ବିବାହ ବନ୍ଧନରେ ବାନ୍ଧି ହେଲେ ବଲିଉଡ୍ ଲୋକପ୍ରିୟ ଗାୟକ ଦର୍ଶନ ରାୱଲ, ସାମ୍ନାକୁ ଆସିଲା ୱେଡିଂର ରୋମାଣ୍ଟିକ୍ ଫଟୋ

ବିବାହ ବନ୍ଧନରେ ବାନ୍ଧି ହେଲେ ପ୍ରସିଦ୍ଧ ଲୋକପ୍ରିୟ ଗାୟକ ଦର୍ଶନ ରାୱଲ । ଗତକାଲି ଅର୍ଥାତ ଶନିବାର ଦିନ ଦର୍ଶନ ସୋସିଆଲ ମିଡିଆରେ ନିଜ ବିବାହର ଫଟୋ ସେୟାର କରି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛନ୍ତି । ଦର୍ଶନ ତାଙ୍କ ବେଷ୍ଟ-ଫ୍ରେଣ୍ଡ ଧରଲ ସୁରେଲିଆଙ୍କୁ ବିବାହ କରିଛନ୍ତି । ବିବାହର ଫଟୋ ପୋଷ୍ଟ କରି ସେ କ୍ୟାପ୍ସନରେ ଲେଖିଛନ୍ତି, ‘ମାଇଁ ବେଷ୍ଟ ଫ୍ରେଣ୍ଡ ଫର୍ ଏଭର ।’ ୱେଡିଂ ଫଟୋରେ ଏହି ଫଟୋରେ ଉଭୟ ବହୁତ ସୁନ୍ଦର ଦେଖାଯାଉଛନ୍ତି ।

ଧରଲ ଏକ ଲାଲ ରଙ୍ଗର ଲେହେଙ୍ଗା ପିନ୍ଧିଛନ୍ତି ଯାହା ସୁନ୍ଦର ଏମ୍ବ୍ରୋଡୋରୀରେ ସଜାଯାଇଛି । ସେ ବ୍ରାଇଡାଲ୍ ଜୁଏଲାରୀ, ହାଲୁକା ମେକ-ଅପ୍ ଏବଂ ସୁନ୍ଦର ଭାବରେ ବନ୍ଧା ହୋଇଥିବା କେଶ ସହିତ ନିଜର ଲୁକ୍ କମ୍ପ୍ଲିଟ୍ କରିଛନ୍ତି । ଅନ୍ୟପଟେ ଦର୍ଶନ ଏକ ହ୍ୱାଇଟ୍ କଲର୍ ଶେରୱାନିରେ ନଜର ଆସିଛନ୍ତି । ଯେଉଁଥିରେ ସେ ବହୁତ ହ୍ୟାଣ୍ଡସମ ଦେଖାଯାଉଥିଲେ । ଦର୍ଶନ ରାୱଲଙ୍କ ପତ୍ନୀ ଧରଲ ସୁରେଲିଆଙ୍କ ବିଷୟରେ କହିବାକୁ ଗଲେ ସେ ଜଣେ ଆର୍କିଟେକ୍ ଏବଂ ଡିଜାଇନର୍ ।

ଧରଲ ବୈବସନ କଲେଜରୁ ଗ୍ରାଜୁଏସନ କରିବା ସହ ଏଣ୍ଟରପ୍ରାଇଜର୍ସିପ୍ ରେ M.Sc ଡିଗ୍ରୀ ହାସଲ କରିଛନ୍ତି । ସେ ବଟର କନସେପ୍ଟ ନାମକ ଏକ ଡିଜାଇନ୍ ଫାର୍ମର ପ୍ରତିଷ୍ଠାତା ମଧ୍ୟ । ତେବେ ତାଙ୍କର ପ୍ରଫେସନାଲ୍ ଲାଇଫ ବିଷୟରେ ଏହି ସୂଚନା ତାଙ୍କ ଲିଙ୍କଡଇନ୍ ପ୍ରୋଫାଇଲରୁ ମିଳିଛି । ଯେଉଁଠାରେ ସେ ନିଜକୁ ଜଣେ ସଫଳ ଉଦ୍ୟୋଗୀ ଭାବରେ ଉପସ୍ଥାପନ କରିଛନ୍ତି ।

ଦର୍ଶନ ରାୱଲଙ୍କ ବିବାହ ଖବର ପାଇବା ପରେ ସୋସିଆଲ ମିଡିଆରେ ତାଙ୍କ ଫ୍ୟାନ୍ସ ତଥା ଶୁଭେଚ୍ଛୁମାନଙ୍କ ଅଭିନନ୍ଦନର ସୁଅ ଛୁଟିବାରେ ଲାଗିଛି । ଅନ୍ୟପଟେ ଉଭୟଙ୍କ ବିବାହର ସୁନ୍ଦର ସୁନ୍ଦର ଫଟୋ ସୋସିଆଲ ମିଡ଼ିଆରେ ବେଶ ଭାଇରଲ ହେବାରେ ଲାଗିଛି । ଦର୍ଶନ ରାୱଲ ଜଣେ ଭାରତୀୟ ଗାୟକ, ସଙ୍ଗୀତକାର ଏବଂ ଗୀତିକାର ଯିଏକି ତାଙ୍କର ସୁମଧୁର ସ୍ୱର ଏବଂ ରୋମାଣ୍ଟିକ ଗୀତ ପାଇଁ ବହୁତ ଫେମସ୍ ।

ରିଅଲିଟି ସୋ ‘ଇଣ୍ଡିଆର ର ଷ୍ଟାର’ରେ ଦର୍ଶନ ପ୍ରଥମ ଥର ପାଇଁ ଟିଭିରେ ନଜର ଆସିଥିଲେ । ଏହା ପରେ ସେ ସଙ୍ଗୀତ ଦୁନିଆରେ ପ୍ରବେଶ କଲେ ଏବଂ ତାଙ୍କ ଗୀତ ସହ ସାରା ବିଶ୍ୱରେ ବେଶ ଲୋକପ୍ରିୟ ହୋଇପାରିଛନ୍ତି । ଦର୍ଶନଙ୍କ ସ୍ୱର ଏବଂ ତାଙ୍କ ଗୀତ ସବୁବେଳେ ଲୋକଙ୍କ ହୃଦୟରେ ରାଜ କରିଆସୁଛି ।

 

 

View this post on Instagram

 

A post shared by Darshan Raval (@darshanravaldz)

 

You might also like