୨୮ ବର୍ଷରେ ପାଦ ଦେଲେ ଟାଇଗରଙ୍କ ପ୍ରେମିକା, ସବୁବେଳେ ନିଜର ବୋଲ୍ଡନେସକୁ ନେଇ ରୁହନ୍ତି ଚର୍ଚ୍ଚାରେ

ବଲିଉଡର ସବୁଠାରୁ ସୁନ୍ଦର ଏବଂ ହଟ୍‌ ନାୟିକା ଦିଶା ପଟାନୀ ୨୮ ବର୍ଷରେ ପଦାର୍ପଣ କରିଛନ୍ତି। ଦିଶାଙ୍କ ଜନ୍ମଦିନ ଅବସରରେ ବଏଫ୍ରେଣ୍ଡ ଟାଇଗର ଶ୍ରଫ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଭିଡିଓ ଟାଇଗର ଜାରି କରି ଦିଶାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏକ ଇଂଲିଶ ଗୀତରେ ଦିଶା ନାଚୁଥିବା ବେଳର ଏହି ଭିଡିଓକୁ ସୋସିଆଲ ମିଡିଆରେ ଟାଇଗର ସେୟାର କରି ଦିଶାଙ୍କୁ ଭିନ୍ନ ଢଙ୍ଗରେ ଶୁଭେଚ୍ଛା ଜଣାଇଛନ୍ତି। ଯାହାକୁ ଦିଶାଙ୍କ ପ୍ରଶଂସକ ବେଶ ପସନ୍ଦ କରିଛନ୍ତି। ମାତ୍ର ଦୁଇ ମିନିଟର ଏହି ଭିଡିଓକୁ ୪ ଲକ୍ଷରୁ ଉର୍ଦ୍ଧ୍ୱ ଲାଇକ ମିଳିସାରିଲାଣି।

 

View this post on Instagram

 

3 waffles and 3 pancakes later 😂…happy birthday rockstar❤️ @dishapatani

A post shared by Tiger Shroff (@tigerjackieshroff) on


ଦିଶା ବଲିଉଡର ସବୁଠାରୁ ଷ୍ଟାଇଲିଶ, ହଟ୍‌ ଏବଂ ଫିଟ୍‌ ଅଭିନେତ୍ରୀଙ୍କ ମଧ୍ୟରୁ ଜଣେ। ସେ ସବୁବେଳେ ସୋସିଆଲ ମିଡିଆରେ ଜିମ୍ନାଷ୍ଟିକ ଭିଡିଓ ସେୟାର କରନ୍ତି। ଦିଶା ବଲିଉଡ ଫିଲ୍ମ ‘ଏମ୍‌ଏସ ଧୋନୀ: ଦ ଅନଟୋଲ୍ଡ ଷ୍ଟୋରୀ ଜରିଆରେ ବଲିଉଡରେ ଡେବ୍ୟୁ କରିଥିଲେ। ଏଥିରେ ଦିଶାଙ୍କ ଅଭିନୟକୁ ବେଶ ପ୍ରଶଂସା କରାଯାଇଥିଲା। ଏହାଛଡା ଦିଶାଙ୍କ ଅଫ ସ୍କ୍ରିନଆଫାୟାରକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ଟାଇଗର ଏବଂ ଦିଶା ସବୁବେଳେ ଆଉଟିଂକୁ ନେଇ ଚର୍ଚ୍ଚାରେ ରହିଥାନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.