କିଆରାଙ୍କ ସହିତ ବ୍ରେକଅପ୍‌ ହେବା ଚର୍ଚ୍ଚା ମଧ୍ୟରେ ସିଦ୍ଧାର୍ଥ କଲେ ‘ଫିଲିଂ ଗୁଡ୍‌’ ପୋଷ୍ଟ, ଫ୍ୟାନ୍ସ କରୁଛନ୍ତି ବ୍ରେକଅପ୍‌ ସନ୍ଦେହ

ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଏବେ ନିଜ ସଂପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଦୁହିଁଙ୍କ ବ୍ରେକଅପ୍‌ ଖବର ନେଇ ଅନେକ ଚର୍ଚ୍ଚା ମଧ୍ୟ ଶୁଣିବାକୁ ମିଳୁଛି। କିଆରାଙ୍କୁ ଅନେକ ଥର ସିଦ୍ଧାର୍ଥ ମାଲହୋତ୍ରାଙ୍କ ଘରେ ଦେଖିବାକୁ ମିଳିଥାଏ। କିନ୍ତୁ ଦୁହେଁ ଏବେ ପରସ୍ପରକୁ ଦେଖା କରୁନାହାନ୍ତି। ହୁଏତ ବ୍ରେକଅପ୍‌ ସିଦ୍ଧାର୍ଥଙ୍କୁ ଭଲ ଲାଗୁଛି ବୋଲି ଫ୍ୟାନ୍ସ ରିଆକ୍ସନ ଦେଉଛନ୍ତି।

ସିଦ୍ଧାର୍ଥ ନିକଟରେ ‘ଫିଲିଂ ଗୁଡ’ ଲେଖି ଏକ ପୋଷ୍ଟ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଇନଷ୍ଟାରେ ଏକ ଜ୍ୟାକେଟ୍‌ ସହିତ କଳା ରଙ୍ଗର ଟି ସାର୍ଟ ଏବଂ ହାଲକା ରଙ୍ଗର ପ୍ୟାଣ୍ଟ ଏବଂ କଳା ଜୋତା ପିନ୍ଧି କ୍ଲାସିକ ଫଟୋ ଅପଲୋଡ କରିଥିଲେ। ଏହି ପୋଷ୍ଟରେ କ୍ୟାପସନ ଦେଇଥିଲେ ‘ ଫିଲିଂ ଗୁଡ ଇନ ଦ ନ୍ୟୁ ଲୁକିଂ ଗୁଡ !’

 

View this post on Instagram

 

A post shared by Sidharth Malhotra (@sidmalhotra)

ସୂଚନାଯୋଗ୍ୟ, ସିଦ୍ଧାର୍ଥ ରୋହିତ ସେଟ୍ଟୀଙ୍କ େଓ୍ଵବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ରେ ନଜର ଆସିବେ। ଏହି ସିରିଜ ଆମାଜନ ପ୍ରାଇମରେ ରିଲିଜ ହେବ। ଏହାଛଡା ସିଦ୍ଧାଥର୍ତ ‘ଯୋଦ୍ଧା, ମିଶନ ମଜନୁ, ଥ୍ୟାଙ୍କ ଗଡ’ ରେ ଦେଖିବାକୁ ମିଳିବେ। କିଆରା ଏବଂ ସିଦ୍ଧାର୍ଥ ଉଭୟ ୩ ବର୍ଷରୁ ଅଧିକ ସମୟ ହେବ ପରସ୍ପରକୁ ଡେଟ୍ କରୁଥିଲେ । ଶେରଶାହର ସେଟରେ କିଆରା ଓ ସିଦ୍ଧାର୍ଥଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ପ୍ରଶଂସକ ତାଙ୍କର ଯୋଡ଼ିଙ୍କୁ ସ୍କ୍ରିନ୍ ଓ ରିୟଲ ଲାଇଫରେ ପସନ୍ଦ କରୁଥିଲେ। ତାଙ୍କର ବ୍ରେକ୍ଅପ୍ ହେବା ଖବରରେ ପ୍ରଶଂସକ ବି ଦୁଃଖିତ ହୋଇଛନ୍ତି ।

kiara
photo: livehindustan.com

ନିକଟରେ କିଆରା ‘ଭୁଲ୍‌ ଭୁଲୈୟା’ର ପ୍ରମୋସନରେ ନଜର ଆସିଥିଲେ।  ଏହି କାର୍ଯ୍ୟକ୍ରମରେ କିଆରା ହଟ୍ ଲୁକରେ ନଜର ଆସିଥିଲେ । ସେ ଲାଲ୍ ରଙ୍ଗର ସର୍ଟ ଡ୍ରେସ୍ ପିନ୍ଧିଥିଲେ । ଏହା ଉପରେ ଲାଲ୍ ରଙ୍ଗର ଜ୍ୟାକେଟ୍ ପିନ୍ଧିଥିଲେ । ତାଙ୍କୁ ଜଣେ ସାମ୍ୱାଦିକ ପ୍ରଶ୍ନ ପଚାରିଥିଲେ କି , ତାଙ୍କ ଫିଲ୍ମର ନାଁ ଭୁଲ୍ ଭୁଲେୟା, ତ ସେ କଣ ନିଜର ଜୀବନରେ କାହାକୁ ଭୁଲିବାକୁ ଚାହାନ୍ତି। କିଆରା ଜବାବରେ କହିଥିଲେ, କେବେ ନୁହେଁ, ପ୍ରତି ଲୋକ, ଯାହାଙ୍କୁ ମୁଁ ଜୀବନରେ ଭେଟିଛି, ମୋ ଜୀବନ ସହ ଯିଏ ଜଡ଼ିତ, କେବେ ବି ନୁହେଁ । ମୁଁ କାହାକୁ ଭୁଲିବାକୁ ଚାହୁଁନାହିଁ ।

ଫିଲ୍ମ ‘ଭୁଲ୍‌ ଭୁଲୈୟା’ରେ କାର୍ତ୍ତିକ ଆର୍ଯ୍ୟନଙ୍କ ସହ ଲିଡ ରୋଲରେ ନଜର ଆସିବେ କିଆରା। ଗତଥର ଏହି ଫିଲ୍ମରେ ଅକ୍ଷୟ କୁମାରଙ୍କ ସହିତ ମଞ୍ଜୁଲିକା ଭୂମିକାରେ ବିଦ୍ୟା ବାଲାନ ନଜର ଆସିଥିଲେ। କିନ୍ତୁ ଏଥର ମଞ୍ଜୁଲିକା ଭୂମିକାରେ କିଆରା ନଜର ଆସିବେ। ଏହାଛଡା କିଆରା ‘ଗୋବିନ୍ଦା ମେରା ନାମ’, ଜୁଗ୍‌ ଜୁଗ୍‌ ଜିୟୋ’ରେ ରାମଚରଣଙ୍କ ସହିତ ନଜର ଆସିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.