କେବିସିକୁ ଆମିର ଖାନଙ୍କୁ ଡାକିବା ଅମିତାଭ ବଚ୍ଚନଙ୍କୁ ପଡିଲା ମହଙ୍ଗା, ଶୋ’କୁ ବଏକଟ୍‌ କରିବା ପାଇଁ ଦାବି

ଅମିତାଭ ବଚ୍ଚନଙ୍କ ରିଆଲିଟି ଶୋ’ କୌନ ବନେଗା କରୋଡପତି ସିଜନ ୧୪ ନିକଟରେ ଆରମ୍ଭ ହୋଇଯାଇଛି। ଶୋ’ର ପ୍ରଥମ ଏପିସୋଡରେ ଆମିର ଖାନ କିଛି ସେନା କର୍ମଚାରୀଙ୍କ ସହିତ ଅତିଥି ଭାବେ ଯୋଗ ଦେଇଥିଲେ। ଆମିର ତାଙ୍କ ଫିଲ୍ମ ଲାଲ ସିଂହ ଚଢାକୁ ପ୍ରମୋଟ୍ କରିବା ପାଇଁ ଆସିଥିଲେ, ଯାହା ରିଲିଜ ହେବା ପୂର୍ବରୁ ବିବାଦରେ ରହିଥିଲା। ଏବେ ଖାସ୍‌ ଆମିରଙ୍କ ପାଇଁ ଅମିତାଭ ବଚ୍ଚନଙ୍କ ଶୋ ବିପଦରେ ପଡିଛି। ଆମିରଙ୍କୁ ଡାକିବା ଯୋଗୁଁ ଶୋ’କୁ ଟ୍ରୋଲ ଏବଂ ବଏକଟ୍‌ ହେବାକୁ ଦାବି ହେଉଛି।

ସୂଚନା ଅନୁଯାୟୀ, ଟ୍ୱିଟରରେ ଅନେକ ଲୋକ ଟ୍ୱିଟ୍ କରି କେବିସିକୁ ବଏକଟ୍ କରିବାକୁ ଦାବି କରୁଛନ୍ତି। #BoycottLaalSinghChaddha ପରେ, #BoycottKBC ବର୍ତ୍ତମାନ ଟ୍ୱିଟରରେ ଟ୍ରେଣ୍ଡ କରୁଛି।

ଜଣେ ୟୁଜର୍ ଟୁଇଟ୍ କରି କହିଛନ୍ତି, ‘ଆଜି କେବିସିର ଲଞ୍ଚ ଏପିସୋଡରେ ଅମିତାଭ ବଚ୍ଚନ ଆମିର ଖାନଙ୍କୁ ଯେପରି ପ୍ରଶଂସା କଲେ, ତାହା ମୋତେ ଭଲ ଲାଗିଲା ନାହିଁ। ସେହି ବ୍ୟକ୍ତିଙ୍କ ପାଇଁ ଏପରି ଶବ୍ଦ କାହିଁକି କୁହାଗଲା ଯିଏ ଥରେ କହିସାରିଛି ଯେ ତାଙ୍କୁ ଏହି ଦେଶରେ ଭୟ ଲାଗୁଛି। ‘

ସୂଚନାଯୋଗ୍ୟ, ୧୧ ଅଗଷ୍ଟରେ ଆମିର ଖାନ ଏବଂ କରୀନା କୁପର ଖାନଙ୍କ ଅଭିନୀତ ଫିଲ୍ମ ଲାଲ ସିଂ ଚଢା ରିଲିଜ ହେବାର ରହିଛି। ଯାହାକୁ ନେଇ ପୂର୍ବରୁ ବଏକଟ ହେବାକୁ ଦାବି ହେଉଥିଲା।

ଫିଲ୍ମ ‘ଲାଲ ସିଂ ଚଢା’କୁ ନେଇ କିଛି ୟୁଜର୍ସ ଆମିରଙ୍କ ପୁରୁଣା ମନ୍ତବ୍ୟ ଏବଂ ଅସହିଷ୍ଣୁ ବୟାନ ଦେଖାଇ ଫିଲ୍ମକୁ ବଏକଟ କରିବା ପାଇଁ ଦାବି କରିଥିଲେ। ଯାହା ପରେ ସୋସିଆଲ ମିଡିଆରେ #BaycottLaalSinghChaddha ଟ୍ରେଣ୍ଡ କରିବାରେ ଲାଗିଥିଲା। ନିକଟରେ ଆମିର ଖାନଙ୍କ ଲାଲ ସିଂ ଚଢାକୁ ବୟକଟ ନେଇ ସୋସିଆଲ ମିଡିଆରେ ଖୁବ ଟ୍ରେଣ୍ଡ ହେଉଥିଲା । ଏହା ଉପରେ ନିଜର ପ୍ରତିକ୍ରିୟା ରଖିଥିଲେ କରୀନା କପୁର ଖାନ୍ । ଆମିର ଖାନଙ୍କ ପରେ କରୀନା କପୁର ନିଜର ପ୍ରତିକ୍ରିୟା ରଖିଛନ୍ତି । କରୀନା ଏକ ବାର୍ତ୍ତାଳାପରେ କହିଛନ୍ତି, ‘ଆଜି ସମସ୍ତଙ୍କର କହିବାର ଅଧିକାର ଅଛି । ଏଥିପାଇଁ ଅନେକ ପ୍ଲାଟଫର୍ମ ଅଛି, ସମସ୍ତଙ୍କର ନିଜର ମତ ରହିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.