ମା’ ହେବାକୁ ଯାଉଛନ୍ତି ସୋନମ୍‌ କପୁର; ବେବି ବମ୍ପ୍‌ ସହ ସେୟାର କଲେ ଖୁସି ଖବର

ସୋନମ୍‌ କପୁର ଫ୍ୟାନମାନଙ୍କ ପାଇଁ ଖୁସି ଖୁବର। ଖୁବ୍‌ଶୀଘ୍ର ମା’ ହେବାକୁ ଯାଉଛନ୍ତି ଏହି ଅଭିନେତ୍ରୀ। ସୋନମ୍‌ ଆଜି ନିଜ ଫ୍ୟାନମାନଙ୍କ ସହିତ ଏହି ଖୁସି ଖବର ସେୟାର କରିଛନ୍ତି, ଯାହା ପରେ ଫ୍ୟାନମାନେ ତାଙ୍କୁ ଶୁଭେଚ୍ଛା ଦେବାରେ ଲାଗିଛନ୍ତି। ସୋସିଆଲ ମିଡିଆରେ ସୋନମ୍‌ ଏକ ସୁନ୍ଦର ଫଟୋ ସହିତ ମା’ ହେବାକୁ ଯାଉଥିବା ନେଇ ଗୁଡ୍‌ ନ୍ୟୁଜ୍‌ ସେୟାର କରିଛନ୍ତି। ସ୍ୱାମୀ ଆନନ୍ଦ ଆହୁଜାଙ୍କ ସହ କ୍ୟୁଟ୍‌ ଫଟୋ ସେୟାର କରି ଅଭିନେତ୍ରୀ ନିଜ ପ୍ରେଗନାନ୍ସିର ଘୋଷଣା କରିଛନ୍ତି।

ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସୋନମ୍‌ କଳା ରଙ୍ଗର ଡ୍ରେସ୍‌ ପିନ୍ଧି ଏକ ଫଟୋ ସେୟାର କରିଛନ୍ତି, ଯେଉଁଥିରେ ସେ ସ୍ୱାମୀଙ୍କ କୋଳରେ ମୁଣ୍ଡ ରଖି ଶୋଇ ଏକ ସେଲ୍ଫି ନେଉଛନ୍ତି। ଫଟୋରେ ଅଭିନେତ୍ରୀ ବେବି ବମ୍ପ ଉପରେ ହାତ ରଖିଛନ୍ତି ଏବଂ ସ୍ମାଇଲ୍‌ କରିଛନ୍ତି। ସେପଟେ ଆନନ୍ଦ ମଧ୍ୟ ହସୁଥିବାର ନଜର ଆସିଛନ୍ତି। କ୍ୟାପସନରେ ସୋନମ୍‌ ନିଜ ପ୍ରଥମ ସନ୍ତାନକୁ ସ୍ୱାଗତ କରିବା ପାଇଁ ବେଶ୍‌ ଉତ୍ସାହ ଥିବା କଥା ପ୍ରକାଶ କରିଛନ୍ତି।

ସେ କ୍ୟାପସନରେ ଲେଖିଛନ୍ତି, ‘ଚାରି ହାତ, ଆପଣଙ୍କୁ ସବୁଠୁ ଭଲ ଭାବେ ଉଠାଇବା ପାଇଁ। ଦୁଇ ହୃଦୟ ଆପଣଙ୍କ ସହିତ। ଗୋଟିଏ ପରିବାର, ଯିଏ ଆପଣଙ୍କୁ ଭଲ ପାଇବା ଦେବ। ଆମେ ଆପଣଙ୍କୁ ସ୍ୱାଗତ କରିବା ପାଇଁ ଆଉ ଅପେକ୍ଷା କରି ପାରିବୁ ନାହିଁ’। କ୍ୟାସପନ ସହିତ ସୋନମ୍‌ ହାର୍ଟ ଇମୋଜି ସେୟାର କରିଛନ୍ତି।

 

View this post on Instagram

 

A post shared by Sonam Kapoor Ahuja (@sonamkapoor)

Leave A Reply

Your email address will not be published.