ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରୋହିତ ଭାଟିଙ୍କ କାର ଦୁର୍ଘଟଣାରେ ପରଲୋକ, ଦୁଇ ସାଙ୍ଗ ଗୁରୁତର

ଲୋକପ୍ରିୟ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ରୋହିତ ଭାଟିଙ୍କ ଦୁର୍ଘଟଣାରେ ମୃତ୍ୟୁ ହୋଇଛି ।ମୃତ୍ୟୁ ବେଳକୁ ତାଙ୍କୁ ୨୫ ବର୍ଷ ବୟସ ହୋଇଥିଲା । ଦୁର୍ଘଟଣାରେ ତାଙ୍କର ଦୁଇ ଜଣ ବନ୍ଧୁ ମଧ୍ୟ ଗୁରୁତର ଆହତ ହୋଇ ହସପିଟାଲରେ ଭର୍ତ୍ତି ହୋଇଛନ୍ତି । ରୋହିତ ଭାଟି ଇନଷ୍ଟାଗ୍ରାମ ଏବଂ ଫେସବୁକରେ ‘ରାଓ୍ଵଡି ଭାଟି ‘ ନାମରେ ବେଶ ଜଣାଶୁଣା ।

ମିଳିଥିବା ସୂଚନା ଅନୁଯାୟୀ, ରୋହିତ ତାଙ୍କ ସାଙ୍ଗମାନଙ୍କ ସହତ କୌଣସି ଏକ ପାର୍ଟିରୁ ଫେରୁଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ରାତି ୩ଟାରେ ଏହି ଦୁର୍ଘଟଣା ହୋଇଛି। ଏକ କାରରେ ପାର୍ଟି ସାରି ଘରକୁ ଫେରୁଥିବା ବେଳେ ଚୁହଡପୁର ଅଣ୍ଡରପାସ୍‌ ନିକଟରେ ଗାଡି ଅନିୟନ୍ତ୍ରିତ ହୋଇ ଗଛରେ ଧକ୍କା ହୋଇଥିଲା।ଫଳରେ ରୋହତଙ୍କର ମୃତ୍ୟୁ ହୋଇଛି । ତେବେ ଏହି ଘଟଣାର ଖବର ପାଇ ନିକସ୍ଥ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ । ତେବେ ସେଠାରେ ଡାକ୍ତର ରୋହିତଙ୍କୁ ମୃତ ବୋଲି ଘୋଷଣା କରିଛନ୍ତି । କାରରେ ଥିବା ଅନ୍ୟ ଦୁଇ ଜଣ ସାଙ୍ଗକୁ ପୋଲିସ ଉଦ୍ଧାର କରି ହସପିଟାଲରେ ଭର୍ତ୍ତି କରିଛି। ସେମାନଙ୍କ ଅବସ୍ଥା ଗୁରୁତର ବୋଲି ଜଣାପଡିଛି।

 

View this post on Instagram

 

A post shared by Rowdy Bhati (@rowdy_vardaat_001)

ରୋହିତ ଭାଟି ଗୁଜୁରାଟର ଜଣେ ଜଣାଶୁଣା ସୋସିଆଲ ମିଡିଆ ଇନଫ୍ଲୁଏନସର ଥିଲେ । ସେ ଫେସବୁକ ଏବଂ ଇନଷ୍ଟାଗ୍ରମରେ ବିଭିନ୍ନ ପ୍ରକାର ଭିଡିଓ ପୋଷ୍ଟ କରୁଥିଲେ । ରୋହିତଙ୍କ ଇନଷ୍ଟାଗ୍ରମରେ ପାଖାପାଖି ୧ ଲକ୍ଷରୁ ଅଧିକ ଫଲୋଅର୍ସ ରହିଛନ୍ତି । ତେବେ ତାଙ୍କ ମୃତ୍ୟୁ ଖବର ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଏହା ରୋହିତଙ୍କ ପ୍ରଶଂସକଙ୍କୁ ବଡ ଝଟକା ଲାଗିଛି । ଦୁର୍ଘଟଣା ପରେ ରୋହିତଙ୍କ କାରର ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

 

View this post on Instagram

 

A post shared by Rowdy Bhati (@rowdy_vardaat_001)

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.