ଜୟସଲମେର ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧିହେଲେ କିଆରା ଓ ସିର୍ଦ୍ଧାଥ, ଆଜି ମୁମ୍ବାଇରେ େଓ୍ଵଡିଙ୍ଗ ପାର୍ଟି

ସିର୍ଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଶନିବାର ଉଭୟେ ମୁମ୍ବାଇ ଫେରି ଆସିଛନ୍ତି । ମୁମ୍ବାଇ ପହଁଚିବା ପରେ ବିମାନବନ୍ଦରେ ଉଭୟଙ୍କୁ ମିଠା ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା । ଆଜି ଉଭୟଙ୍କ ରିସେପସନ ମୁମ୍ବାଇରେ ରହିଛି ।

କେନ୍ୟୁଜ୍‌(ବ୍ୟୁରୋ): ବଲିଉଡର ଷ୍ଟାର କପୁଲ ସିର୍ଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ଜୟସଲମେର ସୂର୍ଯ୍ୟଗଡ଼ ପ୍ୟାଲେସରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ କିଆରା ଓ ସିର୍ଦ୍ଧାର୍ଥ । ଶନିବାର ଉଭୟେ ମୁମ୍ବାଇ ଫେରି ଆସିଛନ୍ତି । ମୁମ୍ବାଇ ପହଁଚିବା ପରେ ବିମାନବନ୍ଦରେ ଉଭୟଙ୍କୁ ମିଠା ବାଣ୍ଟୁଥିବାର ଦେଖିବାକୁ ମିଳିଥିଲା । ମିଠା ବାଣ୍ଟୁଥିବାର କିଆରା ଓ ସିର୍ଦ୍ଧାର୍ଥଙ୍କ ଭିଡିଓ ସାମନାକୁ ଆସିଛି । ଯେଉଁଥିରେ ଉଭୟଙ୍କ ମୁହଁରେ ବିବାହର ଖୁସି ବାରି ହୋଇ ପଡ଼ୁଛି ।

ସେଲିବ୍ରେଟି ଫଟୋଗ୍ରାଫର ବିରଲ ଭୟାନୀ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସିର୍ଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନିଙ୍କ ଏକ ବିଡିଓ ସେୟାର କରିଛନ୍ତି । ଭିଡିଓରେ ଏହି କପୁଲ ମୁମ୍ବାଇ ଏୟାରପୋର୍ଟରେ ନଜର ଆସୁଛନ୍ତି । ସିର୍ଦ୍ଧାର୍ଥ ଓ କିଆରା ପାରମ୍ପରିକ ପୋଷାକରେ ଦେଖିବାକୁ ମିଳିଥିଲେ । ଏହି ସମୟରେ କିଆରା ଆଡ଼ଭାନି ହଳଦିଆ ରଙ୍ଗର ସୁଟରେ ନଜର ଆସିଥିଲେ । ଏହାସହ ତାଙ୍କ କାନ୍ଧରେ ଧଳା ରଙ୍ଗର ଦୁପଟ୍ଟା ରହିଥିଲା । ଏହି ସମୟରେ ସିର୍ଦ୍ଧାର୍ଥ ଧଳା ରଙ୍ଗର କୁର୍ତ୍ତା – ପାଇଜାମା ପିନ୍ଧିଥିଲେ । ଉଭୟେ ସିନେ ଫଟୋଗ୍ରାଫର ମାନଙ୍କୁ ବିବାହର ମିଠା ବାଣ୍ଟିଥିଲେ । ଏହି ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଛି ।

ଶେରସାହା କପୁଲ ତଥା ଆକ୍ଟର ସିର୍ଦ୍ଧାର୍ଥ ମଲହୋତ୍ରା ଓ କିଆରା ଆଡ଼ଭାନି ଜୟସଲମେରରେ ବିବାହ କରିଛନ୍ତି । ଯେଉଁଥିରେ କେବଳ ତାଙ୍କ ପରିବାର ଓ କିଛି ବନ୍ଧୁ ସାମିଲ ହୋଇଥିଲେ । ଆଗକୁ କିନ୍ତୁ ତାଙ୍କ ରିସେପସନ ପାର୍ଟି ହେବାକୁ ଯାଉଛି । ଆଜି ଉଭୟଙ୍କ ରିସେପସନ ମୁମ୍ବାଇରେ ରହିଛି । ଯେଉଁଥିରେ ବଲିଉଡର ବଡ଼ ବଡ଼ ଷ୍ଟାର ନଜର ଆସିବେ । ଏଥିପାଇଁ ପୁରା ବଲିଉଡ଼ ଅନେଇ ବସିଛି ଏଠାର ଫଟୋ ଦେଖିବା ପାଇଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.