ଆମ ସମ୍ପର୍କ ବନ୍ଧୁତା ଠାରୁ ଟିକେ ଅଧିକ, ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ କହିଲେ ମନ କଥା

କିଆରା ଆଡଭାନୀ ଓ ସିଦ୍ଧାର୍ଥ ମାଲହୋତ୍ରାଙ୍କ ଆଫେୟାର୍ସ ଖବର ବଲିଉଡ୍‌ ଜଗତର ସବୁଠୁ ଚର୍ଚ୍ଚିତ ଖବର। ଏହି ଯୋଡ଼ି ରିଲେସନ୍‌ସିପ୍‌ରେ ଥିବା ନେଇ ଖବର ଦୀର୍ଘ ଦିନ ହେଲାଣି ସାମ୍ନାକୁ ଆସୁଛି। କିଆରା ଓ ସିଦ୍ଧାର୍ଥ ଉଭୟେ ପ୍ରେମରେ ଥିବା ନେଇ ଫ୍ୟାନ୍‌ମାନେ ବି ଅନେକ ଥର ଦେଖିଛନ୍ତି। ପବ୍ଲିକ୍‌ ପ୍ଲେସ୍‌ରେ ଉଭୟଙ୍କୁ ଏକାଠି ସ୍ପଟ୍‌ କରାଯାଇଛି। ମଲ୍‌, ରୋସ୍ତୋରାଁ ଆଦିକୁ ମଧ୍ୟ ଏହି ଯୋଡ଼ି ପ୍ରାୟତଃ ଏକାଠି ଯାଇଥାନ୍ତି। କିନ୍ତୁ କେବେ ବି ନିଜ ସମ୍ପର୍କ ବିଷୟରେ ମୁହଁ ଖେଲିନଥିଲେ ଏହି ଯୋଡ଼ି। କିନ୍ତୁ ଏବେ ସିଦ୍ଧାର୍ଥ ମାଲହୋତ୍ରା ଓ କିଆରା ଆଡଭାନୀ ନିଜ ସମ୍ପର୍କକୁ କନ୍‌ଫର୍ମ କରିଛନ୍ତି।

ରିପୋର୍ଟ ମୁତାବକ, ନିକଟରେ କରନ୍‌ ଜୋହରଙ୍କ ଚାଟ୍‌ ଶୋ’ କଫି ଓ୍ଵିଥ୍‌ କରନ୍‌ ୭ରେ ପହଞ୍ଚିଥିଲେ ସିଦ୍ଧାର୍ଥ ମାଲହୋତ୍ରା ଓ ଭିକ୍କି କୌଶଲ। ଏହି ଏପିସୋଡ୍‌ରେ କରନ୍‌ ସିଦ୍ଧାର୍ଥଙ୍କୁ ତାଙ୍କ ତଥାକଥିତ ଗାର୍ଲଫ୍ରେଣ୍ଡ୍‌ କିଆରା ଆଡଭାନୀଙ୍କ ଏକ ଭିଡିଓ ଦେଖାଇଥିଲେ। ଏହି ଭିଡିଓ କରନ୍‌ଙ୍କ ଶୋ’ର ଏକ ନୂଆ ଏପିସୋଡ୍‌ର ଥିଲା। ଏଥିରେ କିଆରା ଆଡଭାନୀ କୋ-ଷ୍ଟାର ଶାହିଦ କପୁରଙ୍କ ସହ ନଜର ଆସିଛନ୍ତି। ଭିଡିଓରେ କରନ୍‌ ସିଦ୍ଧାର୍ଥଙ୍କ ବିଷୟରେ କିଆରାଙ୍କୁ ପ୍ରଶ୍ନ କରୁଛନ୍ତି।

ସେ କିଆରାଙ୍କୁ ପଚାରୁଛନ୍ତି ଯେ ତୁମର ସିଦ୍ଧାର୍ଥଙ୍କ ସହ ସମ୍ପର୍କ ପ୍ରୀତିଙ୍କର କବୀର ସିଂହଙ୍କ ସହ ହିଂସ୍ରକ ସମ୍ପର୍କ ଠାରୁ ଅଲଗା କି? ଏ ନେଇ କିଆରା ଅଳ୍ପ ହସି କହୁଛନ୍ତି- କରନ୍‌ ତୁମେ ଜାଣି ଶୁଣି ମୋ ମୁହଁରୁ ଜବାବ ବାହାର କରିବାକୁ ଚାହୁଁଛ। ଏହା ପରେ କରନ୍‌ କହିଛନ୍ତି, ନିଜ ସମ୍ପର୍କକୁ ଲୋକମାନେ ଗତ ସିଜନରେ ଲୁଚାଇବାକୁ ଚେଷ୍ଟା କରୁଥିଲେ। କିଆରା କହିଛନ୍ତି, ମୁଁ ସମ୍ପର୍କରେ ନାହିଁ ବୋଲି କହୁନି କି ଅଛି ବୋଲି ବି କହୁନି। କିନ୍ତୁ ଶେଷରେ କିଆରା କହୁଛନ୍ତି ଯେ ସେ ଓ ସିଦ୍ଧାର୍ଥ ଘନିଷ୍ଠ ବନ୍ଧୁ ଠାରୁ ଟିକେ ଅଧିକ।

ତେବେ ବିବାହକୁ ନେଇ କିଆରାଙ୍କୁ ପଚାରିବାରୁ ସେ କହିଥିଲେ- ମୁଁ ବାହା ହେବି କିନ୍ତୁ ମୋ ପ୍ଲାନ୍‌ କ’ଣ ତୁମକୁ କହିବିନି। ଏ ନେଇ କରନ୍‌ ସିଦ୍ଧାର୍ଥଙ୍କୁ ପଚାରିବାରୁ ସେ କହିଥିଲେ, ଆପଣ ତ ପ୍ରସ୍ତୁତ ହୋଇଗଲେ। ଏବେ ଆମକୁ ବି ପ୍ରସ୍ତୁତ ହେବାକୁ ଦିଅନ୍ତୁ। ଏହା ଶୁଣି ଭିକ୍କି ମଧ୍ୟ ମଜାଳିଆ ଲୁକ୍‌ ଦେଉଛନ୍ତି। ସିଦ୍ଧାର୍ଥଙ୍କର ଏହି କଥାରୁ ହିଁ ସେ ସମ୍ପର୍କକୁ କନ୍‌ଫର୍ମ କରିଥିବା କୁହାଯାଉଛି।

Also Read: ତ୍ୱଚାରୁ ମୃତ କୋଷିକା ଦୂର କରିବାକୁ ବ୍ୟବହାର କରନ୍ତୁ ଅଖରୋଟ୍‌, ଥରକରେ ଚମକିବ ଚେହେରା

Leave A Reply

Your email address will not be published.