ରାକ୍ଷୀଙ୍କ ମା’ଙ୍କୁ କ୍ୟାନ୍‌ସରରୁ ବଞ୍ଚାଇବେ ସୋହେଲ, ଭିଡିଓରେ କହିଲେ ମନକୁ ଛୁଇଁବା ଭଳି କଥା

ବିଗ୍‌ବସ୍‌ ଜିତିପାରିନଥିଲେ ମଧ୍ୟ ରାକ୍ଷୀ ସାଓ୍ଵନ୍ତ ଏହି ଶୋ’ ଯୋଗୁ ଲୋକଙ୍କ ହୃଦୟ ଜିତିଯାଇଛନ୍ତି। ଚଳିତ ସିଜନ୍‌ରେ ରାକ୍ଷୀ ଦର୍ଶକଙ୍କୁ ବେଶ୍‌ ମନୋରଞ୍ଜନ କରିଛନ୍ତି। ରାକ୍ଷୀଙ୍କ ମା’ ମେଡିକାଲରେ ମୃତ୍ୟୁ ସହ ଲଢ଼ୁଥିବା ବେଳେ ରାକ୍ଷୀ କିନ୍ତୁ ସବୁ ଦୁଃଖକୁ ମନରେ ଚାପି ଦର୍ଶକଙ୍କ ମନୋରଞ୍ଜନ କରିଥିଲେ। ଫିନାଲେରେ ରାକ୍ଷୀ ସାଓ୍ଵନ୍ତ ୧୪ ଲକ୍ଷ ଟଙ୍କା ନେଇ ଶୋ’ ଛାଡ଼ିଥିଲେ। ଏଥିସହ ସେ କହିଥିଲେ ଯେ ମା’ଙ୍କ ଚିକିତ୍ସା ପାଇଁ ଟଙ୍କା ଖୁବ୍‌ ଜରୁରୀ।

ରାକ୍ଷୀଙ୍କର ଏହି ଖରାପ ପରିସ୍ଥିତିରେ ସଲମାନ୍‌ ଖାନ୍‌ଙ୍କ ଭାଇ ସୋହେଲ ଖାନ୍‌ ତାଙ୍କୁ ସାହାଯ୍ୟର ହାତ ବଢ଼ାଇଛନ୍ତି। ସୋହେଲ ନିଜ ଇନ୍‌ଷ୍ଟାଗ୍ରାମ୍‌ ଆକାଉଣ୍ଟରେ ଏକ ଭିଡିଓ ସେୟାର କରିଛନ୍ତି। ଭିଡିଓରେ ସେ ରାକ୍ଷୀଙ୍କୁ ଆଶ୍ୱାସନା ଦେଇଛନ୍ତି ଯେ ମା’ଙ୍କ ଚିକିତ୍ସା ପାଇଁ ଯେତେବେଳେ ବି କିଛି ଦରକାର ହେବ ସେ ବିନା ଦ୍ୱିଧାରେ ତାଙ୍କୁୁ କଲ କରି ଜଣାଇପାରିବେ। ଏଥିସହ ସେ ରାକ୍ଷୀଙ୍କ ଦୃଢ଼ ମନୋବଳକୁ ମଧ୍ୟ ଖୁବ୍‌ ପ୍ରଶଂସା କରିଛନ୍ତି।

 

View this post on Instagram

 

A post shared by Sohail Khan (@sohailkhandan)


ସୂଚନାଯୋଗ୍ୟ ଯେ ନିକଟରେ ରାକ୍ଷୀଙ୍କ ମା’କୁ ଭେଟିବାକୁ ଭୋଜପୁରୀ ଅଭିନେତ୍ରୀ ସମ୍ଭାବନା ସେଠ୍‌, ବଲିଉଡ୍‌ ଅଭିନେତ୍ରୀ କସ୍ମିରା ଶା ଓ ଟିଭି ଅଭିନେତ୍ରୀ କବିତା କୌଶିକ୍‌ ଭେଟିବାକୁ ଯାଇଥିଲେ। ଏ ଅବସରରେ ସେମାନେ ମିଡିଆ ସହ ମଧ୍ୟ କଥା ହୋଇଥିଲେ ଓ ସମସ୍ତଙ୍କୁ ରାକ୍ଷୀଙ୍କ ମା’ଙ୍କ ପାଇଁ ପ୍ରାର୍ଥନା କରିବାକୁ କହିଥିଲେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.