ବଡ଼ ପରଦାରେ ଇଛାଧାରୀ ନାଗିନ ରୂପରେ ଆସୁଛନ୍ତି ଶ୍ରଦ୍ଧା କପୁର, କହିଲେ ପିଲାଦିନୁ ଥିଲା ସ୍ୱପ୍ନ

ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଆଜିକାଲି ତାଙ୍କର ଆଗାମୀ ଫିଲ୍ମକୁ ନେଇ ବହୁତ ଚର୍ଚ୍ଚାରେ ଅଛନ୍ତି । ଶ୍ରଦ୍ଧା କପୁର ଖୁବ୍ ଶୀଘ୍ର ବଡ ପରଦାରେ ନାଗିନ୍ ଭୂମିକାରେ ନଜର ଆସିବେ । ଏହି ଚଳଚ୍ଚିତ୍ରର ଟାଇଟଲ୍ ‘ନାଗିନ୍’ ହେବ ଏବଂ ଏହା ତିନୋଟି ଚଳଚ୍ଚିତ୍ରର ସିରିଜ୍ ହେବ । ଏହି ସିରିଜକୁ ବିଶାଲ ଫୁରିଆ ନିର୍ଦ୍ଦେଶନା ଦେବେ ଏବଂ ନିଖିଲ ଦ୍ୱିବେଦୀଙ୍କ ଦ୍ୱାରା ନିର୍ମିତ ହେବ । ବହୁତ ସମୟ ପରେ ବଡ଼ ପରଦାରେ ପୁଣି ଥରେ ଇଛାଧାରୀ ନାଗିନକୁ ଦେଖିବାକୁ ମିଳିବ । ତେବେ ଏହାପୂର୍ବରୁ ରୀନା ରାୟ ଏବଂ ଶ୍ରୀଦେବୀ ମଧ୍ୟ ଇଛାଧାରୀ ନାଗିନ ହୋଇସାରିଛନ୍ତି ।


ଏହି ଚଳଚ୍ଚିତ୍ର ବିଷୟରେ ଶ୍ରଦ୍ଧା କପୁର ଟ୍ୱିଟ୍ କରି କହିଛନ୍ତି, ‘ନାଗିନ୍ ଚରିତ୍ରକୁ ପରଦାରେ ଅଭିନୟ କରିବା ମୋ ପାଇଁ ବହୁତ ଖୁସିର କଥା । ମୁଁ ଶ୍ରୀଦେବୀ ମ୍ୟାମଙ୍କ ‘ନାଗିନ୍’ ଏବଂ ‘ନିଗାହେଁ’ର ଜଣେ ବଡ଼ ପ୍ରଶଂସକ ରହିଆସିଛି ଏବଂ ଏହାକୁ ହିଁ ଦେଖି ଦେଖି ବଡ ହୋଇଛି । ମୁଁ ସବୁବେଳେ ସେମିତି ଏକ ଚରିତ୍ରରେ ଅଭିନୟ କରିବାକୁ ଚାହୁଁଥିଲି ଯାହାର ମୂଳ ଭାରତୀୟ ଲୋକକଥା ସହିତ ଜଡିତ ।

श्रीदेवी की तरह 'इच्छाधारी नागिन' बनेंगी श्रद्धा कपूर, तीन भागों में रिलीज होगी फिल्म - The Public

ଇଛାଧାରୀ ନାଗିନର କନସେପ୍ଟ ସର୍ବଦା ବଲିଉଡ ଏବଂ ଟେଲିଭିଜନରେ ଏକ ସୁପରହିଟ୍ ହୋଇଆସୁଛି । ଯେତେବେଳେ ବି ଏହି ବିଷୟ ଉପରେ କୌଣସି ଫିଲ୍ମ କିମ୍ବା ସିରିଜ୍ ନିର୍ମିତ ହୁଏ ଏହା ସର୍ବଦା ପ୍ରଶଂସକଙ୍କ ହୃଦୟ ଜିତିଥାଏ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.