ଫ୍ୟାନ୍ସଙ୍କୁ ନୂଆ ବର୍ଷରେ ନୂଆ ଗିଫ୍ଟ ଦେଲେ ୟୋଗା କୁଇନ ଶିଳ୍ପା ସେଟ୍ଟୀ, କ’ଣ ଜାଣନ୍ତୁ ……

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀ ବର୍ତ୍ତମାନ ସମୟରେ ନିଜ ପରିବାର ସହ ଗୋଆରେ ଛୁଟି କାଟୁଛନ୍ତି ।  ଆଉ ଗୋଆରୁ ବିଭିନ୍ନ ଫଟୋ ତଥା ଭିଡିଓଗୁଡିକୁ ସେୟାର କରୁଛନ୍ତି ଶିଳ୍ପା ।  ଆଉ ନୂଆ ବର୍ଷରେ ନିଜ ଫ୍ୟାନ୍ସମାନଙ୍କୁ ଏକ ଖାସ ତୋଫା ଦେଇଛନ୍ତି ।  ଝିଅ ସମିଶାର ପ୍ରଥମ ଝଲକକୁ ସମସ୍ତଙ୍କ ସହ ସେୟାର କରିଛନ୍ତି ୟୋଗା କୁଇନ ।  ଏମିତିରେ ଶିଳ୍ପା ସୋସିଆଲ ମିଡିଆରେ ଖୁବ ଆକ୍ଟିଭ ରୁହନ୍ତି ।  ଆଉ ନିଜର ତଥା ନିଜ ପରିବାରର ଫଟୋଗୁଡିକୁ ବି ସେୟାର କରିଥାନ୍ତି ।

 

 

ନିକଟରେ ହିଁ ଶିଳ୍ପା, ସ୍ୱାମୀ ରାଜ କୁନ୍ଦ୍ରା ଓ ଝିଅ ସମିଶାର ଏକ ଭିଡିଓ ନିଜ ଇନ୍ଷ୍ଟଗ୍ରାମ ଆକାଉଣ୍ଟରେ ପୋଷ୍ଟ କରିଥିଲେ ।  ଏଥିରେ ରାଜ କୁନ୍ଦ୍ରା ଏକ ଗୀତ ଗାଉଥିବା ନଜର ଆସିଥିବା ବେଳେ କୁନି ଝିଅ ସମିଶା ବାପାଙ୍କ ସହ ଲାଗୁଥିବା ନଜର ଆସିଛି ।  ଆଉ ଏହାର କ୍ୟାପ୍ସନରେ ସେ ଲେଖିଛନ୍ତି, “ଚିନ୍ତା କମ କରନ୍ତୁ ଓ ଗୀତ ଅଧିକ ଗାଆନ୍ତୁ ।  ଏଠି ଝିଅ ସମିଶା ବାପାଙ୍କୁ ଗୀତ ନ ଗାଇବା ପାଇଁ ଇସାରା କରୁଛି । ଆପଣ ସମସ୍ତଙ୍କୁ ନୂଆ ବର୍ଷର ହାର୍ଦ୍ଦିକ ଅଭିନନ୍ଦନ ।”

ଏହି ଭିଡିଓଟି ଖୁବ ଭାଇରାଲ ହୋଇଥିବା ବେଳେ ଫ୍ୟାନ୍ସମାନଙ୍କୁ ବି ଏହା ଖୁବ ପସନ୍ଦ ଆସିଥିବା ନେଇ ଲକ୍ଷ୍ୟ କରାଯାଇଛି ।  କହିରଖିବା ଉଚିତ ହେବକି, ଖୁବ ଶୀଘ୍ର ଶିଳ୍ପା ଆଗାମୀ ଫିଲ୍ମ “ନିକମ୍ମା”ରେ ନଜର ଆସିବାକୁ ଯାଉଛନ୍ତି ।

Leave A Reply

Your email address will not be published.