ଝିଅ ଜନ୍ମ ପରେ ଏକାଠି ଦୀପାବଳି ପାଳନ କଲେ ସିଦ୍ଧାର୍ଥ ଏବଂ କିୟାରା, ମ୍ୟାଚିଂ ଡ୍ରେସ୍ ସହ ଆସିଲେ ନଜର

ବଲିଉଡର ଚର୍ଚ୍ଚିତ ଯୋଡ଼ି ସିଦ୍ଧାର୍ଥ ମଲହୋତ୍ରା ଏବଂ କିୟାରା ଆଡଭାନୀଙ୍କ ପାଇଁ ଏହି ଦୀପାବଳି ଖୁବ୍ ନିଆରା ରହିଛି । କାହିଁକିନା ସେମାନଙ୍କର କନ୍ୟା ସନ୍ତାନ ଜନ୍ମ ହେବା ପରେ ପ୍ରଥମ ଦୀପାବଳି ସେମାନେ ପାଳନ କରିଛନ୍ତି । ଯାହାର ଝଲକ ସୋସିଆଲ ମିଡିଆରେ ଦେଖିବାକୁ ମିଳିଛି ।

କିୟାରା ଆଡଭାନୀ ତାଙ୍କ ସ୍ବାମୀଙ୍କ ସହ ଦୀପାବଳି ପାଳନ କରୁଥିବା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେୟାର କରିଥିବା ଭିଡିଓରେ ଦେଖିବାକୁ ମିଳିଛି । ଯେଉଁ ଭିଡିଓରେ କିୟାରାଙ୍କୁ ହଳଦି ରଙ୍ଗର ଅନାରକଲି ସୁଟ୍ ସହିତ ହଳଦି ଏବଂ ହାଲକା ଗୋଲାପି ରଙ୍ଗର ଦୁପଟାରେ ନଜର ଆସିଛନ୍ତି । ସିମ୍ପଲ୍ ଭାବେ ଦୀପାବଳି ଲୁକ୍ ନେଇଛନ୍ତି କିୟାରା । ଏଥି ସହିତ କିୟାରାଙ୍କୁ ଖୋଲା ଚୁଟି, ମଥାରେ ଛୋଟ ଲାଲ୍ ବିନ୍ଦି ସହିତ ଲାଇଟ୍ ମେକଅପରେ ନଜର ଆସିଛନ୍ତି । ସେହିପରି ସିଦ୍ଧାର୍ଥଙ୍କୁ ମଧ୍ୟ ଏକ ହଳଦି ରଙ୍ଗର କୁର୍ତ୍ତା ସହିତ ହ୍ବାଇଟ୍ ପାଇଜାମା ପିନ୍ଧି ଦୁହେଁ ସେମାନଙ୍କ ଲୁକ୍ କମ୍ପଲିଟ୍ କରିଥିଲେ । ଭିଡିଓରେ ଦୁହେଁ ଖୁବ୍ ଖୁସି ଥିବାର ଦେଖିବାକୁ ମିଳିଛି ।

ଏହା ବ୍ୟତୀତ ଦୀପାବଳିର ଫଟୋ ସେୟାର କରିବା ସହିତ ସମସ୍ତଙ୍କୁ ଦୀପାବଳିର ଶୁଭେଚ୍ଛା ଜଣାଇଛନ୍ତି କିୟାରା । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରଲ ହେବାରେ ଲାଗିଛି । ସେମାନଙ୍କ ଝିଅ ହେବା ପରଠାରୁ ଖୁବ୍ କମ୍ ପ୍ରୋଫାଇଲ ରଖୁଥିଲେ । କିନ୍ତୁ ଏବେ ସେମାନଙ୍କର ଛୋଟ ଝଲକ ସେମାନଙ୍କ ଫ୍ୟାନ୍ସଙ୍କୁ ଖୁସି ଦେଇଛି ।

Also Read : ଦୀପାବଳି ପୂର୍ବରୁ ପରିଣୀତି ଚୋପ୍ରା ଏବଂ ରାଘବଙ୍କ ଘରକୁ ଆସିଲେ କୁନି ଅତିଥି, ଶିଶୁପୁତ୍ରକୁ କଲେ ଜନ୍ମ