ମଥାରେ ନାଲି ଟିକିଲି ଲଗାଇ ଫଟୋ ସେୟାର କଲେ ସିଦ୍ଧାର୍ଥ ଶୁକ୍ଳା, ଜାଣନ୍ତୁ କାହିଁକି

ନିଜ ଆଗାମୀ ପ୍ରୋଜେକ୍ଟ ସୁଟିଂ ପାଇଁ ସିଦ୍ଧାର୍ଥ ଶୁକ୍ଳା ଏବେ ସେହନାଜ ଗିଲ୍‌ଙ୍କ ସହ ଚଣ୍ଡୀଗଡ଼ରେ ଅଛନ୍ତି। ଇତିମଧ୍ୟରେ ସୋସିଆଲ ମିଡିଆରେ ସିଦ୍ଧାର୍ଥ ଏକ ଫଟୋ ସେୟାର କରିଛନ୍ତି ଯେଉଁଥିରେ ସେ ମଥାରେ ଲାଲ ବିନ୍ଦି ଲଗାଇଥିବା ଦେଖିବାକୁ ମିଳିଛି। ତାଙ୍କର ଏହି ଫଟୋ ଇଣ୍ଟରନେଟ୍‌ରେ ଖୁବ୍‌ ଭାଇରାଲ ହେଉଛି। ଫ୍ୟାନ୍‌ମାନେ ଜାଣିବାକୁ ଚାହିଁଛନ୍ତି ସିଦ୍ଧାର୍ଥ ଏମିତି ଫଟୋ କାହିଁକି ସେୟାର କରିଛନ୍ତି।

sidharth

ପ୍ରକୃତ କଥାଟି ହେଉଛି ଅକ୍ଷୟ କୁମାରଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ ‘ଲକ୍ଷ୍ମୀ’ ନଭେମ୍ବର ୯ରେ ରିଲିଜ୍‌ ହେବାକୁ ଯାଉଛି। ଏହି ଫିଲ୍ମରେ ଅକ୍ଷୟ ଟ୍ରାନ୍ସଜେଣ୍ଡର ଭୂମିକାରେ ଅଭିନୟ କରୁଛନ୍ତି। ଫିଲ୍ମ ରିଲିଜ୍‌ ପୂର୍ବରୁ ଅକ୍ଷୟ ସୋସିଆଲ ମିଡିଆରେ ଜବରଦସ୍ତ ପ୍ରମୋସନ୍‌ କରୁଛନ୍ତି। ଏଥିସହ ଫିଲ୍ମରେ ନିଜ ଚରିତ୍ରକୁ ସମାଜରେ ସ୍ୱୀକାର ଓ ସମ୍ମାନ ଦେବା କଥା କହିଛନ୍ତି। ନିକଟରେ ଅକ୍ଷୟ ନିଜ ମଥାରେ ଲାଲ ରଙ୍ଗର ବିନ୍ଦି ଲଗାଇ ଫଟୋ ସେୟାର କରିଥିଲେ ଓ ଅନ୍ୟ ଲୋକଙ୍କୁ ମଧ୍ୟ ଏହି ଅଭିଯାନରେ ସାମିଲ ହେବାକୁ ଅପିଲ କରିଥିଲେ।

ଏହି ଅଭିଯାନରେ ସିଦ୍ଧାର୍ଥ ନିଜକୁ ସାମିଲ କରି ମଥାରେ ଲାଲ ବିନ୍ଦି ଲଗାଇ ଫଟୋ ସେୟାର କରିଛନ୍ତି। ଫଟୋ ସେୟାର କରି ସେ କ୍ୟାପସନ୍‌ରେ ଲେଖିଛନ୍ତି ‘ବାସ୍ତବରେ ଅକ୍କି ସାରଙ୍କ ଏହି ଅଭିଯାନ ପ୍ରଶଂସନୀୟ। ଆସନ୍ତୁ ସମସ୍ତେ ଏହି ବିନ୍ଦି ପିନ୍ଧି ତାଙ୍କୁ ସମର୍ଥନ ଜଣାଇବା। କାରଣ #AbHamariBaariHai ତାଙ୍କ ସାଥ୍‌ ଦେବାର, ଯିଏ ଆଜି ପର୍ଯ୍ୟନ୍ତ ଆମ ଖୁସିରେ ଆମ ସାଥ୍‌ ଦେଇଛନ୍ତି’।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.