ହନୁମାନଙ୍କ କାନ୍ଧରେ ବସି ରାମ-ଲକ୍ଷ୍ମଣ ପାର ହୋଇଥିଲେ ସମୁଦ୍ର, ଜାଣନ୍ତୁ କେମିତି ହୋଇଥିଲା ଏହି ସିନ୍‌ର ସୁଟିଂ

କରୋନା ଲକ୍‌ଡାଉନ୍‌ ଯୋଗୁ ଫିଲ୍ମ ଇଣ୍ଡଷ୍ଟ୍ରୀର କୋଟି କୋଟି ଟଙ୍କା କ୍ଷତି ହେଉଥିବା ବେଳେ ଦୂରଦର୍ଶନ କିନ୍ତୁ ଫାଇଦାରେ ଚାଲିଛି। କାରଣ ଦୂରଦର୍ଶନରେ ଟେଲିକାଷ୍ଟ ହେଉଥିବା ପୁରୁଣା ପୌରାଣିକ ସିରିୟଲର ଟିଆର୍‌ପି ଏବେ ଆକାଶଛୁଆଁ। ରାମାନନ୍ଦ ସାଗରଙ୍କ ରାମାୟଣ ପ୍ରଥମେ ଦୂରଦର୍ଶନର ସମସ୍ତ ରେକର୍ଡ ଭାଙ୍ଗିଥିଲା। ଏହି ସିରିୟଲ ପୁନର୍ବାର ପ୍ରସାରଣ ହେବା ପରେ ସିରିୟଲର ଷ୍ଟାର କାଷ୍ଟ ମଧ୍ୟ ଚର୍ଚ୍ଚାକୁ ଆସିଥିଲେ। ରାମ ଭୂମିକାରେ ଅଭିନୟ କରିଥିବା ଅରୁଣ ଗୋଭିଲ, ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ଲହରୀ ଓ ସୀତା ଭୂମିକାରେ ଅଭିନୟ କରିଥିବା ଦୀପିକା ଚିଖଲିଆ ଏବେ ସୋସିଆଲ ମିଡିଆରେ ସବୁଠୁ ଅଧିକ ଚର୍ଚ୍ଚାରେ ଅଛନ୍ତି।

ramanand sagar Archives - Page 36 of 42 - Sagar World

 

ଲକ୍ଷ୍ମଣ ଭୂମିକାରେ ଅଭିନୟ କରିଥିବା ସୁନୀଲ ନିୟମିତ ସୋସିଆଲ ମିଡିଆରେ ରାମାୟଣ ସୁଟିଂ ବେଳର କାହାଣୀ ଦର୍ଶକଙ୍କ ସହ ସେୟାର କରୁଛନ୍ତି। ସେ ନିଜ ଅଫିସିଆଲ ଟ୍ଵିଟର ଆକାଉଣ୍ଟରେ ଏସବୁ କଥା କହିଥାନ୍ତି। ଏଥରକ ମଧ୍ୟ ସୁନୀଲ ଟ୍ଵିଟରରେ ସେହିଭଳି ଏକ ମନ ଛୁଆଁ କାହାଣୀ ସେୟାର କରିଛନ୍ତି। ଭିଡିଓ ସେୟାର କରି ସୁନୀଲ ରାମାୟଣରେ ହନୁମାନ ରାମ- ଲକ୍ଷ୍ମଣକୁ କାନ୍ଧରେ ବସାଇ ନେଉଥିବା ବେଳର ସୁଟିଂ ସମ୍ପର୍କରେ କହିଛନ୍ତି।

ସୁନୀଲ କହିଛନ୍ତି ଯେ ଏହି ସିନ୍‌ର ସୁଟିଂ ପାଇଁ ଆମକୁ ବହୁତ ସମସ୍ୟା ହୋଇଥିଲା, କାରଣ ଏଥିପାଇଁ ଅନେକ ଇଫେକ୍ଟ ବ୍ୟବହାର କରାଯାଇଥିଲା। ସେହି ସିନ୍‌ ସୁଟିଂ ବେଳେ ସାଗର ଜୀ ଯେତେବେଳେ ଆମକୁ ପରସ୍ପର ଆଡ଼କୁ ଅନାଇବାକୁ କହୁଥିଲେ ଆମେ ଅନାଉଥିଲୁ। ଯେତେବେଳେ ତଳକୁ ଚାହିଁ ଭୟ କରିବାକୁ କହୁଥିଲେ ଆମେ ସେଭଳି କରୁଥିଲୁ। ଆମେ ନିଜେ ବି ଜାଣିପାରୁନଥିଲୁ ପ୍ରକୃତରେ କ’ଣ ହେଉଛି। କିନ୍ତୁ ପରେ ତାହାକୁ ଆମ ଏଡିଟିଂ ଟିମ୍‌ ଯେତେବେଳେ ଇଫେକ୍ଟ ମାଧ୍ୟମରେ ଉପସ୍ଥାପନ କରିଥିଲେ ସେତେବେଳେ ତାହା ଖୁବ୍‌ ସୁନ୍ଦର ଲାଗିଥିଲା।

After Doordarshan, 'Ramayan' Broadcast On This Channel ...

ସୂଚନାଯୋଗ୍ୟ ଯେ ରାମାୟଣର ପୁନଃପ୍ରସାରଣ ପରେ କଳାକାରମାନେ ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି। ପୂର୍ବ ତୁଳନାରେ ଏବେ ଅଧିକ ଲୋକ ରାମାୟଣ ଦେଖୁଥିବା ଜଣାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.