ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ କିଆରା ଏବଂ ସିଦ୍ଧାର୍ଥ, ସରିଲାଣି କକ୍‌ଟେଲ ପାର୍ଟି ଠାରୁ ଆରମ୍ଭ କରି ରିସେପ୍ସନର ସମସ୍ତ ପ୍ରସ୍ତୁତି

ବଲିଉଡରେ ଏବେ ଚାଲିଛି ବିବାହ ଋତୁ । ଗତବର୍ଷ ଏବଂ ଚଳିବର୍ଷ ଅନେକ ବଲିଉଡ ସେଲିବ୍ରିଟି ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଏମିତିରେ ଏବେ ପୁଣିଥରେ ବି ଟାଉନର ଚର୍ଚ୍ଚିତ ଯୋଡି ବାହାହେବାକୁ ଯାଉଥିବା ଖବର ମିଳିଛି। କିଆରା ଆଡଭାନୀ ଏବଂ ସିଦ୍ଧାର୍ଥ ମଲହୋତ୍ରା ଖୁବଶୀଘ୍ର ବିବାହ କରିବେ। ସିଦ୍ଧାର୍ଥ ଏବଂ କିଆରା ୨୦୨୩ରେ ବିବାହ କରିବାକୁ ଯାଉଛନ୍ତି। ଫିଲ୍ମ ‘ଶେରଶାହା’ରେ ଦୁହିଁଙ୍କ କେମେଷ୍ଟ୍ରିକୁ ଦର୍ଶକେ ଖୁବ ପସନ୍ଦ କରିଥିଲେ। ଏହି ଫିଲ୍ମରେ ଦୁହେଁ ପରସ୍ପରର ନିକଟତର ହୋଇଥିଲେ।

ନିକଟରେ ଦୁହିଁ ପ୍ରେମୀଙ୍କୁ ଏକାସାଙ୍ଗରେ ମୁମ୍ବାଇରେ ବୁଲୁଥିବାର ଓ ପରସ୍ପର ସହ ସମୟ ବିତାଉଥିବା ଦେଖିବାକୁ ମିଳିଥିଲା । ଦୁହେଁ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି । ଶେଷରେ ସବୁ ପ୍ରତୀକ୍ଷାର ଅନ୍ତ ଘଟି ସେମାନଙ୍କ ବାହାଘରର ତାରିଖ ସାମ୍ନାକୁ ଆସିଛି ।

 

View this post on Instagram

 

A post shared by Sidharth Malhotra (@sidmalhotra)


ରିପୋର୍ଟ ମୁତାବକ, ସିଦ୍ଧାର୍ଥ ଏବଂ କିଆରା ୨୦୨୩ରେ ବିବାହ କରିବାକୁ ଯାଉଛନ୍ତି। ଏପ୍ରିଲ ମାସରେ ଦୁହେଁ ଦିଲ୍ଲୀରେ ବିବାହ କରିପାରନ୍ତି ବୋଲି ଖବର ମିଳିଛି। ଉଭୟ ଦିଲ୍ଲୀରେ ବିବାହ କରିବେ ଏବଂ କକଟେଲ ପାର୍ଟି ଠାରୁ ରିସେପ୍ସନ୍ ପର୍ଯ୍ୟନ୍ତ ସମସ୍ତ ପ୍ରସ୍ତୁତି ଶେଷ ହୋଇସାରିଛି। କେବଳ ପରିବାର ଲୋକଙ୍କ ଉପସ୍ଥିତିରେ ଏମାନେ ବିବାହ କରିବାକୁ ନିଷ୍ପତ୍ତି ନେଇଛନ୍ତି।ବାହାଘରରେ ବଲିଉଡର କମ୍ ଲୋକ ଆମନ୍ତ୍ରିତ ହେବେ । ବାହାଘରରେ ଅଧିକାଂଶ କାର୍ଯ୍ୟକ୍ରମରେ ସିଦ୍ଧାର୍ଥଙ୍କ ପରିବାର ଓ ସର୍ମ୍ପକୀୟମାନେ ସାମିଲ ହେବେ । ଶେରଶାହା ଫିଲ୍ମରେ ସିଦ୍ଧାର୍ଥ ଓ କିଆରାଙ୍କ ଯୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ସେବେ ଠାରୁ ଏମାନଙ୍କ ଯୋଡିକୁ ନେଇ ଅନେକ ଚର୍ଚ୍ଚା ଚାଲିଛି।

ସୂଚନାଯୋଗ୍ୟ, କିଛି ଦିନ ପୂର୍ବରୁ ସିଦ୍ଧାର୍ଥ ଏବଂ କିଆରାଙ୍କ ବ୍ରେକଅପ୍ ଖବର ସାମ୍ନାକୁ ଆସିଥିଲା। କୁହାଯାଉଥିଲା କି ସେମାନଙ୍କ ସମ୍ପର୍କ ଖରାପ ହୋଇଯାଇଛି। ହେଲେ ଏକ ଇଭେଣ୍ଟରେ ସିଦ୍ଧାର୍ଥ ଏବଂ କିଆରାଙ୍କୁ ଏକାଠି ଦେଖି ସମାଲୋଚକଙ୍କ ମୁହଁ ବନ୍ଦ ହୋଇଯାଇଥିଲା। ଅର୍ପିତାଙ୍କ ଇଦ୍‌ ପାର୍ଟିରେ ସିଦ୍ଧାର୍ଥ ମାଲହୋତ୍ରା ଏବଂ କିଆରା ଆଡଭାନୀ  ସଲମାନ ଖାନଙ୍କ ଭଉଣୀ ଅର୍ପିତା ଖାନ ଶର୍ମାଙ୍କ ଫ୍ଲାଟରେ ପହଞ୍ଚିଥିଲେ। ଏହାରି ଭିତରେ ସେ ଫଟୋଗ୍ରାଫରଙ୍କ ସାମ୍ନାରେ କିଆରା ପୋଜ୍ ମଧ୍ୟ ଦେଉଥିବାର ଦେଖିବାକୁ ମିଳିଥିଲା ।  ଠିକ୍ ସେହି ସମୟରେ ଯେତେବେଳେ ସିଦ୍ଧାର୍ଥ ପ୍ରବେଶ କଲେ । କିଆରା ଆଡଭାନୀ ସିଦ୍ଧାର୍ଥଙ୍କୁ ହାଏ କରିଥିଲେ । ପରେ ଦୁହେଁ ଏକାଠି ମିଶି କି ପାର୍ଟି ଭିତରକୁ ଚାଲି ଯାଇଥିଲେ। କିଆରା ଧଳା ରଙ୍ଗର ଟପ ଏବଂ ପ୍ଲାଜୋ ପିନ୍ଧିଥିବାବେଳେ ସିଦ୍ଧାର୍ଥ କଳା କୁର୍ତ୍ତାରେ ନଜର ଆସିଥିଲେ । ତେବେ ଖୁବଶୀଘ୍ର ଏମାନଙ୍କ ବିବାହ ନେଇ ପ୍ୟାନ୍ସ ବେଶ୍‌ ଉତ୍ସାହିତ ରହିଛନ୍ତି।

 

View this post on Instagram

 

A post shared by Viral Bhayani (@viralbhayani)

Also Read : ଫିଲ୍ମ ‘ରାମସେତୁ’ର ଟ୍ରେଲର ରିଲିଜ, ପାଣିରେ ଚାଲୁଥିବାର ନଜର ଆସିଲେ ଅକ୍ଷୟ କୁମାର

Leave A Reply

Your email address will not be published.