କିମ୍ବଦନ୍ତୀ କ୍ରିକେଟର ମନସୁର ଅଲ୍ଲୀ ଖାନ ପଟୌଦୀଙ୍କୁ ତାଙ୍କ ୧୦ମ ପୂଣ୍ୟତିଥିରେ ମନେ ପକାଇଲେ ସୋହା ଅଲ୍ଲୀ ଖାନ ଓ ଶର୍ମିଲା ଟାଗୋର, ସେୟାର କଲେ ଫଟୋ
କିମ୍ବଦନ୍ତୀ କ୍ରିକେଟର ମନସୁର ଅଲ୍ଲୀ ଖାନ ପଟୌଦୀଙ୍କ ୧୦ମ ପୂଣ୍ୟତିଥିରେ ତାଙ୍କ ଝିଅ ସୋହା ଅଲ୍ଲୀ ଖାନ ତାଙ୍କୁ ମନେ ପକାଇଛନ୍ତି। ଇନ୍ଷ୍ଟାଗ୍ରାମରେ ସୋହା ନିଜର ଏବଂ ନିଜ ଝିଅ ଇନାୟାଙ୍କର ଏକ ଫଟୋ ପୋଷ୍ଟ କରିଛନ୍ତି, ଯେଉଁଥିରେ ସେମାନେ ଏକ ଟେବୁଲ ଉପରେ ରହିଥିବା ଦିବଂଗତ ମନସୁର ଅଲ୍ଲୀ ଖାନଙ୍କ ଫଟୋ ଫ୍ରେମ୍କୁ ଦେଖୁଥିବାର ନଜର ଆସୁଛନ୍ତି। ସୋହା ଏବେ ନିଜ ପୈତୃକ ସମ୍ପତ୍ତି ପଟୌଦୀ ପ୍ୟାଲେସରେ ସମୟ ବିତାଉଛନ୍ତି।
ସୋହା ଏହି ଫଟୋ ପୋଷ୍ଟର କ୍ୟାପସନ ଲେଖିଛନ୍ତି, ‘ଅବ୍ଦା ୦୫.୦୧.୧୯୪୧-୨୨.୦୯.୨୦୧୧’। ଏଥି ସହିତ ସେ ଆଉ କିଛି ଫଟୋ ମଧ୍ୟ ସେୟାର କରିଛନ୍ତି, ଯେଉଁଥିରେ ସେ ନିଜ ମାଆ ଶର୍ମିଲା ଟାଗୋର ଓ ଝିଅ ଇନାୟାଙ୍କ ସହିତ ଦେଖା ଯାଉଛନ୍ତି। ସେ ବାପାଙ୍କ କବର ଉପରେ ଫୁଲ ଚଢ଼ାଉଥିବା ଏବଂ ତାଙ୍କ ପାଇଁ ପ୍ରାର୍ଥନା କରୁଥିବାର ନଜର ଆସୁଛନ୍ତି।
ସେପଟେ ସବା ପଟୌଦୀ ମଧ୍ୟ ଇନ୍ଷ୍ଟାଗ୍ରାମରେ ପୋଷ୍ଟ ସେୟାର କରିଛନ୍ତି। ଟାଇଗର ନାମରେ ଜଣାଶୁଣା ମନସୁର ଅଲ୍ଲୀ ଖାନ ପଟୌଦୀଙ୍କ ନିଧନ ୨୨ ସେପ୍ଟେମ୍ବର,୨୦୧୧ରେ ହୋଇଥିଲା। ଫୁସ୍ଫୁସ୍ରେ ଗମ୍ଭୀର ସଂକ୍ରମଣ କାରଣରୁ ସେ ୭୦ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଥିଲେ।
View this post on Instagram
View this post on Instagram
View this post on Instagram