ଏହି ଅଭିନେତ୍ରୀଙ୍କ ଯୋଗୁ ଭାଙ୍ଗିଲା ସୋହେଲ ଖାନ୍‌ଙ୍କ ୨୪ ବର୍ଷର ବାହାଘର! ଆଫେୟାର୍ସକୁ ନେଇ ଜୋର୍‌ ଧରିଛି ଚର୍ଚ୍ଚା

୨୪ ବର୍ଷର ସମ୍ପର୍କ ପରେ ଶେଷରେ ଅଲଗା ହୋଇଛନ୍ତି ସଲମାନ୍‌ ଖାନ୍‌ଙ୍କ ଭାଇ ସୋହେଲ ଖାନ୍‌ ଓ ତାଙ୍କ ପତ୍ନୀ ସୀମା। ନିକଟରେ ବାନ୍ଦ୍ରା କୋର୍ଟ ବାହାରେ ଉଭୟଙ୍କୁ ସ୍ପଟ୍‌ କରାଯାଇଥିଲା। କୋର୍ଟରୁ ବାହାରକୁ ଆସିବା ପରେ ଉଭୟେ ଅଲଗା ଅଲଗା ବାଟରେ ଚାଲିଯାଇଥିଲେ। କିନ୍ତୁ ଅନେକ ଲୋକ ଏବେ ବି ଜାଣି ନାହାନ୍ତି ଯେ ବିବାହିତ ହୋଇଥିଲେ ମଧ୍ୟ ସୋହେଲ ଖାନ୍‌ଙ୍କ ସହ ଜଣେ ବଲିଉଡ୍‌ ଅଭିନେତ୍ରୀଙ୍କ ନାଁ ଯୋଡ଼ାଯାଏ। ପ୍ରାୟତଃ ଉଭୟଙ୍କୁ ଏକାଠି ବି ଦେଖିବାକୁ ମିଳେ।

ସୋହେଲ ଖାନ୍‌ଙ୍କୁ ପ୍ରଥମ ଦେଖାରେ ହିଁ ସୀମା ପସନ୍ଦ ଆସିଯାଇଥିଲେ। ଉଭୟଙ୍କ ସମ୍ପର୍କ ଧୀରେ ଧୀରେ ଆଗକୁ ବଢ଼ିଥିଲା ଓ ପରେ ବିବାହର ରୂପ ନେଇଥିଲା। ସୋହେଲ ଓ ସୀମା ୧୯୯୮ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ। ନିକାହ କରିବା ପୂର୍ବରୁ ସୋହେଲ ଓ ସୀମା ପ୍ରଥମେ ଆର୍ଯ୍ୟ ସମାଜ ମନ୍ଦିରରେ ବାହା ହୋଇଥିଲେ। ଏହି ବିବାହରେ ସୀମାଙ୍କ ପରିବାର ଲୋକ ଆଦୌ ଖୁସି ନଥିଲେ। କିନ୍ତୁ ପରେ ପରିବାର ପକ୍ଷରୁ ସୋହେଲ ଓ ସୀମାଙ୍କ ବିବାହକୁ ସ୍ୱୀକୃତି ଦିଆଯାଇଥିଲା।

 

View this post on Instagram

 

A post shared by Huma S Qureshi (@iamhumaq)

ବିବାହର ଅନେକ ବର୍ଷ ପରେ ସୋହେଲ ଖାନ୍‌ଙ୍କ ନାଁ ଅଚାନକ ବଲିଉଡ୍‌ ଅଭିନେତ୍ରୀ ହୁମା କ୍ୟୁରେସୀଙ୍କ ସହ ଯୋଡ଼ାଗଲା। ସୋହେଲ ଖାନ୍‌ ଓ ହୁମା କ୍ୟୁରେସୀଙ୍କ ପ୍ରେମ ଖବର ବଲିଉଡ୍‌ରେ ବି ହଙ୍ଗାମା କରିଥିଲା। କେତେକ ରିପୋର୍ଟରେ କୁହାଯାଇଥିଲା ଯେ ସୋହେଲଙ୍କ ପରକୀୟା ପ୍ରୀତି ବିଷୟରେ ଜାଣିବା ପରେ ସୀମାଙ୍କ ମନ ଭାଙ୍ଗିଯାଇଥିଲା। ଏହି କାରଣରୁ ଉଭୟଙ୍କ ସମ୍ପର୍କ ଖରାପ ହୋଇଛି। ଦୀର୍ଘ ଦିନ ହେଲାଣି ସୀମା ଖାନ୍‌ ସୋହେଲଙ୍କ ସହ ରହୁ ନାହାନ୍ତି।

ତେବେ ଉଭୟଙ୍କ ସମ୍ପର୍କରେ ଫାଟ ଥିବା ନେଇ ନେଟ୍‌ ଫ୍ଲିକ୍ସ ଶୋ’ ‘ଫ୍ୟାବୁଲସ୍‌ ଲାଇଫ୍‌ସ ଅଫ୍‌ ବଲିଉଡ୍‌ ଓ୍ଵାଇଫ୍‌ସ’ ରେ ଜଣାପଡ଼ିଥିଲା। ଏହି ଶୋ’ରେ ସ୍ପଷ୍ଟ ହୋଇଥିଲା ଯେ ସୋହେଲ ଓ ସୀମା ଅଲଗା ଅଲଗା ରହୁଛନ୍ତି। ସୀମା କହିଥିଲେ ଯେ ତାଙ୍କର ସୋହେଲଙ୍କ ସହ ବିବାହ ଠିକ୍‌ ନଥିଲା। ଏ ନେଇ ଏକ ଏପିସୋଡ୍‌ରେ ତାଙ୍କ ପୁଅ ନିର୍ବାଣ ବି ଅଭିଯୋଗ କରୁଥିବା ଦେଖିବାକୁ ମିଳିଥିଲା। ଶେଷରେ ନିର୍ବାଣ ୟୁଏସ୍‌ଏରୁ ଫେରିଥିଲେ। ସୀମା ତାଙ୍କୁ ନିଜ ସହ ରହିବାକୁ କହିଥିଲେ। କିନ୍ତୁ ନିର୍ବାଣ ସୋହେଲଙ୍କ ସହ ରହିବାକୁ ଚାହୁଁଥିଲେ। ଏ ନେଇ ଉଭୟଙ୍କ ମଧ୍ୟରେ ମତ ଭେଦ ହୋଇଥିବା ଦେଖିବାକୁ ମିଳିଥିଲା।

Also Read: ସାହାରା ଇଣ୍ଡିଆରେ ଆପଣଙ୍କର ବି ଟଙ୍କା ଫସିଛି କି? ଏହି ନମ୍ବରରେ କଲ୍‌ କରନ୍ତୁ, ହେଲ୍ପଲାଇନ୍‌ ନମ୍ବର ଜାରି କଲେ ସରକାର

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.