ଓଲିଉଡ୍‌ ଗାୟିକା ତପୁ ମିଶ୍ର ଅସୁସ୍ଥ, ଆଇସିୟୁରେ ଭର୍ତ୍ତି

ଭୁବନେଶ୍ୱର, କେନ୍ୟୁଜ (ବ୍ୟୁରୋ) : ଏବେର କରୋନା ମହାମାରୀ ସ୍ଥିତିରେ ଓଲିଉଡରେ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ଓଡିଆ ଗାୟିକା ତପୁ ମିଶ୍ର ମେଡିକାଲରେ ଭର୍ତ୍ତି ହୋଇଛନ୍ତି। ଅସୁସ୍ଥତା କାରଣରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ସେଠାରେ ସେ ଆଇସିୟୁରେ ରହି ଚିକିତ୍ସିତ ହେଉଥିବା ସୂଚନା ରହିଛି। ତପୁଙ୍କ ଅବସ୍ଥା ଗୁରୁତର ବୋଲି ସୂଚନା ମିଳିଛି । ତେବେ ତାଙ୍କର ଶୀଘ୍ର ଆରୋଗ୍ୟ କାମନା କରିବା ପାଇଁ ପରିବାର ଲୋକେ ତାଙ୍କ ଫ୍ୟାନ୍‌ ଓ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ।

ଓଲିଉଡ୍‌ କଳାକାରମାନେ ସମସ୍ତେ ତପୁଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି ଏବଂ ବିଶେଷ ଭାବେ ଅଭିନେତା ଆକାଶ ଓ ଅନ୍ୟ କଳାକାରମାନେ ତାଙ୍କର ଉତ୍ତମ ଚିକିତ୍ସା ନେଇ ବ୍ୟବସ୍ଥା କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.