ବାହା ହେଲେ ସିଦ୍ଧାର୍ଥ ଶୁକ୍ଳା ଓ ଶେହେନାଜ୍‌ ଗିଲ୍‌! ଭାଇରାଲ ହେଉଛି ଫଟୋ

ବିଗବସ୍‌ର ପୂର୍ବତମ ପ୍ରତିଯୋଗୀ ଶେହନାଜ ଗିଲ୍‌ ଓ ସିଦ୍ଧାର୍ଥ ଶୁକ୍ଳାଙ୍କ ଯୋଡ଼ିକୁ ଦର୍ଶକେ ଖୁବ୍‌ ପସନ୍ଦ କରିଥାନ୍ତି। ସମସ୍ତେ ଭାବୁଥିଲେ ଏ ଦୁହେଁ ବିଗ୍‌ବସ୍‌ ହାଉସ୍‌ରୁ ବାହାରିବା ପରେ ବିବାହ କରିବେ, ନଚେତ୍‌ ପରସ୍ପରକୁ ଡେଟ୍‌ କରିବେ। ଫ୍ୟାନ୍‌ମାନେ ଶେହନାଜ୍‌ ଓ ସିଦ୍ଧାର୍ଥଙ୍କ ବିବାହକୁ ଅପେକ୍ଷା କରିଛନ୍ତି। କିନ୍ତୁ ଇତି ମଧ୍ୟରେ ଉଭୟଙ୍କର କିଛି ଏଭଳି ଫଟୋ ସାମ୍ନାକୁ ଆସିଛି, ଯାହାକୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇପଡ଼ିଛନ୍ତି।

ଫଟୋରେ ଶେହନାଜ୍‌ ଗିଲ ମଥାରେ ସିନ୍ଦୁର ଓ ବେକରେ ମଙ୍ଗଳସୂତ୍ର ପିନ୍ଧିଥିବା ଦେଖିବାକୁ ମିଳିଛି। ଏହି ଫଟୋରେ ସିଦ୍ଧାର୍ଥ ଶୁକ୍ଳା ମଧ୍ୟ ନଜର ଆସିଛନ୍ତି। ଏହି ଫଟୋକୁ ଶେହନାଜ ଗିଲ୍‌ଙ୍କ ଫ୍ୟାନ୍‌ପେଜ୍‌ ସେୟାର କରିଛି। ଫଟୋର କ୍ୟାପସନ୍‌ରେ ଲେଖାଯାଇଛି, ‘ଏହି ଫଟୋକୁ କିଏ ଏମିତି କରିଛି?’


କ୍ୟାପସନ୍‌ରୁ ଜଣାପଡ଼ୁଛି ଯେ ଏହା ଏକ ଫେକ୍‌ ଫଟୋ। କିନ୍ତୁ ଏହି ଫଟୋରେ ବି ସିଦ୍ଧନାଜ୍‌ଙ୍କ ଫ୍ୟାନ୍‌ମାନେ ଭଲ ପାଇବା ବର୍ଷାଇଛନ୍ତି। ଜଣେ ୟୁଜର ଫଟୋରେ କମେଣ୍ଟ କରି ଲେଖିଛନ୍ତି, ‘ଦୁହେଁ ଦୁହିଁଙ୍କ ପାଇଁ ତିଆରି ହୋଇଛନ୍ତି’।

ସୂଚନାଯୋଗ୍ୟ ଯେ ନିକଟରେ ସିଦ୍ଧାର୍ଥ ଓ ଶେହନାଜ୍‌ଙ୍କର ଏକ ଗୀତ ‘ଶୋନା ଶୋନା’ ରିଲିଜ୍‌ ହୋଇଥିଲା। ଏହି ଗୀତକୁ ୟୁଟ୍ୟୁବ୍‌ରେ ୧୦୦ ମିଲିୟନ୍‌ରୁ ଅଧିକ ଥର ଦେଖାସରିଲାଣି। ବହୁ ସେଲିବ୍ରିଟି ମଧ୍ୟ ଏହି ଗୀତରେ ଭିଡିଓ ତିଆରି କରିଛନ୍ତି।

Leave A Reply

Your email address will not be published.