ମା’ ହେବା ଖବର ବର୍ଷେ ଲୁଚାଇବା ପରେ ଏବେ ସତ ମାନିଲେ ଅଭିନେତ୍ରୀ ଶ୍ରେୟା ସରନ, ସେୟାର କଲେ ଭିଡିଓ

ଅଜୟ ଦେବଗନଙ୍କ ଫିଲ୍ମ ‘ଦ୍ରିଶ୍ଯମ’ରେ ନଜର ଆସିଥିବା ଅଭିନେତ୍ରୀ ଶ୍ରେୟା ସରନଙ୍କ ପ୍ରେଗନେନ୍ସୀକୁ ନେଇ ଅନେକ ଗୁଜବ ଚାଲିଥିଲା। ଏବେ ନିଜେ ଅଭିନେତ୍ରୀ ଏହିସବୁ ଚର୍ଚ୍ଚା ଉପରେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି। ଦୀର୍ଘ ବର୍ଷେ କାଳ ଫ୍ଯାନଙ୍କ ଠାରୁ ଖବର ଲୁଚାଇଥିଲେ ଶ୍ରେୟା। ଶ୍ରେୟା ସୋସିଆଲ ମିଡିଆରେ ଏକ ଭିଡିଓ ସେୟାର କରିଛନ୍ତି। ୨୦୨୦ରେ ଶ୍ରେୟା ଗର୍ଭବତୀ ରହିଥିଲେ ଏବେ ସମସ୍ତଙ୍କ ସହିତ ଖୁସିକୁ ସେୟାର କରିବା ସହିତ କ୍ବାରେଣ୍ଟାଇନ ଏକ୍ସପରିଏନ୍ସ ମଧ୍ୟ ସେୟାର କରିଛନ୍ତି।

ଅଭିନେତ୍ରୀ ଜଣକ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ଶ୍ରେୟା ସ୍ବାମୀ ଏବଂ ପିଲା ସହିତ ନଜର ଆସିଛନ୍ତି। ଭିଡିଓ ସହିତ ଶ୍ରେୟା କ୍ଯାପସନ ମଧ୍ୟ ଲେଖିଛନ୍ତି। ଭିଡିଓରେ ଶ୍ରେୟା ଝିଅକୁ ଧରିଥିବା ନଜର ଆସିଛନ୍ତି।

 

View this post on Instagram

 

A post shared by Shriya Saran (@shriya_saran1109)

ସୂଚନାଯୋଗ୍ଯ, ୨୦୧୮ ମସିହାରେ ଶ୍ରେୟା ଏଣ୍ଡ୍ରି ସହିତ ରାଜସ୍ଥାନରେ ବିବାହ କରିଥିଲେ। ପ୍ରଥମ ଥର ପାଇଁ ମାଲଦ୍ବୀପରେ ଦୁହେଁ ଦେଖିଥିଲେ। ତା’ ପରେ ସ୍ବାମୀଙ୍କ ସହିତ ସ୍ପେନର ବାର୍ସିଲୋନାରେ ରହୁଥିଲେ। କିନ୍ତୁ ୨୦୨୦ରେ ଭାରତ ଫେରିବାକୁ ନିଷ୍ପତ୍ତି ନେଇଥିଲେ। ଏବେ ସେ ଭାରତରେ ରହୁଛନ୍ତି।

ଶ୍ରେୟା ସାଉଥ ଇଣ୍ଡଷ୍ଟ୍ରୀର ବେଶ ଲୋକପ୍ରିୟ ଅଭିନେତ୍ରୀ। ୨୦୦୧ରେ କ୍ଯାରିଅର ଆରମ୍ଭ କରିଥିଲେ ଶ୍ରେୟା। ଶ୍ରେୟାଙ୍କ ପ୍ରଥମ ହିନ୍ଦୀ ଫିଲ୍ମ ‘ତୁଝେ ମେରି କସମ’ ରହିଥିଲେ। ଯେଉଁଥିରେ ଜେନେଲିଆ ଏବଂ ରିତେଶ ଦେଶମୁଖ ନଜର ଆସିଥିଲେ। ତାଫରେ ୨୦୦୭ରେ ଇମ୍ରାନ ହାସମୀଙ୍କ ସହିତ ଆୱାରପନ ବ୍ଯତୀତ ବଲିଉଡର ଅନେକ ଫିଲ୍ମର ଆଇଟମ ଗୀତରେ ନଜର ଆସିଛନ୍ତି। କିନ୍ତୁ ଶ୍ରେୟାଙ୍କ ଫିଲ୍ମ ‘ଦ୍ରିଶ୍ଯମ’ରୁ ହିଁ ବଲିଉଡରେ ସଫଳତା ମିଳିଥିଲା।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.