ରାଜ କୁନ୍ଦ୍ରାଙ୍କ ଗିରଫ ପରେ ମୁହଁ ଖୋଲିଲେ ସୋମି ଅଲୀ, କହିଲେ ପର୍ଣ୍ଣ ଇଣ୍ଡଷ୍ଟ୍ରୀ ପ୍ରଫେସନ, କୌଣସି ଜବରଦସ୍ତିରେ ହୁଏନାହିଁ

ବଲିଉଡ ଅଭିନେତ୍ରୀ ଶିଳ୍ପା ସେଟ୍ଟୀଙ୍କ ସ୍ବାମୀ ରାଜ କୁନ୍ଦ୍ରାଙ୍କୁ ଅଶ୍ଳୀଳ ଭିଡିଓ (ପର୍ଣ୍ଣ) ମାମଲାରେ ମୁମ୍ବାଇ ପୋଲିସ ଗିରଫ କରି ୧୪ ଦିନ ନ୍ଯାୟିକ ହେପାଜତରେ ରଖିଛି। ତାଙ୍କ ଉପରେ ପର୍ଣ୍ଣ କଣ୍ଟେଣ୍ଟ ପ୍ରଡକ୍ସନ ଏବଂ ବିତରଣକୁ ନେଇ ମାମଲା ହୋଇଛି । ଏହାକୁ ନେଇ ଅଭିନେତ୍ରୀ ସୋମି ଅଲୀ ନିଜର ପ୍ରତିକ୍ରିୟା ଦେଇଛନ୍ତି। ଯେଉଁମାନେ ପର୍ଣ୍ଣକୁ ନିଜର ବୃତ୍ତି ଭାବେ ବାଛୁଛନ୍ତି ତାଙ୍କୁ ଜଜ୍‌ କରିବାକୁ ଚାହୁଁନାହିଁ। ଏଥିରେ କାହା ସହିତ କୌଣସି ପ୍ରକାର ଜବରଦସ୍ତି କରାଯାଏ ନାହିଁ ବୋଲି ସୋମି କହିଛନ୍ତି।

ପର୍ଣ୍ଣକୁ ନିଜର ବୃତ୍ତି କରିଥିବା ବ୍ୟକ୍ତିଙ୍କୁ ନା ତାଙ୍କୁ ନା ଆଉ କାହାକୁ ଜଜ୍‌ କରିବାର ଅଧିକାର ନାହିଁ ବୋଲି ସେ କହିଛନ୍ତି। ଏବେ ସମୟ ଆସଛି ଦେଶରେ ସେକ୍ସ ଏଜୁକେସନକୁ ବଢ଼ାଇବା ଦରକାର ବୋଲି ଅଭିନେତ୍ରୀ ସୋମି ଅଲୀ କହିଛନ୍ତି। ଏହା ସହ ଓ୍ବେବ୍‌ ସିରିଜ୍‌ରେ ଦେଖାଯାଉଥିବା ଇଣ୍ଟିମେଣ୍ଟ ଏବଂ ବୋଲ୍ଡ ସିନ୍ସ ସମ୍ପର୍କରେ ମଧ୍ୟ ସୋମି କମେଣ୍ଟ କରିଛନ୍ତି।

ସୋମିଙ୍କ ମତରେ ଇଣ୍ଟିମାସି ବିନା ଇଣ୍ଟିମେଣ୍ଟ ଲଭ୍‌ ହୋଇପାରେ ନାହିଁ। କିସିଂ ସିନ୍‌ ଏକ ପ୍ରକାର ନର୍ମ ହେବା ଦରକାର। ଏହା ଏକ ପାଦ ବଢ଼ିବା ଭଳି, ତାହା ବି ୨୦୨୧ରେ ଯେଉଁଠି ଆମେ ସବୁ ବହୁ ଫରଓ୍ବାର୍ଡ ହେଉଛନ୍ତି। ଏହା ଏକ ପ୍ରକାର ଆର୍ଟ ଏବଂ ରିୟଲିଷ୍ଟିକ୍‌ ମଧ୍ୟ। ଯଦି ପର୍ନୋଗ୍ରାଫିରେ କୌଣସି ଆର୍ଟିଷ୍ଟକୁ ଆଘାତ ଲାଗୁଛି ତେବେ ମୁଁ ତା ବିରୋଧରେ ବୋଲି ସୋମି ଅଲୀ କହିବା ସହ କାହାକୁ ଜଜ୍‌ କରିବାର କୌଣସି ଅଧିକାର ନାହିଁ ବୋଲି ସେ କହିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.