ପ୍ରଶଂସକଙ୍କ ହାତ ମୋଡ଼ି ଦେଲେ କଣ୍ଠଶିଳ୍ପୀ ସୋନୁ ନିଗମ , ସୋସିଆଲ୍ ମିଡିଆରେ ଭିଡିଓ ହେଲା ଭାଇରାଲ୍

ବଲିଉଡ୍ କଣ୍ଠଶିଳ୍ପୀ ସୋନୁ ନିଗମ ପୁଣି ସୋସିଆଲ୍ ମିଡିଆରେ ଚର୍ଚ୍ଚାରେ । ସୋନୁ ଜଣେ ସେଲ୍ଫି ନେଉଥିବା ପ୍ରଶଂସକଙ୍କ ହାତକୁ ମୋଡ଼ି ଦେଉଥିବାର ଏକ ଭିଡିଓ ପାଇଁ ଚର୍ଚ୍ଚାର ପରିସରକୁ ଆସିଛନ୍ତି । ଯେଉଁ ଭିଡିଓଟି ସୋସିଆଲ୍ ମିଡିଆରେ ଖୁବ୍ ଭାଇରାଲ୍ ହେଉଛି। ଭିଡିଓରେ ଦେଖିବାକୁ ମିଳୁଛି ଯେ ଜଣେ ପ୍ରଶଂସକ ସୋନୁ ନିଗମଙ୍କ ପାଖକୁ ଆସି ସେଲ୍ଫି ନେବା ପାଇଁ ତାଙ୍କ କାନ୍ଧରେ ହାତ ରଖି ଦେଇଛନ୍ତି। ଏଥିରେ ଉତ୍କ୍ଷିପ୍ତ ହୋଇ ସୋନୁ ସେହି ପ୍ରଶଂସକଙ୍କ ହାତ ମୋଡ଼ି ଦେଉଥିବା ନଜର ଆସିଛନ୍ତି।

huତେବେ ଭାଇରାଲ୍ ହେଉଥିବା ଭିଡିଓଟି ଏକ ଆର୍ଡ ଇଭେଣ୍ଟର। ଯେଉଁଠି ଜଣେ ପ୍ରଶଂସକ ସୋନୁଙ୍କ ପାଖରେ ସେଲ୍ଫି ନେବାକୁ ଯାଉଥିବା ବେଳେ ସୋନୁ ଆଗକୁ ଚାଲି ଆସୁଛନ୍ତି ଏବଂ ଯେତେବେଳେ ପ୍ରଶଂସକ ଜଣଙ୍କ ତାଙ୍କ କାନ୍ଧରେ ହାତ ପକାଇବାକୁ ଚେଷ୍ଟା କରିଛନ୍ତି, ସେତେବେଳେ ସୋନୁ ତାଙ୍କ କାନ୍ଧରୁ ପ୍ରଶଂସକଙ୍କ ହାତ କାଢ଼ି ଦେବା ସହିତ ତାଙ୍କ ହାତକୁ ମୋଡ଼ି ଦେଉଥିବା ଦେଖିବାକୁ ମିଳିଛି। ଯାହାକୁ ଦେଖି ଉପସ୍ଥିତି ଲୋକ ଆଶ୍ଚର‌୍ୟ୍ୟ ହୋଇଯାଇଥିବା ବେଳେ ପରେ ସୋନୁ ପ୍ରଶଂସକ ଜଣଙ୍କ କାନ୍ଧରେ ହାତ ପକାଇ ହସି ଫଟୋ ଉଠାଇବା ମଧ୍ୟ ଦେଖିବାକୁ ମିଳିଛି। ଏସବୁ ଦେଖି ସମସ୍ତେ ହସିବାରେ ଲାଗୁଛନ୍ତି। ପ୍ରଶଂସକ ଜଣଙ୍କ ମଧ୍ୟ ଏସବୁ ଦେଖି ଖୁସି ହୋଇ ଯାଉଛନ୍ତି।

ଦେଖନ୍ତୁ ଭିଡିଓ :