ଅନନ୍ୟା ନୁହେଁ ଭୋଜପୁରୀ ଅଭିନେତ୍ରୀ ଶିଳ୍ପୀଙ୍କ ସହିତ ‘ଆଫତ୍‌’ ଗୀତରେ ଡ୍ୟାନ୍ସ କଲେ ବିଜୟ ଦେବରକୋଣ୍ଡା, ଭିଡିଓ ଭାଇରଲ

ସାଉଥ ଫିଲ୍ମ ଷ୍ଟାର ବିଜୟ ଦେବରକୋଣ୍ଡା ଏବେ ଅପକମିଂ ଫିଲ୍ମ ଲାଇଗରକୁ ନେଇ ଚର୍ଚ୍ଚାରେ ରହିଛନ୍ତି। ବିଜୟ ଦେବରକୋଣ୍ଡାଙ୍କ ସହିତ ଲାଇଗରରେ ଅନନ୍ୟା ପାଣ୍ଡେ ଲିଡ ରୋଲରେ ନଜର ଆସିବେ। ବିଜୟ ଏବଂ ଅନନ୍ୟା ଏବେ ଫିଲ୍ମର ପ୍ରମୋସନ ପାଇଁ ଲାଗିପଡିଛନ୍ତି। ଫିଲ୍ମ ରିଲିଜ ପୂର୍ବରୁ ଗୀତ ସୋସିଆଲ ମିଡିଆରେ ଧମାଲ୍‌ କରୁଛି। ଫିଲ୍ମର ନୂଆ ଗୀତ ‘ଆଫତ୍‌’ ବେଶ୍‌ ଚର୍ଚ୍ଚାରେ ରହିଛି। ଏହା ମଧ୍ୟରେ ବିଜୟ ଦେବରକୋଣ୍ଡା ଏବଂ ଭୋଜପୁରୀ ଅଭିନେତ୍ରୀ ଶିଳ୍ପୀ ରାଘବାନୀଙ୍କ ଡ୍ୟାନ୍ସ ସୋସିଆଲ ମିଡିଆରେ ଭାଇରଲ ହେଉଛି।

ଲାଇଗର ଫିଲ୍ମର ଗୀତ ଆଫତ୍‌ ରିଲିଜ ହେବା ପରେ ବିଜୟ ଏବଂ ଅନନ୍ୟାଙ୍କ ଡ୍ୟାନ୍ସ ଦେଖିବାକୁ ଫ୍ୟାନ୍ସ ଚାହିଁ ରହିଛନ୍ତି। ହେଲେ ବିଜୟ ଦେବରକୋଣ୍ଡା ଅନନ୍ୟାକୁ ଛାଡି ଭୋଜପୁରୀ ଅଭିନେତ୍ରୀ ଶିଳ୍ପୀ ରାଘବାନୀଙ୍କ ସହିତ ଡ୍ୟାନ୍ସ କରିଛନ୍ତି। ଶିଳ୍ପୀ ରାଘବାନୀ ଇନଷ୍ଟା ଆକାଉଣ୍ଟରେ ଏହି ଭିଡିଓ ସେୟାର କରିଛନ୍ତି। ଏହି ଭିଡିଓରେ ଶିଳ୍ପୀ ରାଘବାନୀ ଏବଂ ବିଜୟ ଦେବରକୋଣ୍ଡାଙ୍କ ସହିତ ଲାଇଗର ଗୀତ ‘ଆଫତ’ରେ ଜବରଦସ୍ତ ଡ୍ୟାନ୍ସ କରୁଥିବା ନଜର ଆସିଛନ୍ତି। ଭିଡିଓରେ ଦୁହିଁଙ୍କ ମଧ୍ୟରେ ଜବରଦସ୍ତ କେମେଷ୍ଟ୍ରି ଦେଖିବାକୁ ମିଳିଛି।

 

View this post on Instagram

 

A post shared by Shilpi Raghwani (@shilpi_raghwani9)

ଶିଳ୍ପୀ ଏବଂ ବିଜୟଙ୍କ ଭାଇରଲ ଡ୍ୟାନ୍ସ ଭିଡିଓରେ ଦୁହେଁ ଆଫତ୍‌ ଗୀତର ହୁକ୍‌ ଷ୍ଟେପ୍‌ କରୁଥିବାର ନଜର ଆସିଛନ୍ତି। ଦୁହେଁଙ୍କ କେମେଷ୍ଟ୍ରି ଦେଖି ଫ୍ୟାନ୍ସ ଉତ୍ସାହିତ ରହିଛନ୍ତି।

ଏହି ଫିଲ୍ମରେ ବିଜୟ ଏବଂ ଅନନ୍ୟାଙ୍କ ସହିତ ବକ୍ସିଂ ଚାମ୍ପିଅନ ମାଇକ ଟାଇସନ ମଧ୍ୟ ନଜର ଆସିବେ। ନିକଟରେ ଟିମ୍‌ ତାଙ୍କ ସହିତ ଲାସ୍‌ ଭେଗାସରେ ସୁଟିଂ ଶେଷ କରିଛି। ମାଇକ୍‌ ଟାଇସନ ପ୍ରଥମ ଥର ପାଇଁ ବଲିଉଡ ଫିଲ୍ମରେ ନଜର ଆସିବେ। ସେଥିପାଇଁ ଫ୍ୟାନ୍ସ ବହୁତ ଉତ୍ସାହିତ ରହିଛନ୍ତି। ରିପୋର୍ଟ ମୁତାବକ, ରିଙ୍ଗରେ ବିଜୟ ଏବଂ ମାଇକ୍‌ ଯୁଦ୍ଧ କରୁଥିବା ନଜର ଆସିବେ।

ଲାଇଗର ଫିଲ୍ମକୁ ପୁରୀ ଜଗନ୍ନାଥ ନିର୍ଦ୍ଦେଶନା ଦେଇଛନ୍ତି। ଏହି ଫିଲ୍ମ ଜରିଆରେ ବିଜୟ ଦେବରକୋଣ୍ଡା ବଲିଉଡରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି। ଫିଲ୍ମରେ ବିଜୟ ମାର୍ଶଲ ଆର୍ଟ କରୁଥିବାର ନଜର ଆସିବେ। ଫିଲ୍ମରେ ତାଙ୍କ ସହିତ ବିଶୁ ରେଡୀ, ଅଲୀ ମକରନ୍ଦ ଦେଶ ପାଣ୍ଡେ ସପୋର୍ଟିଂରେ ନଜର ଆସିବେ। ପ୍ୟାନ ଇଣ୍ଡିଆ ଫିଲ୍ମ, ଯାହା ହିନ୍ଦୀ, ତେଲୁଗୁ, ତାମିଲ, ମାଲାୟଲମ ଏବଂ କନ୍ନଡ ଭାଷାରେ ରିଲିଜ ହେବ। ଫିଲ୍ମକୁ କରନ ଜୋହର ପ୍ରଡ୍ୟୁସ କରୁଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.