ଗାୟକ ହ୍ୟୁମାନ୍‌ ସାଗରଙ୍କ ପିତା ରବିଚନ୍ଦ୍ରଙ୍କ ପରଲୋକ

କଟକ (କେ ନ୍ୟୁଜ୍‌) : ଓଲିଉଡ୍‌ର ବିଶିଷ୍ଟ ଗାୟକ ହ୍ୟୁମାନ ସାଗରଙ୍କ ପିତାଙ୍କର ପରଲୋକ । ସେ ଗତ କିଛି ଦିନ ହେଲା ଅସୁସ୍ଥ ଥିଲେ । ତାଙ୍କ ନାଁ ରବିଚନ୍ଦ୍ର ସାଗର । ପେସାରେ ଜଣେ ଶିକ୍ଷକ ଥିବା ରବିଚନ୍ଦ୍ର କୋଭିଡ୍‌ ପଜିଟିଭ ଥିବା ଜଣାପଡ଼ିବା ପରେ ବୁର୍ଲା ମେଡିକାଲରେ ଚିକିତ୍ସିତ ହେଉଥିଲେ ।

HUMAN SAGAR

ପ୍ରାୟ ଦୁଇ ସପ୍ତାହ ଧରି ଚିକିତ୍ସିତ ହେବା ପରେ ମଧ୍ୟ ତାଙ୍କ ସ୍ୱାସ୍ଥ୍ୟ ଅବସ୍ଥାରେ ସୁଧାର ଆସିନଥିଲା । ଶେଷରେ ଗତକାଲି ତାଙ୍କର ମୃତ୍ୟୁ ଘଟିଛି । ମୃତ୍ୟୁ ବେଳକୁ ରବି ଚନ୍ଦ୍ରଙ୍କୁ ୬୧ ବର୍ଷ ବୟସ ହୋଇଥିଲା ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.