ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ସହ ନଜର ଆସିଲେ ‘ରାମାୟଣ’ର ସୀତା, କହିଲେ, ‘ଆମେ ଇତିହାସ ରଚିଦେଇଥିଲୁ’

‘ରାମାୟଣ’ରେ ସୀତାଙ୍କ ଚରିତ୍ରରେ ଅଭିନୟ କରିଥିବା ଦୀପିକା ଚିଖଲିଆ ନିକଟରେ ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରୁ ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ‘ରାମାୟଣ’ର ପୂରା ଟିମ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ସ୍ବର୍ଗତ ରାଜୀବ ଗାନ୍ଧୀଙ୍କ ସହ ନଜର ଆସୁଛନ୍ତି। ଫଟୋ ସେୟାର କରି ଅଭିନେତ୍ରୀ ଜଣକ କ୍ୟାପସନ ଲେଖିଛନ୍ତି, ‘ଏହା ପ୍ରଥମ ଥର, ଯେତେବେଳେ ଆମକୁ ସମ୍ମାନିତ କରାଯାଇଥିଲା। ଆମେ ଇତିହାସ ରଚିଦେଇଥିଲୁ’।

ଦୀପିକା କହିଥିଲେ ଯେ ‘ପିଏମଙ୍କ ସହ ଭେଟିବା ପାଇଁ ଆମକୁ ଦିଲ୍ଲୀରୁ ଫୋନ ଆସିଥିଲା’। ତେବେ ସେ ସେୟାର କରିଥିବା ଏହି ପୁରୁଣା ଫଟୋରେ ରାଜୀବ ଗାନ୍ଧୀଙ୍କ ସହ ଦୀପିକା, ରାମ ଚରିତ୍ରରେ ଅଭିନୟ କରିଥିବା ଅରୁଣ ଗୋଭିଲ, ରାମାନନ୍ଦ ସାଗର ଏବଂ ଆଉ କେତେଜଣ ଲୋକ ନଜର ଆସୁଛନ୍ତି। କହି ରଖୁଛୁ, ଦୀପିକା ଏହାପୂର୍ବରୁ ବି କେତେକ ଫଟୋ ସେୟାର କରିଥିଲେ। ନିଜର ଏକ ପୁରୁଣା ଫଟୋରେ ସେ ପିଏମ ମୋଦି ଓ ଲାଲକୃଷ୍ଣ ଆଡ଼ଭାଣିଙ୍କ ସହିତ ଦେଖିବାକୁ ମିଳିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.