ମାଆ, ବାପାଙ୍କ ଛାଡ଼ପତ୍ରରେ ବହୁତ ଖୁସି ଥିଲେ ଶ୍ରୁତି ହାସନ, ଏକ ଇଣ୍ଟରଭ୍ୟୁରେ ଦେଲେ ଆଶ୍ଚର୍ଯ୍ୟଜନକ ବୟାନ

ଭାରତୀୟ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଏନେକ ଅଭିନେତ୍ରୀ ଏମିତି ଅଛନ୍ତି, ଯେଉଁମାନେ ବିନା ବିବାହରେ ମାଆ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ ହେଉଛନ୍ତି ସାରିକା। ସାରିକା ବିବାହ ପୂର୍ବରୁ ହିଁ ଶ୍ରୁତି ହାସନଙ୍କ ମାଆ ହୋଇସାରିଥିଲେ। ମାଆ ହେବା ପରେ ସାରିକା ଓ କମଲ ହାସନ ବିବାହ ବନ୍ଧନରେ ବାନ୍ଧି ହେବାକୁ ନିଷ୍ପତ୍ତି ନେଇଥିଲେ। କିନ୍ତୁ ୧୬ ବର୍ଷ ଏକାଠି ରହିବା ପରେ ଅଲଗା ହେବା ପାଇଁ ନିଷ୍ପତ୍ତି ନେଲେ। ଆଉ ଏହି ନିଷ୍ପତ୍ତିରେ ଝିଅ ଶ୍ରୁତି ବହୁତ ଖୁସି ଥିଲେ।

୧୬ ବର୍ଷ ପରେ ବାପା, ମାଆ ଯେବେ ଅଲଗା ହୋଇଥିଲେ, ସେହି ସମୟରେ ଝିଅ ତଥା ସାଉଥ ଫିଲ୍ମ ଅଭିନେତ୍ରୀ ଶ୍ରୁତି ହାସନ ଓ ତାଙ୍କ ଭଉଣୀ ଅକ୍ଷରା ହାସନ ଛୋଟ ଥିଲେ। ତେବେ ଶ୍ରୁତି ନିକଟରେ ଏକ ଇଣ୍ଟରଭ୍ୟୁରେ ଖୁଲାସା କରିଛନ୍ତି କି, ସେ ନିଜ ମାଆ, ବାପାଙ୍କ ଛାଡପତ୍ରରେ ଦୁଃଖୀ ନ ଥିଲେ, ବରଂ ଖୁସି ଥିଲେ।

ଶ୍ରୁତି କହିଥିଲେ ଯେ ‘ମୁଁ କେବଳ ଦୁଇଜଣଙ୍କ ନୂଆ ଜୀବନ ଆରମ୍ଭକୁ ଉତ୍ସାହିତ ଥିଲି। ମୋତେ ଖୁସି ଲାଗୁଛି କି, ସେମାନେ ଅଲଗା ହୋଇଯାଇଛନ୍ତି। କାହିଁକିନା, ମୋତେ ଲାଗେ କି, ଯେତେବେଳେ ଦୁଇଜଣ ଲୋକ ଏକାଠି ରହିପାରୁ ନାହାନ୍ତି, ତ କୌଣସି କାରଣରେ ସେମାନଙ୍କୁ ଏକାଠି ରଖାଯାଇ ପାରିବ ନାହିଁ। ସେମାନେ ବହୁତ ଭଲ ମାଆ, ବାପା। ମୁଁ ଖାସ କରି ମୋ ବାପାଙ୍କର ବହୁତ ନିକଟତର। ମୋ ମାଆ ମୋ ଜୀବନର ଅଂଶ। ଏହା ଆମ ସମସ୍ତଙ୍କ ପାଇଁ ଭଲ ଥିଲା’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.