ରାଜକୀୟ ଷ୍ଟାଇଲରେ ବାହାରିବ ସିଦ୍ଧାର୍ଥଙ୍କ ବରଯାତ୍ରୀ; ସାମ୍ନାକୁ ଆସିଲା ପ୍ରସ୍ତୁତିର ଭିଡିଓ
ଆଉ କିଛି ଘଣ୍ଟା ପରେ ପଡ଼ିବ ସିଦ୍ଧାର୍ଥ ଓ କିୟାରାଙ୍କ ହାତଗଣ୍ଠି। ଦୁହେଁ ହେବେ ପରସ୍ପରର ଜୀବନସାଥୀ। ଏହାରି ଭିତରେ ସାମ୍ନାକୁ ଆସିଛି ସିଦ୍ଧାର୍ଥ ମଲହୋତ୍ରାଙ୍କ ବରଯାତ୍ରୀ ପ୍ରସ୍ତୁତିର ଭିଡିଓ।
ବଲିଉଡ୍ ପ୍ରେମୀଙ୍କ ପାଇଁ ଆଜି ଏକ ଖାସ୍ ଦିନ। କାରଣ, ଆଜି ହେଉଛି ବଲିଉଡ୍ ଷ୍ଟାର୍ସ ସିଦ୍ଧାର୍ଥ ମଲହୋତ୍ରା ଓ କିୟାରା ଆଡ୍ଭାଣୀଙ୍କ ବିବାହ। ଦୁହିଁଙ୍କ ଫ୍ୟାନ୍ମାନେ ସକାଳୁ ବରକନ୍ୟାଙ୍କ ପ୍ରଥମ ଝଲକ ପାଇବାକୁ ଅପେକ୍ଷା କରିଛନ୍ତି। ଜୈସଲମେରର ସୂର୍ଯ୍ୟଗଡ଼ ପ୍ୟାଲେସରେ ସକାଳୁ ବଲିଉଡ୍ରୁ ନେଇ ଦେଶର ବଡ଼ ସେଲିବ୍ରିଟିଙ୍କ ପର୍ଯ୍ୟନ୍ତ, ସମସ୍ତଙ୍କ ଗହଳି ଲାଗିଛି। ଏହି ରୟାଲ େଓ୍ଵଡିଂରେ ଅତିଥିମାନେ ମଧ୍ୟ ବହୁତ ଖାସ୍ ରହିଛନ୍ତି। ଏହାରି ଭିତରେ ଏବେ ସିଦ୍ଧାର୍ଥଙ୍କ ବରଯାତ୍ରୀ ପ୍ରସ୍ତୁତିର ଭିଡିଓ ସୋସିଆଲ ମିଡିଆରେ ସାମ୍ନାକୁ ଆସିଛି।
View this post on Instagram
ଆଜି ବି-ଟାଉନ୍ର ଦୁଇଜଣ ଷ୍ଟାର୍ ପରସ୍ପରର ଜୀବନସାଥୀ ହେବାକୁ ଯାଉଛନ୍ତି। ଲଗାତାର ବିବାହ ପ୍ରସ୍ତୁତିର ଭିଡିଓଗୁଡ଼ିକ ସୋସିଆଲ ମିଡିଆରେ ଛାଇ ରହିଛି। ଏଠାରେ ଆମେ ଆପଣଙ୍କୁ ସୂର୍ଯ୍ୟଗଡ଼ ପ୍ୟାଲେସରୁ ସାମ୍ନାକୁ ଆସିଥିବା ଏମିତି ହିଁ କିଛି ଝଲକ୍ ଦେଖାଇବାକୁ ଯାଉଛୁ।
View this post on Instagram
କେଉଁଆଡ଼େ ଅଛନ୍ତି ଅତିଥି
ଜୈସଲମେରରେ ପତ୍ନୀ ମୀରା ରାଜପୁତଙ୍କ ସହ ଶାହିଦ କପୁର, ଆନନ୍ଦ ପୀରାମଲ ଓ ଈଶା ଅମ୍ବାନୀ, କରଣ ଜୋହର ପ୍ରମୁଖ ଅତିଥି ଭାବରେ ଯୋଗ ଦେଇଛନ୍ତି। କରଣ ଜୋହର ୨୦୧୨ର ଫିଲ୍ମ ‘ଷ୍ଟୁଡେଣ୍ଟ୍ ଅଫ୍ ଦ ଇୟର’ରେ ସିଦ୍ଧାର୍ଥଙ୍କୁ ଲଞ୍ଚ୍ କରିଥିଲେ। କିୟାରା ଓ ସିଦ୍ଧାର୍ଥ ପରସ୍ପର ସହିତ ଅନେକ ଫିଲ୍ମରେ କାମ କରିଛନ୍ତି।
View this post on Instagram
କିୟାରା ଓ ସିଦ୍ଧାର୍ଥଙ୍କ ବିବାହରେ ଖାଦ୍ୟର ମେନୁକୁ ମଧ୍ୟ ବହୁତ ଖାସ୍ ରଖାଯାଇଛି। ବିବାହରେ ଅତିଥିମାନଙ୍କୁ ୧୦ ଦେଶର ୧୦୦ରୁ ଅଧିକ ବ୍ୟଞ୍ଜନ ପରସାଯିବ। ମେନୁରେ ରହିଛି ଇଟାଲିୟନ୍, ଚାଇନିଜ୍, ଆମେରିକାନ୍, ସାଉଥ୍ ଇଣ୍ଡିଆନ, ମ୍ୟାକ୍ସିକାନ, ରାଜସ୍ଥାନୀ, ପଞ୍ଜାବୀ ଏବଂ ଗୁଜରାଟି ବ୍ୟଞ୍ଜନ। ମିଠାରେ ଜୈସଲମେରର ଘୋଟଓ୍ଵନ ଲଡ଼ୁକୁ ମଧ୍ୟ ସାମିଲ କରାଯାଇଛି।