ସିଦ୍ଧାର୍ଥ ଶୁକ୍ଳା ଓ ସେହନାଜ ଗିଲଙ୍କ ଯୋଡିକୁ ବିଗବସ ଜରିଆରେ ଦର୍ଶକ ଏତେ ପସନ୍ଦ କରିଥିଲେଯେ ତାଙ୍କୁ “Sid-naaz” ନାଁରେ ଡାକିବାକୁ ଲାଗିଥିଲେ । ଦୁହେଁ ଦୁହିଁଙ୍କୁ ନେଇ ଅନେକ ସ୍ୱପ୍ନ ବି ଦେଖିଥିଲେ । କିନ୍ତୁ ସେପ୍ଟେମ୍ବର ୨ ତାରିଖରେ ସିଦ୍ଧାର୍ଥଙ୍କ ଅକସ୍ମାତ ମୃତ୍ୟୁ ସବୁକିଛି ଭାଙ୍ଗି ଚୁରମାର କରିଦେଲା ଯେମିତି । ବିଗ ବସ ଶୋ’ ଜରିଆରେ ହିଁ ପରସ୍ପରର ନିକଟବର୍ତ୍ତୀ ହୋଇଥିଲେ ସିଧ-ନାଜ ଯୋଡି । ଶୋ’ ରେ ଦୁହିଁଙ୍କ ଲଢେଇ ଓ ପ୍ରେମର ଭରପୁର ମଜା ନେଇଥିଲେ ଦର୍ଶକ । ଅନେକ ଥର ସିଧଙ୍କୁ ପ୍ରେମ ନିବେଦନ କରିସାରିଛନ୍ତି ସେହନାଜ । ଖାଲି ପ୍ରେମ ନୁହେଁ ଦୁହେଁ ଭବିଷ୍ୟତ ନେଇ ଅନେକ ପ୍ଲାନିଂ ବି କରିସାରିଥିଲେ । ଦୁହିଁଙ୍କୁ ନେଇ ଏକ ଭିଡିଓ ବି ଏବେ ଖୁବ ଭାଇରଲ ହେବାରେ ଲାଗିଛି । ଭିଡିଓଟିରେ ଦୁହେଁ ନିଜ ବିବାହକୁ ନେଇ ପ୍ଳାନିଙ୍ଗ କରୁଥିବା ନଜର ଆସିଛନ୍ତି ।
କହିରଖିବା ଉଚିତ ହେବକି, ଭିଡିଓ ଟିକୁ ପ୍ରସିଦ୍ଧ ଶେଫ ବିକାଶ ଖାନ୍ନା ସେୟାର କରିଛନ୍ତି । ବିଗବସ ସିଜନ ୧୩ରେ ଅତିଥି ଭାବରେ ବିଗବସ ସେଟରେ ପହଂଚିଥିଲେ ବିକାଶ । ଗୋଟେ ଟାସ୍କରେ ଏକ ପ୍ରଶ୍ନର ଉତ୍ତର ଦେବା ସମୟରେ ସେହନାଜ କହିପକାଇଥିଲେ ଯଦି ସିଦ୍ଧାର୍ଥଙ୍କ ସହ ତାଙ୍କ ବିବାହ ହୁଏ ତେବେ କେମିତି ହେବ । ସେହନାଜଙ୍କ ଅନୁଯାୟୀ ଏହି ବିବାହରେ ଅସିମ ରାଗି ଜିଜା ବା ଭିଣୋଇ ହେବେ । ସଂସାରରେ ହୁଏତ ଅସୀମ ପ୍ରଥମ ଜିଜା ହେବେ ଯିଏ ନିଜ ଶାଳୀ ମାନଙ୍କ ଠାରୁ ବି ଅଧିକ ସୁନ୍ଦର ଦେଖାଯାଉଥିବ । ଭିଡିଓ ଟିକୁ ସେୟାର କରି ଏହାର କ୍ୟାପ୍ସନରେରେ ବିକାଶ ଲେଖିଛନ୍ତିକି, “ଯଦି ବା ବିଗବସ ଘରେ ମାତ୍ର ଗୋଟିଏ ଦିନ ବିତେଇଛି କିନ୍ତୁ ସେମାନଙ୍କ ମଧ୍ୟରୁ ଅଧିକାଂଶଙ୍କ ସହ ମୁଁ ଜଡିତ ଅଛି ।”
କୋରାପୁଟ : ଦୁଇ ନକଲି ନକ୍ସଲ ଗିରଫ । ଜୟପୁର ସଦର ଥାନା ଓ ବୈପାରିଗୁଡା ପୋଲିସର ମିଳିତ ଉଦ୍ୟମରେ…
ଭୁବନେଶ୍ୱର: ଦିଲ୍ଲୀ ଯିବା ପୂର୍ବରୁ କୃଷି ବିଭାଗର ସମୀକ୍ଷା କଲେ କୃଷି ମନ୍ତ୍ରୀ ତଥା ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ…
ଲୋକସଭା ନିର୍ବାଚନ ପ୍ରଚାର ସମୟରେ ପରସ୍ପରକୁ କଟାକ୍ଷ କରୁଥିବା ନେତା ସଂସଦରେ ଆଜି ଭିନ୍ନ ରୂପରେ ନଜର ଆସିଥିଲେ ।…
କଣ୍ଟାବାଞ୍ଜି : କଂଟାବାଞ୍ଜି-ବଲାଙ୍ଗୀର ରାସ୍ତାରେ ଥିବା ଏକ ଠିପି ଖୋଲା ବିଦେଶୀ ମଦ ଦୋକାନରୁ ଚୋରୀ ହୋଇଥିବା ନେଇ କଣ୍ଟାବାଞ୍ଜି…
ପୁରୀ : ଆସନ୍ତା ୭ ତାରିଖରେ ପୁରୀ ବିଶ୍ବପ୍ରସିଦ୍ଧ ରଥଯାତ୍ରା । ଚଳିତ ବର୍ଷ ଦୁଇ ଦିନ ରଥଯାତ୍ରା ।…
ଜୁଲାଇରେ ହେବାକୁ ଥିବା ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ଭାରତୀୟ ହକି ଟିମ୍ ଘୋଷଣା ହୋଇଛି । ହରମନପ୍ରୀତ ସିଂହଙ୍କ ନେତୃତ୍ୱରେ…