ସିକନ୍ଦର ଫିଲ୍ମର ପ୍ରମୋସନ କାହିଁକି କରୁନାହାନ୍ତି ସଲମାନ, କଣ ରହିଛି ଏହା ପଛର କାରଣ..

ବଲିଉଡ୍ ର ଭାଇଜାନ ଓ ସୁପରଷ୍ଟାର ହେଉଛନ୍ତି ସଲମାନ ଖାନ । ନିକଟରେ ତାଙ୍କ ଫିଲ୍ମ ସିକନ୍ଦର ରିଲିଜ୍ ହେବାକୁ ଯାଉଛି । ଯାହାକୁ ନେଇ ତାଙ୍କ ପ୍ରଶଂସକ ମାନେ ଅପେକ୍ଷା କରି ରହିଛନ୍ତି । ଏହି ଫିଲ୍ମରେ ସଲମାନଙ୍କ ସହ ସାଉଥ୍ ର ବେଶ୍ ଚର୍ଚ୍ଚିତ ହିରୋଇନ ରଶ୍ମିକା ମନ୍ଦାନ୍ନା ନଜର ଆସିବେ ।
ସାଜିଦ ନାଡିଆଡୱାଲାଙ୍କ ନୂଆ ଫିଲ୍ମ ସିକନ୍ଦର ପାଇଁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ତେବେ ଫିଲ୍ମଟି ରିଲିଜ ପାଇଁ ପ୍ରସ୍ତୁତ ରହିଛି । ଫିଲ୍ମ ସିକନ୍ଦର ଆସନ୍ତା ୩୦ ମାର୍ଚ୍ଚରେ ସିନେମା ହଲରେ ରିଲିଜ୍ ହେବ ।
ତେବେ ଫିଲ୍ମକୁ ନେଇଁ କିଛି ପ୍ରମୋସନ ହେଉନାହିଁ । ଏହି ବିଷୟକୁ ନେଇ ପ୍ରଶଂସକମାନେ ବହୁତ ଆଶ୍ଚର୍ଯ୍ୟ ହୋଇଛନ୍ତି । ପ୍ରଶଂସକମାନେ ଭାବୁଛନ୍ତି ଯେ ଭାଇଜାନ ତାଙ୍କ ଫିଲ୍ମର ପ୍ରମୋସନ କାହିଁକି କରୁନାହାଁନ୍ତି, ଏହା ତାଙ୍କ ଫିଲ୍ମର ଆୟକୁ ପ୍ରଭାବିତ କରିପାରେ । ସଲମାନ କାହିଁକି ତାଙ୍କ ଫିଲ୍ମ ସିକନ୍ଦରର ପ୍ରମୋସନ କରୁନାହାଁନ୍ତି ଏହା ପଛରେ ଏକ ବଡ଼ କାରଣ ଅଛି । ଆସନ୍ତୁ ଜାଣିବା..
ଫିଲ୍ମ ସିକନ୍ଦରକୁ ବହୁଳ ମାତ୍ରାରେ ପ୍ରମୋସନ କରାଯାଉନାହିଁ । ଏହାର ମୁଖ୍ୟ କାରଣ ହେଉଛି ସଲମାନଙ୍କୁ ମିଳୁଥିବା ଧମକ । ଯେମିତିକି ଆପଣ ଜାଣିଛନ୍ତି ସଲମାନ ଖାନଙ୍କୁ ଏକ ଗ୍ୟାଙ୍ଗ ପକ୍ଷରୁ ବାରମ୍ବାର ଜୀବନରୁ ହଟାଇଦିଆଯିବ ବୋଲି ଧମକ ମିଳିସାରିଛି । ଏମିତିକି କିଛି ଲୋକ ସଲମାନଙ୍କ ଘର ଉପରେ ଗୁଳିମାଡ କରିଥିଲେ ।
ଏହି କାରଣରୁ ସିକନ୍ଦରର ପ୍ରମୋସନ କରାଯାଉନାହିଁ । କିଛି ପ୍ରମୋସନ ଇଭେଣ୍ଟ କରାଯାଉନାହିଁ । ଫିଲ୍ମ ସିକନ୍ଦରର ନିର୍ମାତାଙ୍କ ସହ ସୁରକ୍ଷା ଏଜେନ୍ସି ସଲମାନଙ୍କୁ ପ୍ରମୋସନ ପାଇଁ ମନା କରିଛନ୍ତି । ଏହାକୁ ଗମ୍ଭୀରତାର ସହ ମାନିଛନ୍ତି ସଲମାନ ।
ସଲମାନ ଖାନଙ୍କୁ ସାଧାରଣ ସ୍ଥାନରେ ଆଉ ଦେଖିବାକୁ ମିଳିବ ନାହିଁ । ତଥାପି ସେ ଫିଲ୍ମଟି ରିଲିଜ୍ ହେବା ପୂର୍ବରୁ ଡିଜିଟାଲ ପ୍ଲାଟଫର୍ମ ମାଧ୍ୟମରେ ବ୍ୟାପକ ଭାବରେ ପ୍ରଚାର କରିବାକୁ ଯୋଜନା କରୁଛନ୍ତି । ସେହି ସମୟରେ ପ୍ରଶଂସକମାନେ ମଧ୍ୟ ସିକନ୍ଦର ଚଳଚ୍ଚିତ୍ରର ଟ୍ରେଲରକୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହାର ଟ୍ରେଲର ଏପର୍ଯ୍ୟନ୍ତ ମୁକ୍ତିଲାଭ କରିନାହିଁ ।
ଫିଲ୍ମର ଟ୍ରେଲର ଖୁବ୍ ଶୀଘ୍ର ମୁକ୍ତିଲାଭ କରିବାକୁ ଯାଉଛି । ଏହି ଟ୍ରେଲରରେ ପ୍ରଶଂସକମାନେ ଜବରଦସ୍ତ ମନୋରଞ୍ଜନ ଦେଖିବାକୁ ପାଇବେ । ଏହି ଫିଲ୍ମରେ ସାଜିଦ ଏବଂ ସଲମାନ ବହୁ ବର୍ଷ ପରେ ଏକାଠି ନଜର ଆସିବେ, ଯାହା ଯୋଗୁଁ ପ୍ରଶଂସକମାନେ ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି ।
Also read: ରିଲିଜ୍ ହେଲା ଫିଲ୍ମ ସିକନ୍ଦରର ଆଉ ଗୋଟେ ଗୀତ, ‘ଡବକେ’ ଡ୍ୟାନ୍ସ କଲେ ସଲମାନ୍ ଓ ରଶ୍ମିକା