ରାମାୟଣରେ ‘ସୁଗ୍ରୀବ’ ଚରିତ୍ରରେ ଅଭିନୟ କରିଥିବା ଶ୍ୟାମ କଲାନିଙ୍କ ନିଧନ, ଦୀର୍ଘଦିନରୁ କ୍ୟାନସରରେ ପୀଡିତ ଥିଲେ

ରାମାୟଣ ଧାରାବାହିକରେ ସୁଗ୍ରୀବଙ୍କ ଚରିତ୍ର ନିଭାଇଥିବା ଶ୍ୟାମ କଲାନିଙ୍କ ନିଧନ ହୋଇଛି। 6 ଏପ୍ରିଲରେ ପାଞ୍ଚକୁଲା ନିକଟସ୍ଥ ଅଞ୍ଚଳରେ ସେ ଶେଷ ନିଶ୍ଵାସ ତ୍ୟାଗ କରିଛନ୍ତି। ତାଙ୍କ ପରିବାର ଲୋକଙ୍କ ମୁତାବକ, ଶ୍ୟାମ ଦୀର୍ଘ ଦିନ ହେବ କ୍ୟାନସରରେ ପୀଡିତ ଥିଲେ। ଧାରାବାହିକରେ ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ଶ୍ୟାମଙ୍କ ସ୍ମୃତିଚାରଣ କରିବାକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି।

ସେ ଟୁଇଟ କରି ଲେଖିଛନ୍ତି, ‘ଆମ ସହଯୋଗୀ ଶ୍ୟାମ କଲାନିଙ୍କ ଆକସ୍ମିକ ମୃତ୍ୟୁ ଖବର ଶୁଣି ବହୁତ ମର୍ମାହତ ଅଛି। ସେ ରାମାୟଣରେ ବାଳି ଓ ସୁଗ୍ରୀବଙ୍କ ଭୂମିକା ନିଭାଇଥିଲେ। ଭଗବାନ ତାଙ୍କ ଆତ୍ମାକୁ ଶାନ୍ତି ଏବଂ ତାଙ୍କ ପରିବାରକୁ ଶକ୍ତି ଦିଅନ୍ତୁ’। ଏହାପୂର୍ବରୁ ରାମାୟଣରେ ପ୍ରଭୁ ଶ୍ରୀରାମଙ୍କ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ ମଧ୍ୟ ଟୁଇଟ କରି ‘ଶ୍ୟାମ ସୁନ୍ଦର ଜଣେ ଭଲ ବ୍ୟକ୍ତିତ୍ୱ ଥିଲେ’ ବୋଲି କହିଥିଲେ।

Leave A Reply

Your email address will not be published.