ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି’ରେ ଶିଖ୍‌ ସଂପ୍ରଦାୟକୁ ଖଲିସ୍ତାନୀ ଆତଙ୍କବାଦୀଙ୍କ ସହ ତୁଳନା କରିବା କଙ୍ଗନାଙ୍କୁ ପଡିଲା ମହଙ୍ଗା, ଅଭିନେତ୍ରୀଙ୍କ ନାମରେ ଥାନାରେ ମାମଲା ରୁଜୁ

ପୁଣି ବିବାଦରେ ଫସିଛନ୍ତି ପଦ୍ମଶ୍ରୀ ପାଇଥିବା ଅଭିନେତ୍ରୀ କଙ୍କନା ରଣାଓ୍ଵତ। ଏକ ବିବାଦୀୟ ମନ୍ତବ୍ୟ ଦେଇଥିବା ଯୋଗୁଁ ବଢିଯାଇଛି କଙ୍ଗନାଙ୍କ ଅଡୁଆ। ‘ଇନ୍‌ଷ୍ଟାଗ୍ରାମ୍‌ ଷ୍ଟୋରି’ରେ ସମସ୍ତ ଶିଖ୍ ସମ୍ପ୍ରଦାୟଙ୍କୁ ଖଲିସ୍ତାନୀ ଆତଙ୍କବାଦୀ ଭାବ‌େ ଅଭିହିତ କରିବା ସହ ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀ ସେମାନଙ୍କୁ ମଶା ଭଳି ଜୋତାରେ ଦଳିଦେଇଥିଲେ ବ‌ୋଲି ଅଭିନେତ୍ରୀ କଙ୍ଗନା କହିଥିଲେ। ସେ ଆହୁରି ମଧ୍ୟ କହିଥିଲେ, କାହାକୁ କେତେ ଯନ୍ତ୍ରଣା ହେଲା ତା’ର ଫରକ ପଡିନଥିଲା। କିନ୍ତୁ ଇନ୍ଦିରା ଗାନ୍ଧୀ ଦେଶକୁ ବିଭାଜିତ ହେବାକୁ ଦେଇନଥିଲେ। ଆଜି ମଧ୍ୟ ତାଙ୍କ ନାମ ଶୁଣିଲେ ଭୟ କରୁଛନ୍ତି। ଏମାନଙ୍କୁ ସେମିତି ଗୁରୁ ହିଁ ଦରକାର। କଙ୍ଗନାଙ୍କ ଏପରି ମନ୍ତବ୍ୟରେ ଦିଲ୍ଲୀ ଶିଖ୍‌ ଗୁରୁଦ୍ୱାର ପରିଚାଳନା କମିଟିର ଅଧ୍ୟକ୍ଷ ସମିତି ପକ୍ଷରୁ ମାମଲା ରୁଜୁ କରାଯାଇଛି।

ଅଭିନେତ୍ରୀ କଙ୍ଗନାଙ୍କ ନାମରେ ‘ଦିଲ୍ଲୀ ଶିଖ୍‌ ଗୁରଦ୍ବାର ପରିଚାଳନା କମିଟି’ର ଅଧ୍ୟକ୍ଷ ତଥା ଅକାଳୀ ଦଳ ନେତା ମନଜୀନ୍ଦର୍‌ ସିଂହ ସିର୍‌ସା ମାମଲା ରୁଜୁ କରିଛନ୍ତି। ସେ କହିଛନ୍ତି, କୃଷକମାନଙ୍କ ପ୍ରତିବାଦକୁ ରଣାୱତ୍ ଉଦ୍ଦେଶ୍ୟମୂଳକ ଭାବେ ଜାଣିଶୁଣି ‘ଖଲିସ୍ତାନୀ ଆନ୍ଦୋଳନ’ ବୋଲି ମନ୍ତବ୍ୟ ଦେଇଛନ୍ତି।

ଦିଲ୍ଲୀ ମନ୍ଦିର ମାର୍ଗ ଥାନାର ସାଇବର୍‌ ସେଲ୍‌ରେ ରଣାୱତ୍‌ଙ୍କ ନାମରେ ଉପରୋକ୍ତ ଅଭିଯୋଗ ଦାଏର କରାଯାଇଛି। କଙ୍ଗନାଙ୍କ ଏପରି ଟିପ୍ପଣୀ ପରେ ସମୁଦାୟ ଶିଖ୍‌ ସଂପ୍ରଦାୟ ରାଗିଯାଇଛି। କଙ୍ଗନା ପଦ୍ମଶ୍ରୀ ପୁରସ୍କାର ଯୋଗ୍ୟ ନୁହନ୍ତି ବୋଲି ମଧ୍ୟ ସିରସା କହିଛନ୍ତି। କଙ୍ଗନାଙ୍କୁ ପାଗଳ ଡାକ୍ତରଖାନାରେ ଭର୍ତ୍ତି କରି ଜେଲ୍‌ ପଠାଇଯିବା କଥା ମଧ୍ୟ ସିରସା କହିଛନ୍ତି। ଆଉ କଙ୍ଗନା ଜାଣିଶୁଣି ଶିଖ୍‌ମାନଙ୍କୁ ଅପମାନିତ କରି ଏପରି ଟିପ୍ପଣୀ ଦେଇଛନ୍ତି ବୋଲିମନଜୀନ୍ଦର୍‌ ସିଂହ ସିର୍‌ସା କହିଛନ୍ତି।

ପୂର୍ବରୁ କୃଷି ବିଲକୁ ସମର୍ଥନ କରି କଙ୍ଗନା କୃଷକମାନଙ୍କୁ ଆତଙ୍କବାଦୀ ବୋଲି କହିଥିଲେ। ସେ ଲେଖିଥିଲେ – ପ୍ରଧାନମନ୍ତ୍ରୀ, ଶୋଇଥିବା ବ୍ୟକ୍ତିଙ୍କୁ ଉଠାଯାଇପାରିବ, ଯିଏ ଭୁଲ୍ ବୁଝିଥିବ ତାଙ୍କୁ ବୁଝା ଯାଇ ପାରିବ। କିନ୍ତୁ ଯଦି ଯିଏ ଶୋଇବା ଅଭିନୟ କରେ, ନ ବୁଝିବାର ଅଭିନୟ କରେ, ସେହି ବ୍ୟକ୍ତିଙ୍କୁ ବୁଝାଇବା ଦ୍ୱାରା କ’ଣ ଫରକ ପଡ଼ିବ ?

ତେବେ ଏହି ବୟାନ ପରେ କଙ୍ଗନାଙ୍କୁ ବହୁ ସମାଲୋଚନା କରାଯାଇଥିଲା। କଙ୍ଗନାଙ୍କ ଏହି ଟୁଇଟ୍ ପରେ, #Arest_Castiest_Kangna ସହିତ ବିଭିନ୍ନ ହ୍ୟାସଟ୍ୟାଗ ଟ୍ରେଣ୍ଡ କରିବା ଆରମ୍ଭ ହୋଇଥିଲା ଏବଂ କଙ୍ଗନାଙ୍କୁ ଗିରଫ କରିବାକୁ ଦାବି ହୋଇଥିଲା । ଆଇପିସିର ଧାରା ୪୪, ୧୦୮, ୧୫୩, ୧୫୩ ଏ ଏବଂ ୫୦୪ ଅନୁଯାୟୀ ଅଭିନେତ୍ରୀଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.