ଛାଡପତ୍ର ହେବାର ୧୦ ବର୍ଷରେ ଦ୍ୱିତୀୟ ବିବାହ କଲେ କନିକା, ଲଣ୍ଡନରେ ହିନ୍ଦୁ ରୀତିନୀତିରେ ହେଲା ବାହାଘର

ବଲିଉଡର ଗାୟିକା କନିକା କପୁର ବ୍ୟବସାୟୀ ଗୌତମଙ୍କୁ ବିବାହ କରିଛନ୍ତି। ଗତକିଛି ଦିନ ହେଲାଣି ଦୁହିଁଙ୍କର ବିବାହକୁ ନେଇ ଅନେକ ଚର୍ଚ୍ଚା ଚାଲିଥିଲା। ଏବେ ଦୁହିଁଙ୍କ ବିବାହର ଫଟୋ ସୋସିଆଲ ମିଡିଆରେ ଭାଇରଲ ହେଉଛି। ଏହି ଫଟୋରେ କନିକା ବେଶ୍‌ ସୁନ୍ଦର ଦେଖାଯାଉଛନ୍ତି, ଯାହାକୁ ଦେଖି ଫ୍ୟାନ୍ସ ପାଗଳ ହୋଇଛନ୍ତି। ଫଟୋ ସାମ୍ନାକୁ ଆସିବା ପରେ କନିକାଙ୍କ ଲୁକ ଟକ୍‌ ଅଫ୍‌ ଦ ଟାଉନ ହୋଇଛି।

ଦୁହିଁଙ୍କର ଲଣ୍ଡନରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ ଶେଷ ହୋଇଛି। ବିବାହର ପ୍ରଥମ ଫଟୋ ସାମ୍ନାକୁ ଆସିବା ପରେ ଦୁହିଁଙ୍କ ମଧ୍ୟରେ ଥିବା ସୁନ୍ଦର କେମେଷ୍ଟ୍ରି ଦେଖିବାକୁ ମିଳୁଛି। ନିକଟରେ କନିକାଙ୍କ ବିବାହ ପୂର୍ବର ସମସ୍ତ କାର୍ଯ୍ୟକ୍ରମ ତଥା ମେହେନ୍ଦୀ, ହଳଦୀର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରଲ ହୋଇଥିଲା। କନିକା ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ମେହେନ୍ଦୀ ଉତ୍ସବର ସମସ୍ତ ଫଟୋକୁ ସେୟାର କରିଛନ୍ତି । ଏବଂ କ୍ୟାପସନରେ ଲେଖିଛନ୍ତି, ଜି ଆଇ ଲଭ ୟୁ…। ଫଟୋରେ କନିକା ଖୁବ୍ ସୁନ୍ଦର ଦେଖାଯାଉଥିବା ବେଳେ ଗ୍ରୀନ୍ କଲରର ଲେହେଙ୍ଗା ପିନ୍ଧିଛନ୍ତି । ଏହା ବ୍ୟତୀତ କନିକା ଓ ଗୌତମ ନିଜ ପରିବାର ସଦସ୍ୟ ବନ୍ଧୁମାନଙ୍କ ସହ ଖୁବ୍ ଖୁସି ଥିବାର ନଜର ଆସୁଛନ୍ତି । ଭାବିପତ୍ନୀ ଗୌତମଙ୍କ ସହ କନିକା ମନ ଖୋଲି ନାଚୁଛନ୍ତି ।

କନିକା ନିଜ ବାହାଘରରେ ଲାଇଟ ପିଙ୍କ କଲରର ଲେହେଙ୍ଗା ପିନ୍ଧିଥିଲେ। ଏହାସହିତ ବଡ ବଡ ଗହଣା ସହିତ ବ୍ରାଇଡାଲ ଲୁକ୍‌କୁ ରୟାଲ ଟଚ୍‌ ଦେଇଥିଲେ। କନିକା କୌଣସି ରାଜକୁମାରୀ ଠାରୁ କମ୍‌ ଦେଖାଯାଉନାହାନ୍ତି।  କନିକାଙ୍କ ବିବାହର ଏକ ଭିଡିଓ ସେୟାର କରିଛନ୍ତି। ଯେଉଁଥିରେ ସେ ଜୟମାଲା ପାଇଁ ଷ୍ଟେଜ୍ ଉପରକୁ ଯାଉଛନ୍ତି। ସେ ବିବାହ ପୋଷାକରେ ଖୁବ୍ ସୁନ୍ଦର ଦେଖାଯାଉଛନ୍ତି।

 

View this post on Instagram

 

A post shared by Hindirush (@hindirush)

ଏହା ହେଉଛି କନିକା କପୁରଙ୍କ ଦ୍ୱିତୀୟ ବିବାହ । ଏହାପୂର୍ବରୁ କନିକା ଏନଆରଆଇ ରାଜଙ୍କୁ ବିବାହ କରିଥିଲେ। ଏହି ବିବାହରୁ କନିକାଙ୍କର ତିନୋଟି ସନ୍ତାନ ଅଛନ୍ତି । ୨୦୧୨ରେ କନିକା ଛାଡପତ୍ର ନେଇଥିଲେ ଏବଂ ତା’ପରେ ସଙ୍ଗୀତକୁ ତାଙ୍କ କ୍ୟାରିଅର୍ ଭାବେ ବାଛିଥିଲେ। କନିକା ପ୍ରଥମ ସ୍ୱାମୀଙ୍କ ଠାରୁ ଛାଡପତ୍ର ନେବା ପରେ ମୁମ୍ବାଇ ଆସିଥିଲେ ଏବଂ ନିଜ ଗୀତ ‘ଜୁଗନୀ ଜି’ ରିଲିଜ କରିଥିଲେ। ଏହି ଗୀତ କନିକାଙ୍କ ଭାଗ୍ୟ ବଦଳାଇଦେଇଥିଲା।

 

View this post on Instagram

 

A post shared by Instant Bollywood (@instantbollywood)

 

View this post on Instagram

 

A post shared by Kanika Kapoor (@kanik4kapoor)

Leave A Reply

Your email address will not be published.