ମନୋରଂଜନ

‘ୟା ଅଲ୍ଲୀ’ ସିଙ୍ଗର ଜୁବିନ୍‌ ଗର୍ଗ ହସ୍ପିଟାଲରେ ଭର୍ତ୍ତି, ବାଥ୍‌ରୁମରେ ପଡ଼ି ମୁଣ୍ଡରେ ଲାଗିଛି ଗଭୀର ଆଘାତ

ଲୋକପ୍ରିୟ ଗାୟକ ତଥା ମ୍ୟୁଜିକ୍‌ କମ୍ପୋଜର ଜୁବିନ୍‌ ଗର୍ଗଙ୍କୁ ଗୌହାଟୀର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ରିପୋର୍ଟ ମୁତାବକ, ବାଥ୍‌ରୁମରେ ପଡ଼ିଯିବାରୁ ଜୁବିନ୍‌ଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ପ୍ରଥମେ ତାଙ୍କୁ ଆସାମର ଡିବ୍ରୁଗଡ଼ ଜିଲ୍ଲା ସଞ୍ଜୀବନୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ ଅଧିକ ଚିକିତ୍ସା ପାଇଁ ସିଙ୍ଗରଙ୍କୁ ଏୟାରଲିଫ୍ଟ କରାଯାଇ ଗୌହାଟୀ ହସ୍ପିଟାଲରେ ଆଡ୍‌ମିଟ କରାଯାଇଛି।

ସୂଚନା ମୁତାବକ, ୧୯ ଜୁଲାଇରେ ଜୁବିନ୍‌ ଏକ ରିସର୍ଟରେ ବାଥ୍‌ରୁମ ଯାଇଥିଲେ। ସେଠି ପଡ଼ିଯିବା ପରେ ତାଙ୍କ ମୁଣ୍ଡ ଫାଟି ଯାଇଥିଲା। ଏହାପରେ ତାଙ୍କୁ ତୁରନ୍ତ ହସ୍ପିଟାଲ ନିଆଯାଇ ସେଠାରେ ସିଟି ସ୍କାନ୍‌ କରାଯାଇଥିଲା। ଏଥିରୁ ଜଣାପଡ଼ିଥିଲା ଯେ ତାଙ୍କର ଭାଇଟାଲ ପାରାମିଟର ସ୍ଥିର ରହିଛି। ଡାକ୍ତରଙ୍କ ସୂଚନା ମୁତାବକ, ଜୁବିନ୍‌ଙ୍କ ମୁଣ୍ଡରେ ଷ୍ଟିଚ୍‌ ପଡ଼ିଛି। ଅପରାହ୍ନ ୪ଟାରେ ତାଙ୍କୁ ଏୟାରଲିଫ୍ଟ କରାଯାଇଥିଲା।

ହସ୍ପିଟାଲ ଅଧିକାରୀମାନଙ୍କ କହିବା ହେଲା, ଜୁବିନ୍‌ଙ୍କ ଅବସ୍ଥା ଏବେ ସ୍ଥିର ରହିଛି। ବର୍ତ୍ତମାନ ସେ ନ୍ୟୁରୋଲୋଜିଷ୍ଟ୍‍ ଡାକ୍ତରଙ୍କ ହେପାଜତରେ ଆଇସିୟୁରେ ଚିକିତ୍ସିତ ହେଉଛନ୍ତି। ଯଦି ସବୁକିଛି ଠିକ୍‌ଠାକ୍‌ ରୁହେ, ତେବେ ତାଙ୍କୁ ହସ୍ପିଟାଲରୁ ଡିସ୍‌ଚାର୍ଜ କରି ଦିଆଯିବ।

ସେପଟେ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା ଜୁବିନ୍‌ଙ୍କ ବିଷୟରେ ଶୁଣିବା ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ଉପରେ କଡ଼ା ନଜର ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ପଡ଼ିଲେ ଅଧିକ ଚିକିତ୍ସା ପାଇଁ ଏୟାର ଆମ୍ବୁଲାନ୍ସ ଯୋଗେ ତାଙ୍କୁ ରାଜ୍ୟ ବାହାରକୁ ନେବାକୁ କହିଛନ୍ତି।

