ମୃତ୍ୟୁ ପୂର୍ବରୁ ଇନ୍‌ଷ୍ଟାଗ୍ରାମ୍‌ରେ ଶେଷ ପୋଷ୍ଟ କରିଥିଲେ ସିଦ୍ଧାର୍ଥ ଶୁକ୍ଳା, ଜାଣିପାରିଥିଲେ ବୋଧେ ସରିଯାଉଛି ଜୀବନ

ଟିଭି ଇଣ୍ଡଷ୍ଟ୍ରୀର ସବୁଠାରୁ ଲୋକପ୍ରିୟ ଷ୍ଟାର ସିଦ୍ଧାର୍ଥ ଶୁକ୍ଳା ଆଉ ନାହାନ୍ତି। ଗତବର୍ଷ ସୁଶାନ୍ତ ସିଂହ ରାଜପୁତ ଓ ଏବେ ସିଦ୍ଧାର୍ଥଙ୍କ ମୃତ୍ୟୁ ଫ୍ୟାନ୍‌ଙ୍କୁ ଦୋହଲାଇ ଦେଇଛି। ତେବେ ମୃତ୍ୟୁ ପୂର୍ବରୁ ସିଦ୍ଧାର୍ଥ କରିଥିବା ଶେଷ ପୋଷ୍ଟ ଖୁବ୍‌ ଇମୋସନାଲ ଥିଲା। ସିଦ୍ଧାର୍ଥଙ୍କର ଏହି ପୋଷ୍ଟରେ ତାଙ୍କ ହାତରେ ଲାଇଫ୍‌ ଲାଇନ୍‌ ଗ୍ରାଫ୍‌ ଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ଫ୍ୟାନ୍‌ମାନେ କହୁଛନ୍ତି ଯେ ବୋଧେ ସେ ନିଜ ମୃତ୍ୟୁ ଆସୁଛି ବୋଲି ଜାଣିପାରିଥିଲେ।

ସିଦ୍ଧାର୍ଥଙ୍କ ଶେଷ ଇନ୍‌ଷ୍ଟାଗ୍ରାମ୍‌ ପୋଷ୍ଟରେ ସେ ଏକ ଫଟୋ ଧରିଛନ୍ତି। ଏହି ଫଟୋରେ ହାର୍ଟ ବିଟ୍‌ ଦର୍ଶାଯାଇଛି। ଏହି ଲାଇନ୍‌ ଯେତେବେଳେ ସିଧା ହୋଇଯାଏ, ସେତେବେଳେ ସବୁ କିଛି ସରିଯାଏ। ଆଜି ସିଦ୍ଧାର୍ଥ ଶୁକ୍ଳାଙ୍କ ସହ ସେହିଭଳି ହୋଇଛି। ତାଙ୍କ ଲାଇଫ୍‌ ଲାଇନ୍‌ ଗ୍ରାଫ୍‌ ସିଧା ହୋଇଯାଇଛି ଓ ସବୁ ଦିନ ପାଇଁ ଦୁନିଆକୁ ଅଲ୍‌ବିଦା କହିଛନ୍ତି ଏହି ମେଗା ଷ୍ଟାର। ସିଦ୍ଧାର୍ଥ ଏହି ପୋଷ୍ଟ ୨୪ ଅଗଷ୍ଟରେ କରିଥିଲେ ଓ ଏହାର କାରଣ ବି କିଛି ଭିନ୍ନ ଥିଲା।

ଦେଖନ୍ତୁ ପୋଷ୍ଟ:

 

View this post on Instagram

 

A post shared by Sidharth Shukla (@realsidharthshukla)

ରିପୋର୍ଟ ମୁତାବକ, ସିଦ୍ଧାର୍ଥ ଶୁକ୍ଳାଙ୍କ ମୃତ୍ୟୁ ହାର୍ଟ ଆଟାକ୍‌ରେ ହୋଇଥିବା କୁପର ହସ୍ପିଟାଲ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। କୁହାଯାଉଛି ଯେ ସିଦ୍ଧାର୍ଥ ଶୋଇବା ପୂର୍ବରୁ ମେଡିସିନ୍‌ ଖାଇଥିଲେ। କିନ୍ତୁ ସେ କେଉଁ ଔଷଧ ଖାଇଥିଲେ ସେନେଇ ଜଣାପଡ଼ିନାହିଁ। ସେ ରାତିରେ ଶୋଇବା ପରେ ସକାଳେ ଆଉ ଉଠିନଥିଲେ। ସିଦ୍ଧାର୍ଥଙ୍କ ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ସାରା ଦେଶ ସ୍ତବ୍ଧ ହୋଇଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.