ରିଆଲିଟି ଶୋ ‘ସା ରେ ଗା ମା ପା’ ବିଜେତା ହେଲେ ଶ୍ରଦ୍ଧା ମିଶ୍ର, ଜିତିଲେ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କା

ରିଆଲିଟି ଶୋ ‘ସା ରେ ଗା ମା ପା’ର ବିଜେତା ହୋଇଛନ୍ତି ମୁମ୍ବାଇର ଶ୍ରଦ୍ଧା ମିଶ୍ର । ଶ୍ରଦ୍ଧାଙ୍କୁ ଟ୍ରଫି ସହିତ ୧୦ ଲକ୍ଷ ଟଙ୍କା ପୁରସ୍କାର ରାଶି ମିଳିଛି । ଶ୍ରଦ୍ଧା ବିଜେତା ହୋଇଥିବା ବେଳେ ଶୁଭଶ୍ରୀ ଦେବନାଥ ପ୍ରଥମ ରନର ଅପ୍, ଉଜ୍ଜଲ ମୋତିରାମ ଗଜଭର ଦ୍ବିତୀୟ ରନର-ଅପ ହୋଇଛନ୍ତି । ଫାଇନାଲରେ ପୂର୍ବତନ କ୍ରିକେଟର ହରଭଜନ ସିଂ ଶୋକୁ ଆସିଥିଲେ । ଶୋରେ ଆଇଏଲଟି୨୦ ଟ୍ରଫିର ଅନାବରଣ କରିଛନ୍ତି ।
ଟାଇଟଲ ଜିତିବା ପରେ ଶ୍ରଦ୍ଧା ନିଜର ଖୁସି ଜାହିର କରିଛନ୍ତି । ଏହା ମୋ ସ୍ବପ୍ନ ସତ ହେଲା ଭଳି । ସା ରେ ଗା ମା ପାରେ ମୋ ଯାତ୍ରା ମୋ ଗୁରୁଙ୍କ ନିରନ୍ତର ସମର୍ଥନ ଏବଂ ମାର୍ଗଦର୍ଶନ ପାଇଁ ଏକ ପରିବର୍ତ୍ତନକାରୀ ଶିଖିବାର ଅନୁଭବ ରହିଛି । ସଚିନ-ଜିଗରଙ୍କ ଦ୍ବାରା ରଚିତ ମୋତେ ପ୍ରଥମ ପ୍ରଥମ ଗୀତ ରେକର୍ଡ କରିବାର ସୁଯୋଗ ମିଳିଛି । ଏଥିପାଇଁ ମୁଁ କୃତଜ୍ଞ । ଏହି ଯାତ୍ରାକୁ ସୁନ୍ଦର କରିଥିବା ସମସ୍ତ ଲୋକଙ୍କୁ ଧନ୍ୟବାଦ ।
View this post on Instagram
ଫାଇନାଲରେ ଶ୍ରଦ୍ଧା, ଉଜ୍ଜଲ ମୋତିରାମ, ଶୁଭଶ୍ରୀ ଦେବନାଥ, ବିଦିଶା ହିତମୁରିୟା, ପାର୍ବତୀ ମୋନାକ୍ଷୀ ଏବଂ ମହର୍ଷି ସନତ ସହିତ ଅନ୍ୟ ୬ ଜଣ ଫାଇନାଲଷ୍ଟି ଦମଦାର ପ୍ରଦର୍ଶନ କରିଥିଲେ । ଶ୍ରଦ୍ଧା ନିଜର ଦମଦାର ପରଫାମାନ୍ସ ଯୋଗୁଁ ଜିତିଛନ୍ତି । ଫାଇନାଲରେ ସଚିନ-ଜିଗର, ସଚେତ-ପରମ୍ପରା, ଗୁରୁ ରନ୍ଧାୱା ସହିତ ଉଦିତ ନାରାୟଣ ଏବଂ କବିତା କୃଷ୍ଣମୂର୍ତ୍ତି ଏବଂ ହରଭଜନ ସିଂ ଉପସ୍ଥିତ ଥିଲେ ।
ଶ୍ରଦ୍ଧା କେବଳ ସା ରେ ଗା ମା ପା ସଂଗୀତ କ୍ୟାରିଅର ଡେବ୍ୟୁ କରିଛନ୍ତି । ଆଗ୍ରାରେ ରହୁଥିବା ୨୪ ବର୍ଷୀୟ ଶ୍ରଦ୍ଧା ଶ୍ରଫି ସହିତ ୧୦ ଲକ୍ଷ ଟଙ୍କା ଜିତିଛନ୍ତି ।
Also Read : ଧରତୀପୁତ୍ର ନନ୍ଦିନୀ ଫେମ ଅଭିନେତା ଅମନ ଜୟସୱାଲଙ୍କ ସଡ଼କ ଦୁର୍ଘଟଣାରେ ମୃତ୍ୟୁ, ବାଇକ୍ ଧକ୍କା ଦେଲା ଟ୍ରକ୍