ମୁଁ ବଞ୍ଚିଛି… ଦୟାକରି ଏମିତି ଗୁଜବ ପ୍ରଚାରିତ କରନ୍ତୁ ନାହିଁ; ଶ୍ରେୟସ ତଲପଡେ

ବଲିଉଡ ଅଭିନେତା ଶ୍ରେୟସ ତଲପଡେଙ୍କ ମୃତ୍ୟୁକୁ ନେଇ ସୋସିଆଲ ମିଡିଆରେ ଗୁଜବ ପ୍ରସାରିତ ହେଉଛି । ଯାହାକୁ ନେଇ ବ୍ୟସ୍ତ ହୋଇପଡିଛନ୍ତି ଅଭିନେତା । ଇଣ୍ଟରନେଟରେ ତାଙ୍କ ମୃତ୍ୟୁ ଖବର ଭାଇରଲ ହୋଇଥିଲା । ଏହି ଗୁଜବ ପ୍ରଚାରିତ ହେବା ପରେ ଶ୍ରେୟସ ପ୍ରତିକ୍ରିୟା ଜଣାଇଛନ୍ତି । ଆଉ ଏହା ଜାଣିବା ପରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ କରି ବଞ୍ଚିଥିବା ଫ୍ୟାନ୍ସଙ୍କୁ କହିଛନ୍ତି । ଆଉ ତାଙ୍କୁ ପସନ୍ଦ କରୁଥିବା ତାଙ୍କ ପ୍ରଶଂସକଙ୍କୁ ଶ୍ରେୟସ ଧନ୍ୟବାଦ ମଧ୍ୟ ଜଣାଇଛନ୍ତି ।

ଶ୍ରେୟସ ପୋଷ୍ଟ କରି ଲେଖିଛନ୍ତି ଯେ, ମୁଁ ସମସ୍ତଙ୍କୁ ଆଶ୍ୱାସନା ଦେଉଛି କି, ମୁଁ ବଞ୍ଚିଛି ଖୁସି ଏବଂ ସୁସ୍ଥ ରହିଛି । ମୁଁ ମରିଯାଇଛି ବୋଲି ସୋସିଆଲ ମିଡିଆରେ ଭାଇରଲ ହେଉଛି । ମୁଁ ଜାଣିଛି ମଜାକ କରିବା ଠିକ୍‌, କିନ୍ତୁ ଏହାର ଅପବ୍ୟବହାର କରାଯିବା ଫଳରେ ମୋତେ କ୍ଷତି ପହଞ୍ଚିଛି । ଜଣେ ଏହାକୁ ମଜାଳିଆ ଭାବେ ଆରମ୍ଭ କରିଥିବେ ନିଶ୍ଚିତ କିନ୍ତୁ ଏବେ ଏହା ଚିନ୍ତାର ବିଷୟ ପାଲଟିଛି । ମୋ ପରିବାର ଲୋକ, ମୋ ଫ୍ୟାନ୍ସ ଏବଂ ମୋ ଇମୋସନ ସହିତ ବିଶ୍ୱାସଘାତକତା ହେଉଛି ।

 

View this post on Instagram

 

A post shared by Shreyas Talpade (@shreyastalpade27)

ମୋ ଛୋଟ ଝିଅ ପ୍ରତିଦିନ ସ୍କୁଲ ଯାଉଛି କିନ୍ତୁ ମୋ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାରେ ରହୁଛି । ମୋତେ ବାରମ୍ବାର ପ୍ରଶ୍ନ କରୁଛି । ମୋ ସ୍ୱାସ୍ଥ୍ୟକୁ ନେଇ ଆଶ୍ୱାସନା ମାଗୁଛି । ତେଣୁ ଏଭଳି ଗୁଜବ ତାଙ୍କ ଭୟକୁ ବଢାଇ ଦେଉଛି । ସ୍କୁଲ ଶିକ୍ଷକ ଏବଂ ପିଲାମାନଙ୍କୁ ପ୍ରଶ୍ନ କରୁଛି । ଯେଉଁମାନେ ମୋ ମୃତ୍ୟୁକୁ ନେଇ ଗୁଜବ ପ୍ରଚାରିତ କରୁଛନ୍ତି, ତାଙ୍କୁ ମୁଁ ରୋକିବି । ଅନେକ ଲୋକ ମୋ ସ୍ୱାସ୍ଥ୍ୟକୁ ନେଇ ପ୍ରାର୍ଥନା କରୁଛନ୍ତି । ସେମାନଙ୍କ ଭାବନାକୁ ଆଘାତ ଲାଗୁଛି ।

ପ୍ରକାଶଥାଉ ଯେ, ‘ୱେଲକମ ଟୁ ଦ ଜଙ୍ଗଲ’ ଫିଲ୍ମର ସୁଟିଂ ସମୟରେ ଅଭିନେତା ଶ୍ରେୟସ ତଲପଡେଙ୍କୁ ହୃତଘାତ ହୋଇଥିଲା । ପରେ ସେ ଡାକ୍ତରଖାନାରେ ଭର୍ତ୍ତି ହୋଇ ଚିକିତ୍ସିତ ହୋଇଥିଲେ । ଏବେ ସେ ସମ୍ପୂର୍ଣ୍ଣ ଭାବରେ ସୁସ୍ଥ ଅଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
You might also like