କଥାଟି ପଢି ଆଶ୍ଚର୍ଯ୍ୟ ହୋଇଯାଉଥିବେ ନିଶ୍ଚିତ। ଶ୍ରଦ୍ଧାଙ୍କ କିଭଳି ଅବସ୍ଥା ଆସିଲା ଯେ, ତାଙ୍କୁ ଚୋର ବଜାର ଯିବାକୁ ପଡିଲା। କଥାଟି କିନ୍ତୁ ଭିନ୍ନ। ନିକଟରେ ଏକ ଇଣ୍ଟରଭ୍ୟୁରେ ଶ୍ରଦ୍ଧା କହିଛନ୍ତି, ବଲିଉଡ ଇଣ୍ଡଷ୍ଟ୍ରୀକୁ ଆସିବା ଯୋଗୁଁ ପସନ୍ଦ ଥିବା ଅନେକ କାମକୁ କରିପାରୁନାହିଁ। ମୋତେ ରିକ୍ସାରେ ଯିବା, ଘର ପର୍ଯ୍ୟନ୍ତ ଚାଲିକି ଯିବା, ଦୋକାନରେ ଜିନିଷକୁ ନେଇ ମୂଲଚାଲ କରିବା ଇତ୍ୟାଦି ପସନ୍ଦ। କିନ୍ତୁ ଏବେ ସବୁ ମୁଁ କରିପାରୁନାହିଁ। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେ, ଶ୍ରଦ୍ଧା ଅଭିନେତ୍ରୀ ହେବା ପୂର୍ବରୁ ଚୋର ବଜାର ଯାଇ ବହୁତ ସାରା ଜିନିଷ କିଣୁଥିଲେ। ଏପରି କରିବା ତାଙ୍କର ବେଶ୍ ପସନ୍ଦ ରହିଥିଲା। ଏହାଛଡା ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଚାଲିଥିବା ଚର୍ଚ୍ଚା ତାଙ୍କ ଉପରେ କୌଣସି ପ୍ରଭାବ ପକାଏ ନାହିଁ ବୋଲି କହିଛନ୍ତି ଶ୍ରଦ୍ଧା। ନିଜ କାମକୁ ଉପରେ ଫୋକସ ରଖିବା ସହ ଅନ୍ୟ କୌଣସି କଥାରେ ଧ୍ୟାନ ଦିଅନ୍ତି ନାହିଁ ଶ୍ରଦ୍ଧା।
ବଲିଉଡ ଅଭିନେତ୍ରୀ ଶ୍ରଦ୍ଧା କପୁର ଏବେ ଅପ୍କମିଙ୍ଗ ଫିଲ୍ମ ‘ସାହୋ’କୁ ନେଇ ଚର୍ଚ୍ଚାରେ ରହିଛନ୍ତି। ଏହି ଫିଲ୍ମରେ ଶ୍ରଦ୍ଧା ସାଉଥ ସୁପରଷ୍ଟାର ତଥା ବାହୁବଳୀ ଫେମ ପ୍ରଭାସଙ୍କ ସହିତ ନଜର ଆସିବେ। ଏହି ଫିଲ୍ମ ର ଚର୍ତୁଥ ଗୀତ ‘ ବେବି ୱଣ୍ଟ ୟୁ ଟେଲ ମି ରିଲିଜ ହୋଇଛି। ପୂର୍ବରୁ ଏହାର ସବୁ ଗୀତକୁ ଦର୍ଶକେ ପସନ୍ଦ କରିଛନ୍ତି। ସାହୋକୁ ନେଇ ଶ୍ରଦ୍ଧା ବହୁତ ଚିନ୍ତାରେ ରହିଛନ୍ତି। ଫିଲ୍ମ ‘ସାହୋ’ ପରେ ଶ୍ରଦ୍ଧା ନିତେଶ ତିଓ୍ଵାରୀଙ୍କ ଫିଲ୍ମ ‘ଛିଛୋରେ’ଙ୍କ ପ୍ରମୋଶନ ମଧ୍ୟ କରୁଛନ୍ତି। ଶ୍ରଦ୍ଧାଙ୍କ ଫିଲ୍ମ ସାହୋ ଅଗଷ୍ଟ ୩୦ରେ ରିଲିଜ ହେବ।
ମେଷ: ଆଜିର ଦିନ ଭଲରେ କଟିବ । ଉତ୍ତମ ସ୍ୱାସ୍ଥ୍ୟ ପାଇଁ ବ୍ୟାୟାମ ଜାରି ରଖନ୍ତୁ । କୌଣସି ନୂଆ…
ଭୁବନେଶ୍ୱର : ଭାରତୀୟ ହକି ଟିମର ପ୍ରାୟୋଜକ ଆଉ ୩ ବର୍ଷ ବୃଦ୍ଧି କରାଯିବ। ହକି ଇଣ୍ଡିଆ ସହ ଆଲୋଚନା…
ବାଲେଶ୍ଵର : ବାଲେଶ୍ଵର ଜିଲ୍ଲାପାଳଙ୍କ ସାମ୍ବାଦିକ ସମ୍ମିଳନୀ । ବାଲେଶ୍ବର ସହରରେ କର୍ଫ୍ୟୁ ପରିସ୍ଥିତି ଉପରେ ସାମ୍ବାଦିକ ସମ୍ମିଳନୀ ।…
ଭୁବନେଶ୍ୱର : ପିସିସି ସଭାପତିଙ୍କୁ କାଳିମାଡ଼ । କଂଗ୍ରେସ ଭବନରେ ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ କାଳିମାଡ଼। ଆଜି କଂଗ୍ରେସ…
ଲମତାପୁଟ : ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଜଣେ ବ୍ୟକ୍ତିଙ୍କ ମୃତ୍ଯୁ । ମୃତ ବ୍ୟକ୍ତି ଜଣକ ଲମତାପୁଟ ବ୍ଲକ…
ଅଗ୍ରସର ହେଲା ମୌସୁମୀ । ଓଡ଼ିଶାର ୨୪ଟି ଜିଲ୍ଲାକୁ ଛୁଇଁବା ସହ ଅଧିକ ଅଗ୍ରସର ହେଉଛି ଦକ୍ଷିଣପଶ୍ଚିମ ମୌସୁମୀ ବାୟୁ…