ଆକ୍ସନ ସିନ୍‌ ସୁଟିଂ ବେଳେ ସିଦ୍ଧାର୍ଥ ମାଲହୋତ୍ରା ଗୁରୁତର ଆହତ

ବଲିଉଡ ଅଭିନେତା ସିଦ୍ଧାର୍ଥ ମାଲହୋତ୍ରା ଗୁରୁତର ଭାବେ ଆହତ ହୋଇଛନ୍ତି। ସୁଟିଂ ସମୟରେ ଏପରି ଦୁର୍ଘଟଣା ଘଟିଛି ବୋଲି ଜଣାପଡିଛି। ସିଦ୍ଧାର୍ଥ ଏବେ ରୋହିତ ସେଟ୍ଟୀଙ୍କ ଅପକମିଂ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ସୁଟିଂ କରୁଛନ୍ତି। ଏହି ସିରିଜ ଆକ୍ସନରେ ଭରପୂର ରହିବ। ତେଣୁ ସବୁ ଷ୍ଟାର କାଷ୍ଟଙ୍କୁ ସୁଟିଂ ପାଇଁ ବହୁତ ପରିଶ୍ରମ କରିବାକୁ ପଡୁଛି।

ସିଦ୍ଧାର୍ଥ ମାଲହୋତ୍ରା ରୋହିତ ସେଟ୍ଟୀଙ୍କ ଅପକମିଂ ୱେବ ସିରିଜ ‘ଇଣ୍ଡିଆନ ପୋଲିସ ଫୋର୍ସ’ର ସୁଟିଂ କରିବାରେ ବ୍ୟସ୍ତ ରହିଛନ୍ତି। ଖାସ୍‌ ଏଥିପାଇଁ ଏବେ ରୋହିତ ଟିମ୍‌ ସହିତ ଗୋଆରେ ସୁଟିଂ କରୁଛନ୍ତି। ଆଉ ଏହି ଆକ୍ସନ ସିନର ଭିଡିଓ ସୋସିଆଲ ମଡିଆରେ ଅପଲୋଡ କରିଛନ୍ତି ସିଦ୍ଧାର୍ଥ। ଭିଡିଓ ଦେଖି ଅନୁମାନ କରିହେଉଛି, କିଭଳି ସିଦ୍ଧାର୍ଥ ଏହି ୱେବ ସିରିଜ ପାଇଁ ପରିଶ୍ରମ କରିବାରେ ଲାଗିପଡିଛନ୍ତି। ଏହି ଭିଡିଓରେ ସିଦ୍ଧାର୍ଥ କ୍ୟାମେରା ସାମ୍ନାରେ କାହାକୁ ମାରୁଥିବା ଭଳି ଆକ୍ସନ କରୁଥିବା ନଜର ଆସିଛନ୍ତି। କିନ୍ତୁ ଏହି ସମୟରେ ତାଙ୍କ ହାତରେ କାଚ ପଶିଯିବାରୁ ସେ ଆହତ ହୋଇପଡିଛନ୍ତି।

ଏହାଛଡା ସିଦ୍ଧାର୍ଥ ରୋହିତ ସେଟ୍ଟୀଙ୍କ ସହିତ ଗୋଟେ ସେଲଫି ସେୟାର କରିଛନ୍ତି। ଯେଉଁଥିରେ ସିଦ୍ଧାର୍ଥ ନିଜର ହାତ ଦେଖାଇ ଆହତ ହୋଇଥିବା ଜାଗା ଦେଖାଉଛନ୍ତି। ସୋସିଆଲ ମିଡିଆରେ ଏହି ପୋଷ୍ଟ ସେୟାର କରି କ୍ୟାପସନ ମଧ୍ୟ ଲେଖିଛନ୍ତି, ରୋହିତ ସେଟ୍ଟୀଙ୍କ ଆକ୍ସନ ହିରୋ ହେବାକୁ ହେଲେ ଅସଲି ରକ୍ତ ଏବଂ ଝାଳ ବୁହାଇବାକୁ ପଡିବ।

 

View this post on Instagram

 

A post shared by Sidharth Malhotra (@sidmalhotra)

ଏହି ସିରିଜ ଆମାଜନ ପ୍ରାଇମରେ ରିଲିଜ ହେବ। ଇଣ୍ଡିଆନ ପୋଲିସ ଫୋର୍ସରେ ରୋହିତ ସେଟ୍ଟୀଙ୍କ ସହିତ ସିଦ୍ଧାର୍ଥ ମାଲହୋତ୍ରା, ଶିଳ୍ପା ସେଟ୍ଟୀ ଏବଂ ବିବେକ ଓବରୟ ପ୍ରମୁଖ ଭୂମିକାରେ ନଜର ଆସିବେ। ସିଦ୍ଧାର୍ଥଙ୍କ ଅପକମିଂ ଫିଲ୍ମ ‘ମିଶନ ମଜୁନ’ ରହିଛି। ଯେଉଁଥିରେ ରଶ୍ମିକା ମନ୍ଦାନା ପ୍ରମୁଖ ଭୂମିକାରେ ନଜର ଆସିବେ। ଏହି ଫିଲ୍ମ ଜରିଆରେ ବଲିଉଡରେ ଡେବ୍ୟୁ କରିବେ ରଶ୍ମିକା।

ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ ଏବେ ନିଜ ସଂପର୍କକୁ ନେଇ ବେଶ୍‌ ଚର୍ଚ୍ଚାରେ ରହିଛନ୍ତି। ଦୁହିଁଙ୍କ ବ୍ରେକଅପ୍‌ ଖବର ନେଇ ଅନେକ ଚର୍ଚ୍ଚା ମଧ୍ୟ ଶୁଣିବାକୁ ମିଳୁଛି। କିଆରା ଏବଂ ସିଦ୍ଧାର୍ଥ ଉଭୟ ୩ ବର୍ଷରୁ ଅଧିକ ସମୟ ହେବ ପରସ୍ପରକୁ ଡେଟ୍ କରୁଥିଲେ । ଶେରଶାହର ସେଟରେ କିଆରା ଓ ସିଦ୍ଧାର୍ଥଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା । ପ୍ରଶଂସକ ତାଙ୍କର ଯୋଡ଼ିଙ୍କୁ ସ୍କ୍ରିନ୍ ଓ ରିୟଲ ଲାଇଫରେ ପସନ୍ଦ କରୁଥିଲେ।

Leave A Reply

Your email address will not be published.