କହି ରଖୁଛୁ, ଜୁବିନ୍‌ ଫିଲ୍ମ ‘ଗ୍ୟାଙ୍ଗ୍‌ଷ୍ଟାର’ର ‘ୟା ଅଲ୍ଲୀ’, ହ୍ରିତିକ୍‌ ରେଶନଙ୍କ ‘କ୍ରିସ୍‌ ୩’ ଫିଲ୍ମର ‘ଦିଲ୍‌ ତୁ ହି ବତା’ ଭଳି କେତେକ ପପୁଲାର ଗୀତ ଗାଇ ଲୋକଙ୍କ ହୃଦୟରେ ସ୍ୱତନ୍ତ୍ର ଜାଗା ସୃଷ୍ଟି କରିଛନ୍ତି।

Roshni

Recent Posts

ଓଡ଼ିଶା ଆସି ପୁରୀ ରଥଯାତ୍ରା ଦେଖିବେ ରାଷ୍ଟ୍ରପତି

ପୁରୀ: ରଥଯାତ୍ରା ଦେଖିବେ ରାଷ୍ଟ୍ରପତି । ୭ ଓ ୮ ତାରିଖ ଦୁଇ ଦିନ ପୁରୀରେ ରହି ଶ୍ରୀଜିଉଙ୍କୁ ଦର୍ଶନ…

21 mins ago

ରେଲୱେରେ ଗ୍ରୁପ ଡିରେ ୧,୦୩,୭୬୯ ପଦବୀ ଖାଲି, ଜାଣନ୍ତୁ କେମିତି କରିବେ ଆବେଦନ

ଭାରତୀୟ ରେଲୱେରେ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ଆରଆରବି ଗ୍ରୁପ ଡି ପାଇଁ ୧,୦୩,୭୬୯ ପଦବୀ…

40 mins ago

ଦିଲ୍ଲୀ ସିଏମ୍‌ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିଲା, କମିଲା ସୁଗାର ସ୍ତର

ବିଗିଡ଼ିଲା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲଙ୍କ ସ୍ୱାସ୍ଥ୍ୟାବସ୍ଥା । କୋର୍ଟ ରୁମ୍‌ରେ ତାଙ୍କ ସୁଗାର ସ୍ତର କମିଯାଇଥିବା ସୂଚନା ମିଳିଛି…

48 mins ago

ସୁରକ୍ଷାରେ ତ୍ରୁଟି ! ବ୍ରିଟେନ୍‌ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଘରେ ବେଆଇନ ଭାବେ ପଶିଲେ ୪ ଯୁବକ, ଗିରଫ କଲା ପୋଲିସ

ବ୍ରିଟିଶ ପ୍ରଧାନମନ୍ତ୍ରୀ ରିଷି ସୁନକଙ୍କ ଉତ୍ତର ଇଂଲଣ୍ଡସ୍ଥିତ ଘରେ ୪ ଜଣ ଯୁବକ ବେଆଇନ ଭାବେ ପ୍ରବେଶ କରିଛନ୍ତି ।…

1 hour ago

ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ

ପୁରୀ: ରତ୍ନ ଭଣ୍ଡାର ତୁରନ୍ତ ମରାମତି ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି । ଚିଠି ଲେଖି ଅନୁରୋଧ କଲେ ବାଲୁକା ଶିଳ୍ପୀ…

2 hours ago

ଅତିଶୀଙ୍କୁ ଦେଖିବା ପାଇଁ ହସ୍ପିଟାଲରେ ପହଞ୍ଚିଲେ ଅଖିଳେଶ ଯାଦବ, ପଚାରି ବୁଝିଲେ ସ୍ୱାସ୍ଥ୍ୟାବସ୍ଥା

ଦିଲ୍ଲୀର ଜଳ ଓ ଶିକ୍ଷା ମନ୍ତ୍ରୀ ଅତିଶୀ ବର୍ତ୍ତମାନ ହସ୍ପିଟାଲରେ ଅଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଷୟରେ ପଚାରି ବୁଝିବା…

2 hours ago