‘ଏମରଜେନ୍ସି’ରେ ଅବିକଳ ଅଟଳ ବିହାରୀ ବାଜପେୟୀଙ୍କ ଭଳି ନଜର ଆସୁଛନ୍ତି ଶ୍ରେୟସ, ସାମ୍ନାକୁ ଆସିଲା ଫାଷ୍ଟ ଲୁକ୍‌

କଙ୍ଗନା ରାଣାଓ୍ଵତ୍‌ଙ୍କ ଫିଲ୍ମ ଏମରଜେନ୍ସି ଏବେ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି। ଏହି ଫିଲ୍ମରେ କଙ୍ଗନା ପୂର୍ବ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ଭୂମିକାରେ ନଜର ଆସିବେ। ସେ ଏହି ଫିଲ୍ମରେ ଅଭିନୟ ସହ ନିର୍ଦ୍ଦେଶନା ମଧ୍ୟ ଦେଉଛନ୍ତି। କିଛି ଦିନ ତଳେ ଏହି ଫିଲ୍ମର ଅଭିନେତ୍ରୀ ଓ ଅନୁପମ ଖେରଙ୍କ ଫାଷ୍ଟ ଲୁକ୍‌ ସାମ୍ନାକୁ ଆସିଥିଲା। ଲୋକମାନେ ତାହାକୁ ଖୁବ୍‌ ପସନ୍ଦ କରିଥିଲେ। ସେହିପରି ଏବେ ଏହି ଫିଲ୍ମରୁ ଶ୍ରେୟସ ତଲପଡ଼େଙ୍କ ଲୁକ୍‌ ମଧ୍ୟ ସାମ୍ନାକୁ ଆସିଛି। ଶ୍ରେୟସ ଏମରଜେନ୍ସିରେ ଅଟଳ ବିହାରୀ ବାଜପେୟୀଙ୍କ ଭୂମିକାରେ ଅଭିନୟ କରୁଥିବାର ନଜର ଆସିବେ।

କଙ୍ଗନା ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ଫିଲ୍ମରୁ ଶ୍ରେୟସ ତଲପଡ଼େଙ୍କ ଫାଷ୍ଟଲୁକ୍‌ ସେୟାର କରିଛନ୍ତି। ଏହି ପୋଷ୍ଟରରେ ଅଟଳ ବିହାରୀ ବାଜପେୟୀଙ୍କ ଯୁବାବସ୍ଥାର ଝଲକ୍‌ ନଜର ଆସିଛି। ଶ୍ରେୟସ ତଲପଡ଼େଙ୍କ ଲୁକ୍‌କୁ ସେୟାର କରି କଙ୍ଗନା ଲେଖିଛନ୍ତି- ଫିଲ୍ମ ଏମରଜେନ୍ସିରୁ ଭାରତ ରତ୍ନ ଅଟଳ ବିହାରୀ ବାଜପେୟୀଙ୍କ ରୂପରେ ଶ୍ରେୟସ ତଲପଡ଼େ, ଜଣେ ପ୍ରକୃତ ରାଷ୍ଟ୍ରବାଦୀ, ଯାହାର ଦେଶ ପାଇଁ ପ୍ରେମ ଓ ଗୌରବ ଅଦ୍ୱିତୀୟ ଥିଲା। ଯିଏ ଏମରଜେନ୍ସି ବେଳେ ଜଣେ ଯୁବ ଆଗାମୀ ନେତା ଥିଲେ।

 

View this post on Instagram

 

A post shared by Shreyas Talpade (@shreyastalpade27)

ଅନ୍ୟପଟେ ଶ୍ରେୟସ ମଧ୍ୟ ଏହି ପୋଷ୍ଟକୁ ନିଜ ସୋସିଆଲ ମିଡିଆ ଆକାଉଣ୍ଟରେ ସେୟାର କରିଛନ୍ତି ଓ ଲେଖିଛନ୍ତି- ବାଧା ଆସିଥାଏ, ପାଦ ତଳେ ଜଳନ୍ତା ଅଙ୍ଗାର, ମୁଣ୍ଡରେ ବରଷୁ ଥିବା ଜ୍ୱାଳା, ନିଜ ହାତରେ ହସି ହସି ନିଆଁ ଲଗାଇ ଜଳିବାକୁ ହେବ। ପାଦରେ ପାଦ ମିଶାଇ ଚାଲିବାକୁ ହେବ।

 

View this post on Instagram

 

A post shared by Kangana Ranaut (@kanganaranaut)

କଙ୍ଗନାଙ୍କର ଏହି ଫିଲ୍ମ ଜରୁରୀକାଳୀନ ବର୍ଷ ୧୯୭୫ରେ ଲଗାଯାଇଥିବା ଏମରଜେନ୍ସିର କାହାଣୀ ଦର୍ଶାଇବ। ଏହି ଫିଲ୍ମ ୨୫ ଜୁନ୍‌ ୨୦୨୩ରେ ରିଲିଜ୍‌ ହେବ।

Also Read: କୋକେଇରେ ଶୋଇଥିବା ଭାଇ ହାତରେ ରାକ୍ଷୀ ବାନ୍ଧି ଶେଷ ବିଦାୟ ଦେଲେ ଦୁଇ ଭଉଣୀ, ସାମ୍ନାକୁ ଆସିଲା ହୃଦୟ ବିଦାରକ ଦୃଶ୍ୟ

Leave A Reply

Your email address will not be published.