ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦି ସିବିଆଇ ଆଗରେ ଓଗାଳିଲେ ସବୁ ସତ, କହିଲେ ‘ମୁଁ ଜାଣିଥିଲି ସୁଶାନ୍ତଙ୍କ ଘରକୁ ପ୍ରତିଦିନ…’
ସିବିଆଇ ଟିମ୍ ସୁଶାନ୍ତଙ୍କ ସିଂହ ରାଜପୁତଙ୍କ ମୃତ୍ୟୁ ସହିତ ଜଡିତ ସମସ୍ତଙ୍କ ଲୋକଙ୍କୁ ଲଗାତାର ପଚରାଉଚରା କରୁଛି। ସିବିଆଇ ହାତରେ କେତେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମଧ୍ୟ ଲାଗିଛି। ଇଡି ପରେ ସୁଶାନ୍ତଙ୍କ ପୂର୍ବତନ ମ୍ୟାନେଜର ଶ୍ରୁତି ମୋଦିଙ୍କୁ ସିବିଆଇ ପଚରାଉଚରା ଆରମ୍ଭ କରିଦେଇଛି। ସୂଚନା ମୁତାବକ, ସିବିଆଇର କିଛି ପ୍ରଶ୍ନ ଶୁଣି ଶ୍ରୁତି ମୋଦି ଭାଙ୍ଗିପଡିଛନ୍ତି ଏବଂ ନିଜ କୋହକୁ ନ ସମ୍ଭାଳିପାରି ସବୁ ରାଜ୍ର ଖୁଲାସା କରିଛନ୍ତି।
ଶ୍ରୁତି କହିଛନ୍ତି, ସୁଶାନ୍ତଙ୍କ ଘରୁ ପ୍ରାୟତଃ ସବୁବେଳେ ଧଳା ରଙ୍ଗର ଏକ ପ୍ୟାକେଟ ଆସୁଥିଲା। ଆଉ ମୁଁ ସେହି ପ୍ୟାକେଟକୁ ରିସିଭ କରୁଥିଲି। ଏହି ପ୍ୟାକେଟ ବିଷୟରେ ପଚାରିବାରୁ ମୁଁ ପଚାରିବାରୁ ମୋତେ କୁହାଯାଇଥିଲା କି, ଏହା ପ୍ରିମିୟମ ଟବାକୋ। ଯାହା ପରେ ଏଥିରେ ଡ୍ରଗ୍ସ ଥିବା ଖବର ଜାଣିବା ପରେ ମୁଁ ସୁଶାନ୍ତଙ୍କ ଘରେ କାମ କରିବାକୁ ମନା କରିଦେଇଥିଲି।
ଶ୍ରୁତି ସୁଶାନ୍ତଙ୍କ ଘରେ ଜୁଲାଇ ୨୦୧୯ରୁ ଫେବୃଆରୀ ୨୦୨୦ ପର୍ଯ୍ୟନ୍ତ କାମ କରିଥିଲେ। କିନ୍ତୁ ଫେବୃଆରୀରେ ରିୟା ଶ୍ରୁତିଙ୍କୁ କାମ କରିବାକୁ ମନା କରିଦେଇଥିଲେ। କିନ୍ତୁ ପୂର୍ବରୁ ରିୟା ନିଜ ବୟାନରେ କହିଥିଲେ କି, ଶ୍ରୁତିଙ୍କ ଗୋଡରେ ଆଘାତ ଲାଗିବାରୁ ତାଙ୍କୁ ଛୁଟିରେ ପଠାଇଦିଆଯାଇଥିଲା । ତା’ ପରେ ହିଁ ଦିଶା ସାଲିୟାନଙ୍କୁ ସୁଶାନ୍ତଙ୍କ ଦାୟିତ୍ୱ ଦିଆଯାଇଥିଲା। ଏବେ ଶ୍ରୁତିଙ୍କ ବୟାନକୁ ନେଇ ସିବିଆଇ ତଦନ୍ତ ଆହୁରି ଅଧିକ ମଜବୁତ ପ୍ରମାଣ ମିଳିଯାଇଛି।