ସିଦ୍ଧାର୍ଥ ଶୁକ୍ଲାଙ୍କ ‘ହମସକଲ୍ସ’ ଙ୍କୁ ଦେଖି ଫ୍ୟାନ୍ସ ହେଲେ ତାଜୁବ, ଫଟୋ ହେଉଛି ଭାଇରାଲ

ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ମୃତ୍ୟୁର କିଛି ଦିନ ପରେ ତାଙ୍କ ଭଳି ଦେଖାଯାଉଥିବା ଜଣେ ବ୍ୟକ୍ତିଙ୍କ ଫଟୋ ଏବଂ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯାହା ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବ୍ୟକ୍ତିର ନାମ ଚନ୍ଦନ ଏବଂ ସେ ନିଜକୁ ‘ଜୁନିଅର ସିଦ୍ଧାର୍ଥ ଶୁକ୍ଲା’ ବୋଲି କହୁଛନ୍ତି ।
ହୃଦଘାତ କାରଣରୁ ୨ ସେପ୍ଟେମ୍ବରରେ ସିଦ୍ଧାର୍ଥ ଶୁକ୍ଲାଙ୍କର ମୃତ୍ୟୁ ହୋଇଥିଲା ଏବଂ ସେବେଠାରୁ ତାଙ୍କ ଫ୍ୟାନ୍ସ ମାନେ ଚକିତ ହୋଇଯାଇଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ତାଙ୍କ ପରିବାର ଏବଂ ସାଙ୍ଗମାନେ ବିଶ୍ୱାସ କରିବାକୁ ଅସମର୍ଥ ଯେ ତାଙ୍କର ହୃଦଘାତ ଯୋଗୁ ଏହି ଦୁନିଆରେ ସେ ଆଉ ନାହାନ୍ତି । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ଶେହେନାଜ ଗିଲଙ୍କ ଅବସ୍ଥା ମଧ୍ୟ ଖରାପ ରହିଛି । ଏହି ସମୟରେ ସିଦ୍ଧାର୍ଥ ଶୁକ୍ଲାଙ୍କ ‘ହମସକଲ୍ସ’ର ଭିଡିଓ ଏବଂ ଫଟୋ ସୋସିଆଲ ମିଡିଆରେ ଅଧିକ ଭାଇରାଲ ହେବାରେ ଲାଗିଛି ।
ଏହି ବ୍ୟକ୍ତିଙ୍କୁ ଦେଖି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି । ଏହି ବ୍ୟକ୍ତିଙ୍କର ଅଙ୍ଗଭଙ୍ଗୀ ସମ୍ପୂର୍ଣ୍ଣ ଭାବରେ ସିଦ୍ଧାର୍ଥ ଶୁକ୍ଲାଙ୍କ ପରି ଦେଖାଯାଉଛି । ତାଙ୍କର ନାମ ଚନ୍ଦନ ଏବଂ ସେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ନିଜକୁ ‘ଜୁନିଅର ସିଦ୍ଧାର୍ଥ ଶୁକ୍ଲା’ ବୋଲି କହିଛନ୍ତି।
ଚନ୍ଦନଙ୍କ ଏହି ଭିଡିଓ ଦେଖି ଫ୍ୟାନ୍ସ ମାନେ ତାଯୁବ ହୋଇଯାଉଛନ୍ତି । ଜଣେ ପ୍ରଶଂସକ ମନ୍ତବ୍ୟ ଦେଇଛନ୍ତି, ‘ତୁମେ ସିଦ୍ଧାର୍ଥର ସମ୍ପୂର୍ଣ୍ଣ ରୂପେ କପି” । ସେହିପରି ଅନ୍ୟ ଜଣେ ପ୍ରଶଂସକ ଲେଖିଛନ୍ତି, ‘ଭାଇ ସିଡଙ୍କୁ ଜୀବନ୍ତ ରଖିଛନ୍ତି ।’ କୁହାଯାଉଛି ଯେ ଚନ୍ଦନ ସୋସିଆଲ ମିଡିଆରେ ବହୁତ ପପୁଲାର । ସିଦ୍ଧାର୍ଥଙ୍କ ମୃତ୍ୟୁ ପରେ ତାଙ୍କ ଭିଡିଓଗୁଡ଼ିକ ଭାଇରାଲ ହେବାରେ ଲାଗିଛି । ଇନଷ୍ଟାଗ୍ରାମରେ ତାଙ୍କର 10.2.k ଫଲୋର୍ଶ ରହିଛନ୍ତି ।