ଆଜିଠାରୁ ଆରମ୍ଭ ହେଉଛି ସିଦ୍ଧାର୍ଥ ଏବଂ କିଆରାଙ୍କ ବିବାହ ଫଙ୍କସନ୍‌, କିନ୍ତୁ ୬ ତାରିଖରେ ହେବନି ବାହାଘର

ସିଦ୍ଧାର୍ଥ ମଲହୋତ୍ରା ଏବଂ କିଆରା ଆଡଭାନୀଙ୍କ ବିବାହ ଉତ୍ସବ ଆଜିଠାରୁ ଆରମ୍ଭ ହେଉଛି । ରାଜସ୍ଥାନର ଜୈସଲମେରର ସୂର୍ଯ୍ୟଗଢ ପ୍ୟାଲେସ ହୋଟେଲରେ ବିବାହ ଉତ୍ସବ ସବୁ ସେଲିବ୍ରେସନ କରାଯିବ । ବିବାହ ପାଇଁ ସିଦ୍ଧାର୍ଥ ଏବଂ କିଆରାଙ୍କ ଡ୍ରେସ ମନୀଷ ମଲହୋତ୍ରା ଡିଜାଇନ କରିଛନ୍ତି । ବିବାହରେ କେବଳ ବନ୍ଧୁ ଏବଂ ସଂପର୍କୀୟ ରହିବେ । ତେବେ ଫିଲ୍ମ ଇଣ୍ଡଷ୍ଟ୍ରୀର କିଛି ଜଣାଶୁଣା ସେଲିବ୍ରିଟି ସାମିଲ ହେବେ । କିଆରାଙ୍କ ମେହେନ୍ଦୀ ଆର୍ଟିଷ୍ଟ ଠାରୁ ଆରମ୍ଭ କରି ମେକଅପ୍‌ ଆର୍ଟିଷ୍ଟ ପୂର୍ବରୁ ଜୈସଲମେରରେ ପହଞ୍ଚି ସାରିଛନ୍ତି ।

ଜୈସଲମେର ଏୟାରପୋର୍ଟରେ ଅତିଥିଙ୍କୁ ସ୍ୱାଗତ ପାଇଁ ରାଜସ୍ଥାନୀୟ ଗାୟମ ଏବଂ ଡ୍ୟାନ୍ସର ରହିଛନ୍ତି । ଦୁହିଁଙ୍କ ବିବାହରେ ସଲମାନ ଖାନ, ଈଶା ଅମ୍ବାନୀ, ଶାହିଦ କପୁର, ମୀରା ରାଜପୁତ, କରନ ଜୋହର, ସାଉଥ ଷ୍ଟାର ରାମଚରଣ, ବରୁଣ ଧଓ୍ଵନ, ନତାଶା ଦଲାଲ ପ୍ରମୁଖ ସାମିଲ ହେବେ ।


ବିବାହ ପୂର୍ବରୁ ପ୍ରି ୱେଡିଂ ଉତ୍ସବ ଆରମ୍ଭ ହୋଇଯାଇଛି। ଲୋକପ୍ରିୟ ମେହେନ୍ଦୀ ଆର୍ଟିଷ୍ଟ ବୀଣା ନାଗଦା ରାଜସ୍ଥାନରେ ପହଞ୍ଚି ଯାଇଛନ୍ତି । ଆଜି କିଆରାଙ୍କ ହାତରେ ମେହେନ୍ଦୀ ଲାଗିବ । ଏଥିପାଇଁ କିଆରା ଜୈସଲମେର ପହଞ୍ଚି ସାରିଲେଣି ।
ତେବେ ଆଜି କିଆରାଙ୍କ ମେହେନ୍ଦୀ ଫଙ୍କସନ ହେବାକୁ ଥିବା ବେଳେ ଆସନ୍ତାକାଲି ସଂଗୀତ ଏବଂ ହଲଦୀ ଫଙ୍କସନ ହେବ । ସେହିପରି ୭ ରେ ବିବାହ ହେବ ବୋଲି ଖବର ମିଳିଛି । ବାହାଘର ପାଇଁ ସୂର୍ଯ୍ୟଗଢ ପ୍ୟାଲେସ ନୂଆବଧୂ ପରି ସଜେଇ ହୋଇଛି ।

ଖବର ମୁତାବକ, କିଆରା ଓ ସିଦ୍ଧାର୍ଥଙ୍କ ଏହି ବିଗ୍‌ ଫ୍ୟାଟ୍‌ ୱେଡିଂ ପାଇଁ ପାଖାପାଖି ୮୪ ବିଳାସପୂର୍ଣ୍ଣ ରୁମ୍‌ ବୁକ୍‌ କରାଯାଇଛି। କପଲ୍‌ ମୁମ୍ବାଇରେ ଏକ ଭବ୍ୟ ରିସେପ୍ସନ ପାର୍ଟିର ଆୟୋଜନ ପାଇଁ ଯୋଜନା ପ୍ରସ୍ତୁତ କରିଛନ୍ତି। ସିଡ୍‌ଙ୍କ ମାଆ, ବାପା ବି ସମସ୍ତ ରୀତିନୀତି ସହିତ ଏକ ଭବ୍ୟ ବିବାହର ଆୟୋଜନ କରିବାକୁ ଇଚ୍ଛୁକ ଅଛନ୍ତି।

Leave A Reply

Your email address will not be published.