ଫେମିନା ମିସ୍ ଇଣ୍ଡିଆ 2022 ମୁକୁଟ ପିନ୍ଧିଲେ କର୍ଣ୍ଣାଟକର ସିନି ଶେଟ୍ଟି

ମୁମ୍ୱାଇ: ରବିବାର ଦିନ VLCC ଫେମିନା ମିସ୍ ଇଣ୍ଡିଆର ଗ୍ରାଣ୍ଡ ଫାଇନାଲରେ କର୍ଣ୍ଣାଟକର ସିନି ଶେଟ୍ଟି ଫେମିନା ମିସ୍ ଇଣ୍ଡିଆ ୱାର୍ଲ୍ଡ ୨୦୨୨ ଟାଇଟଲର ବିଜେତା ଘୋଷିତ ହୋଇଛନ୍ତି।
ଜିଓ ୱାର୍ଲ୍ଡ କନଭେନସନ୍ ସେଣ୍ଟରରେ ଆୟୋଜିତ ଏହି ସମାରୋହରେ ରାଜସ୍ଥାନର ରୁବଲ୍ ଶେଖୱାତ୍ ଫେମିନା ମିସ୍ ଇଣ୍ଡିଆ ୨୦୨୨ ପ୍ରଥମ ରନର୍ ଅପ୍ ଏବଂ ଉତ୍ତରପ୍ରଦେଶର ଶିନାଟା ଚୌହାନ୍ ଙ୍କୁ ଫେମିନା ମିସ୍ ଇଣ୍ଡିଆ ୨୦୨୨ ଦ୍ୱିତୀୟ ରନର୍ ଅପ୍ ଭାବରେ ଘୋଷିତ କରାଯାଇଥିଲା।
Grateful 🙏🏼
Thanks to each and every one who’ve supported me in this journey 🥲♥️
Your Miss India 2022 – Sini Shetty
.
.
.#SiniShetty #FeminaMissIndia2022#MissIndia2022 #MissIndia pic.twitter.com/coQkwMMVdc— Sini Shetty (@sini_shetty) July 3, 2022
ଏହି ଆଓ୍ୱାର୍ଡ ସେରିମନିରେ ଜୁରୀ ଭାବେ ଅଭିନେତ୍ରୀ ନେହା ଧୁପିଆ, ଡିନୋ ମୋରେ ଏବଂ ମଲାଇକା ଆରୋରା, ଡିଜାଇନର୍ ରୋହିତ ଗାନ୍ଧୀ ଏବଂ ରାହୁଲ ଖାନ୍ନା, କୋରିଓଗ୍ରାଫର ଶିଆମାକ୍ ଡାଭର୍ ଏବଂ ପୂର୍ବତନ କ୍ରିକେଟର ମିତାଲି ରାଜ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ।ଏହି ପ୍ରତିଯୋଗୀତା ଏକ ହାଇବ୍ରିଡ୍ ଫର୍ମାଟରେ ଆରମ୍ଭ ହୋଇଥିବାବେଳେ, ଭର୍ଚୁଆଲ୍ ଅଡିସନ୍ ମାଧ୍ୟମରେ ଦେଶର କୋଣ ଅନୁକୋଣରୁ ପ୍ରତିଭା ଖୋଜିବା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ବ୍ୟାପକ ସ୍କାଉଟିଙ୍ଗ୍ ଡ୍ରାଇଭ୍ ଏବଂ ପରବର୍ତ୍ତୀ ସାକ୍ଷାତକାର ରାଉଣ୍ଡ ଗୁଡିକରୁ ୩୧ ଟି ରାଜ୍ୟର ବିଜେତାଙ୍କୁ ସର୍ଟଲିଷ୍ଟରେ ଚୟନ କରାଯିବା ସହିତ ଶେଷରେ ଏହାର ବି.ଜେତା ଚୟନ ହୋଇଥିବା ଜୁରି ମାନେ କହିଛନ୍ତି।
ଏହାସହ ଫେମିନା ମିସ୍ ଇଣ୍ଡିଆ ୟୁନିଭର୍ସର ପୂର୍ବତନ ବିଜେତା ନେହା ଧୁପିଆ କହିଛନ୍ତି ଯେ, ଏହି ଫେମିନା ମିସ୍ ଇଣ୍ଡିଆର ଯାତ୍ରା ସହିତ ତାଙ୍କର ପୂରୁଣା ତଥା ଅମୂଲ୍ୟ ଅନୁଭୂତିର ସ୍ମୃତି” ଫେରାଇ ଆଣିବର ସହିତ ଏହା ତାଙ୍କର ଯାତ୍ରାର ପ୍ରତ୍ୟେକ ମୁହୂର୍ତ୍ତକୁ ପୁଣି ମନେପକାଇଛି।
ଏହି କାର୍ଯ୍ଯକ୍ରମରେ ଷ୍ଟାର୍ ଷ୍ଟୁଡେଡ୍ ଭାବେ ଅଭିନେତା କ୍ରିତି ସାନନ୍, ଲରେନ୍ ଗଟଲିଏବ୍ ଏବଂ ଆଶା ଚାନ୍ଦଲର୍ ମଞ୍ଚରେ ପରଫମାନ୍ସ କରିଥିବାବେଳେ ଏହି ଶୋ’ ମନିଷ୍ ପୌଲଙ୍କ ଦ୍ୱାରା ହୋଷ୍ଟ ହୋଇଥିଲା।