ଅଚିନ୍ତାରେ ସୋନା : ସଫଳତା ଟ୍ବିଟ୍ ପରେ ପୁରୀରେ ପ୍ରତିବାଦ

ସାଲବେଗଙ୍କ ରଚିତ ନୀଳଶୈଳ ଭଜନ ଆହେ ନୀଳ ଶୈଳ ଭଜନକୁ ବିକୃତ ଭାବେ  ଗାଇ ବିବାଦରେ ଫଶିବା ପରେ କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କୁ ପୁରୀ ସଚେତନ ନାଗରିକ ମଞ୍ଚ ପକ୍ଷରୁ ବିରୋଧ କରାଯାଇଛି। ସୋନାଙ୍କୁ ପ୍ରତିବାଦ କରାଯିବା ସହ ସ୍ୱର୍ଗଦ୍ୱାର ଠାରେ ବିକ୍ଷୋଭ କରାଯାଇ ତାଙ୍କର ପୋଷ୍ଟର ପୋଡାଯାଇଛି। ଗତକାଲି ସିଂହଦ୍ୱାର ଥାନାରେ ଏନେଇ ଏତଲା ଦିଆଯିବା ସହ ‘ଆହେ ନୀଳ ଶୈଳ’ଭଜନକୁ ବିକୃତ କରିଥିବା ଅଭିଯୋଗ କରିଛି ମଞ୍ଚ।

 ଅପର ପକ୍ଷରେ ଏହାର କଣ୍ଠଶିଳ୍ପୀ ସୋନା ମହାପାତ୍ରଙ୍କ ଉପରେ କୌଣସି ପ୍ରଭାବ ପଡ଼ି ନାହିଁ । ନୀଳଶୈଳ ଭଜନକୁ ନେଇ ଓଡ଼ିଶାରେ ତୀବ୍ର ଅସନ୍ତୋଷ ଓ ପ୍ରତିକ୍ରିୟା ପରେ ଟ୍ଵିଟ ଜରିଆରେ ଉତ୍ତର ରଖିଛନ୍ତି ସୋନା । ସେ କହିଛନ୍ତି , ରଜରେ ମୋର ରିଲିଜ୍‌ ହୋଇଥିବା ଗୀତଟି ଖୁବ୍‌ ସଫଳତା ଲାଭ କରିଛି । ଅଯଥାରେ ଏହାକୁ ନେଇ ବିବାଦ, ପ୍ରତିବାଦ କରି ସଫଳତାର ଆନନ୍ଦକୁ ନଷ୍ଟ କରାଯାଉଛି । ଏହା ଅତି ଦୁଃଖଦାୟକ । ମୂଳ ଭଜନରେ କୌଣସି ପରିବର୍ତ୍ତନ କରାଯାଇ ନାହିଁ । ସେ ଖାସ କରି ଓଡ଼ିଆ ଗଣମାଧ୍ୟମକୁ ଏପରି କହିଛନ୍ତି ।

Leave A Reply

Your email address will not be published.