ମନୋରଂଜନ

ଏବେ ବି ଆଇସିୟୁରେ ଅଛନ୍ତି କୋକିଳ କଣ୍ଠୀ ଲତା ମଙ୍ଗେସକର, ଡାକ୍ତର ଦେଲେ ହେଲଥ୍‌ ଅପ୍‌ଡେଟ୍‌

କରୋନା କବ୍‌ଜାରେ କୋକିଳ କଣ୍ଠୀ ଲତା ମଙ୍ଗେସକର। ତାଙ୍କ ଶରୀରରେ ସଂକ୍ରମଣର ହାଲ୍‌କା ଲକ୍ଷଣ ପ୍ରକାଶ ପାଇଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ତାଙ୍କୁ ମୁମ୍ବାଇର ବ୍ରିଚ୍‌ କ୍ୟାଣ୍ଡି ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଏବେ ବି ସେ ଆଇସିୟୁରେ ଅଛନ୍ତି। ଗୁରୁବାର ଦିନ ପାଇଁ ତାଙ୍କ ହେଲ୍‌ଥ ବୁଲେଟିନ୍‌ ଜାରି କରାଯାଇଛି। ଲତାଙ୍କ ଚିକିତ୍ସା କରୁଥିବା ଡାକ୍ତର ପ୍ରତୀତ ସମଦାନୀ କହିଛନ୍ତି, ବର୍ତ୍ତମାନ ଲତା ଆଇସିୟୁରେ ହିଁ ଅଛନ୍ତି। କିନ୍ତୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାରେ ସୁଧାର ଆସିଛି। ଗତ କାଲି ତୁଳନାରେ ତାଙ୍କ ଦେହ ଏବେ ଟିକେ ଭଲ ଅଛି ବୋଲି ଡାକ୍ତର ସୂଚନା ଦେଇଛନ୍ତି।

ଡାକ୍ତରଙ୍କ ମୁତାବକ, ଲତା ମଙ୍ଗେସକର ଏବେ କରୋନା ଓ ନିମୋନିଆ ଉଭୟ ରୋଗରେ ପୀଡ଼ିତ ଅଛନ୍ତି। ତାଙ୍କ ବୟସକୁ ଦୃଷ୍ଟିରେ ରଖି ଡାକ୍ତର ପରାମର୍ଶ ଦେଇଛନ୍ତି ଯେ ଏବେ ତାଙ୍କର ଯତ୍ନ ନେବା ଜରୁରୀ। ଏଣୁ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି। ଡାକ୍ତରଙ୍କ କହିବନୁସାରେ, ସେ ଆଉ ୬-୭ ଦିନ ଅବଜରଭେସନ୍‌ରେ ରହିବେ।

ସୂଚନାଯୋଗ୍ୟ ଯେ ଲତା ମଙ୍ଗେସକରଙ୍କ ଘରେ ଜଣେ ଚାକର କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ଲତା ବି ନିଜ ପରୀକ୍ଷା କରାଇଥିଲେ। ତାଙ୍କ ଟେଷ୍ଟ ରିପୋର୍ଟ ବି ପଜିଟିଭ୍‌ ଆସିଛି। ପୂର୍ବରୁ ନଭେମ୍ବର ୨୦୧୯ରେ ନିଃଶ୍ୱାସ ନେବାରେ ସମସ୍ୟା ଉପୁଜିବାରୁ ଏହି ସୁର ସାମ୍ରାଜ୍ଞୀ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ।

WCW 11

Recent Posts

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ, କିନ୍ତୁ ଯାତ୍ରୀଙ୍କ ନାକ କାନରୁ ବାହାରିଲା ରକ୍ତ

ବିମାନରେ ବସି ଯାତ୍ରା କରୁଥିଲେ ଯାତ୍ରୀ । ହେଲେ ହଠାତ୍‌ ଯାତ୍ରୀଙ୍କ ନାକରୁ ରକ୍ତ ବାହାରିବା ସହ କାନରେ ଯନ୍ତ୍ରଣା…

8 seconds ago

ଗ୍ରୁପରୁ ଋଣ ଉଠାଇ ଫେରାର୍, ଅଭିଯୁକ୍ତ ଘରେ ତାଲା ପକାଇଲେ ଗାଁର ମହିଳା

କଣ୍ଟାବାଞ୍ଜି: ଟଙ୍କା ନେଇ ଛୁ ମାରିଲେ, ହେଲେ ଚୁପ୍ ବସିଲେନି ଗାଁର ମହିଳାମାନେ । ସିଧା ଘରକୁ ଗଲେ ଆଉ…

8 mins ago

ମାସକ ଭିତରେ ମୁକୁଳା ଡ୍ରେନରେ ପଡ଼ିବ ସ୍ଲାବ, ସପ୍ତାହ ଭିତରେ ସରିବ ବାରିକେଡ କାମ: BMC କମିଶନର

ଭୁବନେଶ୍ୱର  : ବାରମ୍ବାର ମୁକୁଳା ଡ୍ରେନରେ ଅଘଟଣ ପରେ ତତ୍ପର ପ୍ରାଶସନ । ମାସକ ଭିତରେ ମୁକୁଳା ଡ୍ରେନ ଉପରେ…

26 mins ago

ପାଇରେଟସ ଅଫ ଦ କ୍ୟାରିବିୟନ ଷ୍ଟାର ତମାୟୋ ପେରୀଙ୍କ ପରଲୋକ, ଶାର୍କ ଆଟାକରେ ଚାଲିଗଲା ଜୀବନ

ହଲିଉଡର ଲୋକପ୍ରିୟ ଅଭିନେତା ତମାୟୋ ପେରୀଙ୍କ ମୃତ୍ୟୁ । ଶାର୍କ ଆକ୍ରମଣ କରିବାକୁ ମାତ୍ର ୪୯ ବର୍ଷ ବୟସରେ ତମାୟୋଙ୍କ…

28 mins ago

ଦିଲ୍ଲୀ: ମଧ୍ୟରାତ୍ରିରେ ଘରେ ଲାଗିଲା ଭୟଙ୍କର ନିଆଁ, ଅଣନିଃଶ୍ୱାସୀ ହୋଇ ଚାଲିଗଲା ପରିବାରର ୪ ଜୀବନ

ରାଜଧାନୀ ଦିଲ୍ଲୀର ପ୍ରେମ୍‌ ନଗରରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଏଠାରେ ଘରେ ନିଆଁ ଲାଗି ପରିବାରର ୪…

1 hour ago

ଟି୨୦ ବିଶ୍ୱକପ : ବାଂଲାଦେଶକୁ ହରାଇ ସେମିଫାଇନାଲରେ ଏଣ୍ଟ୍ରି କଲା ଆଫଗାନିସ୍ତାନ, ୮ ରନରେ ମ୍ୟାଚ ହାତେଇଲା ରାଶିଦ ବାହିନୀ

ଆଇସିସି ଟି୨୦ ବିଶ୍ୱକପ ସେମିଫାଇନାଲରେ ପ୍ରବେଶ କରିଛି ଆଫଗାନିସ୍ତାନ । ବାଂଲାଦେଶକୁ ଡିଏଲଏସ ନିୟମରେ ହରାଇ ସେମିରେ ପ୍ରବେଶ କରିଛି…

1 hour ago