ହସ୍ପିଟାଲରେ ଭର୍ତ୍ତି ହେଲେ ଶ୍ୱେତା ତିଓ୍ଵାରୀ, ଖବର ପାଇବା ପରେ ପୂର୍ବ ସ୍ୱାମୀ ଦେଲେ ଏମିତି ରିଆକ୍ସନ୍‌

ଅସୁସ୍ଥ ଅଛନ୍ତି ଟେଲିଭଜନ ଜଗତର ଜଣାଶୁଣା ଅଭିନେତ୍ରୀ ଶ୍ୱେତା ତିଓ୍ଵାରୀ। ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଅଚାନକ ଶ୍ୱେତାଙ୍କ ଦେହ ଖରାପ ହେବା ପରେ ତାଙ୍କ ପୂର୍ବତନ ସ୍ୱାମୀ ଅଭିନବ କୋହଲି ମଧ୍ୟ ରିଆକ୍ସନ୍‌ ଦେଇଛନ୍ତି। ଅଭିନବଙ୍କ ରିଆକ୍ସନ୍‌ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।

ଶ୍ୱେତା ତିଓ୍ଵାରୀଙ୍କ ଟିମ୍‌ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଲୋ ବ୍ଲଡ୍‌ ପ୍ରେସର ଓ ଦୁର୍ବଳତା ଯୋଗୁ ଶ୍ୱେତାଙ୍କୁ ହସ୍ପିଟାଲରେ ଆଡମିଟ୍‌ କରାଯାଇଛି। ଶ୍ୱେତା ଲଗାତାର କିଛି ଦିନ ହେବ କାମରେ ବ୍ୟସ୍ତ ଥିଲେ। ଏଣୁ ସେ ଠିକ୍‌ ଭାବେ ବିଶ୍ରାମ ନେଇପାରିନଥିଲେ। ଏହି କାରଣରୁ ସେ ଅସୁସ୍ଥ ହୋଇପଡ଼ିଛନ୍ତି। ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଓ ଖୁବ୍‌ଶୀଘ୍ର ସେ ଘରକୁ ଫେରିବେ ବୋଲି ଟିମ୍‌ ପକ୍ଷରୁ ସୂଚନା ମିଳିଛି।

 

View this post on Instagram

 

A post shared by Abhinav Kohli (@abhinav.kohli024)


ଅନ୍ୟପଟେ ଶ୍ୱେତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ତାଙ୍କ ସ୍ୱାମୀ ଅଭିନବ କୋହଲି ମଧ୍ୟ ରିଆକ୍ସନ୍‌ ଦେଇଛନ୍ତି। ଅଭିନବ ଇନ୍‌ଷ୍ଟାଗ୍ରାମ୍‌ରେ ଏକ ପୋଷ୍ଟ ସେୟାର କରି ଲେଖିଛନ୍ତି, ମୁଁ ମୋ ପୁଅ ସହ ଏକାଠି ରହିବା ପାଇଁ ହକ୍‌ର ଲଢ଼େଇ ଗୋଟେ ଜାଗାରେ ଓ ଏହା କୋର୍ଟରେ ଚାଲିଛି। କିନ୍ତୁ ଭଗବାନ କରନ୍ତୁ ଶ୍ୱେତା ଶୀଘ୍ର ଭଲ ହୋଇଯାଆନ୍ତୁ। ଆକ୍ଟର ବିଚରା ଆପଣଙ୍କ ସାମ୍ନାରେ ସବୁଠୁ ସୁନ୍ଦର ଦେଖାଯିବା ପାଇଁ ଓ ଆପଣଙ୍କ ଠାରୁ ଭଲ ପାଇବା ଟିକେ ପାଇବା ପାଇଁ ଆବଶ୍ୟକତା ଠାରୁ ଅଧିକ ପତଳା ହୋଇଯାଆନ୍ତି, କମ୍‌ ଖାଇଥାନ୍ତି, ଆଉ ପୁଣି ଗୋଟେ ଦିନ ସେମାନଙ୍କ ହୃଦୟ ଥକି ଯାଏ।

ସୂଚନାଯୋଗ୍ୟ ଯେ ଶ୍ୱେତା ତିଓ୍ଵାରୀ ଆକ୍ଟର ଅଭିନବଙ୍କୁ ଦ୍ୱିତୀୟ ବିବାହ କରିଥିଲେ। କିଛି ବର୍ଷ ପରେ ଉଭୟେ ଅଲଗା ହୋଇଯାଇଥିଲେ। ଶ୍ୱେତା ଅଭିନବଙ୍କ ଉପରେ ନିର୍ଯାତନା ନେଇ ଅଭିଯୋଗ କରିଥିଲେ। ଏବେ ଯାଏଁ ଉଭୟଙ୍କ ମଧ୍ୟରେ ପୁଅର କଷ୍ଟଡିକୁ ନେଇ କୋର୍ଟରେ କେସ୍‌ ଚାଲିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.