ପ୍ରଥମ ଦିନରେ ୧୦ କୋଟି ! ବକ୍ସ ଅଫିସରେ ଧୂମ ମଚାଉଛି ଫିଲ୍ମ ଶୁଭ୍‌ ମଙ୍ଗଲ ଜ୍ୟାଦା ସାବଧାନ

ବକ୍ସ ଅଫିସରେ ଧୂମ ମଚାଉଛି ଆୟୁଷ୍ମାନ ଖୁରାନାଙ୍କ ଫିଲ୍ମ ଶୁଭ୍‌ ମଙ୍ଗଲ ଜ୍ୟାଦା ସାବଧାନ । ପ୍ରଥମ ଦିନରେ ପାଖାପାଖି ୧୦ କୋଟି କଲେକ୍ସନ କରିଛି ଫିଲ୍ମ । ସମଲିଙ୍ଗୀ ସମ୍ପର୍କକୁ ନେଇ ଆଧାରିତ ଏହି ଫିଲ୍ମରେ ରହିଛି ଜୋରଦାର କମେଡି । ପୂର୍ବରୁ ଆୟୁଷ୍ମାନଙ୍କ କମେଡି ଫିଲ୍ମ ‘ଡ୍ରିମ୍ ଗାର୍ଲ’ ଦର୍ଶକଙ୍କୁ ବେଶ୍ ଆକୃଷ୍ଟ କରିଥିବାବେଳେ ଏହି ଫିଲ୍ମଟିକୁ ନେଇ ମଧ୍ୟ ଦର୍ଶକେ ବେଶ୍ ଆଶାବାଦୀ ରହିଛନ୍ତି ।

subhଫିଲ୍ମରେ ଆୟୁଷ୍ମାନ ଗେ’ ଚରିତ୍ରରେ ନଜର ଆସୁଥିବାବେଳେ ସମଲିଙ୍ଗୀ ସମ୍ପର୍କକୁ ଦର୍ଶାଯାଇଛି । ଜିତେନ୍ କେବଲିଆଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ନୀନା ଗୁପ୍ତା, ଗଜରାଜ ରାଓ ଓ ଜିତେନ୍ଦ୍ର କୁମାର ପ୍ରମୁଖ ଅଭିନୟ କରିଛନ୍ତି ।