନ୍‌ କମ୍ପାନିରେ କାମ କରୁଥିବା ଦେଖିବାକୁ ମିଳିଛନ୍ତି । ନିଜେ ଶିଳ୍ପା ସୋସିଆଲ ମିଡ଼ିଆରେ ଏହି ଭିଡ଼ିଓ ସେୟାର କରିଛନ୍ତି ।

shilpa.jpg
photo credit: punjabkesari.in

ଇନ୍‌ଷ୍ଟାଗ୍ରାମରେ ସେୟାର କରାଯାଇଥିବା ଏହି ଭିଡ଼ିଓରେ ଦେଖାଯାଇଛି ଯେ ଶିଳ୍ପା ଶିନ୍ଦେ ଏକ ଡ୍ରିଲିଙ୍ଗ ମେସିନ୍‌ ଧରି କନ୍‌ଷ୍ଟ୍ରକ୍‌ସନ୍‌ ସାଇଟ୍‌ରେ କାମ କରୁଛନ୍ତି । ସେ ଡ୍ରିଲିଂ ମେସିନ୍‌ ଧରି ପଥର ଓ କାନ୍ଥ କାଟୁଥିବାର ଦେଖିବାକୁ ମିଳିଛନ୍ତି ।

shilpa.jpg
photo credit: punjabkesari.in

ଶିଳ୍ପା ଏହି ଭିଡ଼ିଓ ସହ କ୍ୟାପ୍‌ସନରେ ଲେଖିଛନ୍ତି, ‘ଲକ୍‌ଡାଉନ୍‌ ହୋ ଗୟା ତୋ ମେ କନ୍‌ଷ୍ଟ୍ରକ୍‌ସନ୍‌ ଫିଲ୍ଡିରେ ପଶିଯାଇଛି । ଯେଉଁମାନଙ୍କ ପାଖରେ କାମ ନାହିଁ ସେ ବର୍ତ୍ତମାନ ପାଇଁ ନିଜର ପେଶା ବଦଳାଇ ପାରନ୍ତି । ସମୟ ସହ ସବୁ ଠିକ୍‌ ହୋଇଯିବ ।’

 

ପ୍ରକାଶଯୋଗ୍ୟ, ଶିଳ୍ପା ଶିନ୍ଦେ ବିଗ୍‌ ବସ୍‌ ୧୧ ବିଜେତା ହୋଇ ସାରିଛନ୍ତି । ଏହି ଅଭିନେତ୍ରୀ ୧୯୯୯ ମସିହ ।ରେ ଛୋଟ ପରଦାରୁ ନିଜର କ୍ୟାରିଅର ଆରମ୍ଭ କରିଥିଲେ । ସେ କେତେକ ଟିଭି ସିରିଏଲ୍‌ରେ ମଧ୍ୟ କାମ କରିଛନ୍ତି । ଏହି ସବୁ ସିରିୟଲ ମଧ୍ୟରେ ଅଛି ‘ସଂଜିବନୀ’, ‘ରବା ଇସ୍କ ନ ହୋେଓ୍ଵ’, ‘ମିସ୍‌ ଇଣ୍ଡିଆ’, ‘ବେଟିୟା ଅପନା ୟା ପରାୟ ଧନ’,‘ଭାବି ଜି ଘର ପର ହେ’ ଓ ‘ହରି ମିର୍ଚ୍ଚା ଲାଲ୍‌ ମିର୍ଚ୍ଚା’ ।

Leave A Reply

Your email address will not be published.